ହାଇଦ୍ରାବାଦ: ତେଲେଙ୍ଗାନାରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ 30ରୁ 40 ଲୋକଙ୍କ ନମୁନା ପଜିଟିଭ ଆସୁଛି । ମଙ୍ଗଳବାର 40 ଜଣ ଲୋକଙ୍କ ରିପୋର୍ଟ ପଜିଟିଭ ଆସିଛି ।
ଫଳରେ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତ ସଂଖ୍ୟା 348 ଛୁଇଁଛି । ଅଧିକାଂଶ ଲୋକ ନିଜାମୁଦ୍ଦିନ ମର୍କାଜରୁ ଫେରିଥିବା ଜଣାପଡିଛି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟରେ ଏହି ସୂଚନା ଦିଆଯାଇଛି । ପ୍ରଥମରୁ ନିୟନ୍ତ୍ରଣରେ ଥିବା ଆକ୍ରାନ୍ତଙ୍କ ସଂଖ୍ୟା ମର୍କାଜ ସମାବେଶ ପରେ ବଢିବାରେ ଲାଗିଛି । ଅନେକ ଲୋକ ଏଠାରୁ ଫେରି ଲୁଚି ରହିଥିବାବେଳେ ପୋଲିସ ପକ୍ଷରୁ ସେମାନଙ୍କୁ ଖୋଜି କ୍ବାରେଣ୍ଟାଇନରେ ଭର୍ତ୍ତି କରାଯାଉଛି ।
ସେପଟେ ରାଜ୍ୟରେ ଲକଡାଉନ ଅବଧି ବଢିବାର ଆଶା କରାଯାଉଛି । ଏପ୍ରିଲ 14ରେ ଏହା ସରୁଥିବାବେଳେ ଏହି କଟକଣାକୁ ଜୁନ ଯାଏଁ ବଢାଇବାକୁ ରାଜ୍ୟ ସରକାର ବିଚାର କରୁଥିବା ଜଣାପଡିଛି । ଆହୁରି 2 ସପ୍ତାହ ବଢାଇବା ପାଇଁ ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ପ୍ରସ୍ତାବ ରଖିଥିବା ସୂଚନା ମିଳିଛି ।
ସୌଜନ୍ୟ@ANI