ETV Bharat / bharat

ସୂକ୍ଷ୍ମ କାରିଗରଙ୍କ ଛୁଞ୍ଚିରେ ଟ୍ରମ୍ପଙ୍କୁ ସ୍ବାଗତ - ସୂକ୍ଷ୍ମ କାରିଗରୀରେ ଟ୍ରମ୍ପ

ଦୁଇ ଦିନିଆ ଗସ୍ତ ସାରି ଆମେରିକା ଫେରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହି ଗସ୍ତରେ ଭାରତବାସୀ ବିଭିନ୍ନ ଢଙ୍ଗରେ ଟ୍ରମ୍ପଙ୍କୁ ଦେଶରେ ସ୍ବାଗତ ଜଣାଇଥିବା ବେଳେ ତେଲେଙ୍ଗାନାର ଗିରମଜିପେଟ ଅଞ୍ଚଳର ମାଟ୍ଟେୱାଡା ଅଜୟ କୁମାର କରିଛନ୍ତି କିଛି ନିଆରା ପ୍ରୟାସ ।

trump on needle, telangana artist's trump miniature, ସୂକ୍ଷ୍ମ କାରିଗରୀରେ ଟ୍ରମ୍ପ, ଛୁଞ୍ଚିରେ ଟ୍ରମ୍ପଙ୍କୁ ସ୍ବାଗତ
ସୂକ୍ଷ୍ମ କାରିଗରଙ୍କ ଛୁଞ୍ଚିରେ ଟ୍ରମ୍ପଙ୍କୁ ସ୍ବାଗତ
author img

By

Published : Feb 26, 2020, 5:27 AM IST

ହାଇଦ୍ରାବାଦ: ଦୁଇ ଦିନିଆ ଗସ୍ତ ସାରି ଆମେରିକା ଫେରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହି ଗସ୍ତରେ ଭାରତବାସୀ ବିଭିନ୍ନ ଢଙ୍ଗରେ ଟ୍ରମ୍ପଙ୍କୁ ଦେଶରେ ସ୍ବାଗତ ଜଣାଇଥିବା ବେଳେ ତେଲେଙ୍ଗାନାର ଗିରମଜିପେଟ ଅଞ୍ଚଳର ମାଟ୍ଟେୱାଡା ଅଜୟ କୁମାର କରିଛନ୍ତି କିଛି ନିଆରା ପ୍ରୟାସ ।

ଅତି ସୂକ୍ଷ୍ମ କାରିଗରୀ ଦ୍ବାରା ସେ ଟ୍ରମ୍ପଙ୍କ ସ୍ବାଗତ ଜଣାଇଛନ୍ତି । ସାମାନ୍ୟ ଛୁଞ୍ଚିର କଣା ଦେଖିବାକୁ ସହଜସାଧ୍ୟ ହୋଇନଥିବା ବେଳେ ଏଥିରେ ଟ୍ରମ୍ପ ଓ ଆମେରିକୀୟ ଜାତୀୟ ପତାକାକୁ ତିଆରି କରିଛନ୍ତି ଅଜୟ । ଏହି ସୂକ୍ଷ୍ମ କାରିଗରୀରେ ଟ୍ରମ୍ପଙ୍କ ଉଚ୍ଚତା 1.25 ମିଲିମିଟର ହୋଇଥିବା ବେଳେ ଏହାର ଓସାର ରହିଛି ମାତ୍ର 0.32 ମିଲିମିଟର । ସେହିପରି ଆମେରିକୀୟ ଜାତୀୟ ପତାକାର ଉଚ୍ଚତା 0.94 ମିଲିମିଟର ଓ ଓସାର 0.64 ମିଲିମିଟର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.