ETV Bharat / bharat

ତେଲେଙ୍ଗାନାରେ ଖୋଲିବ ବାର,ପାର୍କ ଓ କ୍ଲବ, ଗ୍ରୀନ ସିଗନାଲ ଦେଲେ ସରକାର - ତେଲେଙ୍ଗାନା ସରକାର

ତେଲେଙ୍ଗାନାରେ ପୁନଃ ଖୋଲିବ ବାର, କ୍ଲବ, ପାର୍କ । ମହାମାରୀ କୋରୋନା ପାଇଁ ଏହ ସବୁ ଉପରେ ରୋକ ଲଗାଇଥିଲେ ସରକାର । ତେବେ କୋଭିଡ୍ ଗାଇଡଲାଇନ ସହ ଶୁକ୍ରବାର ଠାରୁ ବାର୍, କ୍ଲବ୍ ଏବଂ ପାର୍କ ପୁନଃ ଖୋଲିବା ନେଇ ଅନୁମତି ଦେଇଛନ୍ତି ତେଲେଙ୍ଗାନା ସରକାର । ଅଧିକ ପଢନ୍ତୁ...

Telangana permits reopening of bars, clubs, parks
ବାର, କ୍ଲବ, ପାର୍କ ପୁନଃ ଖୋଲିବାକୁ ଅନୁମତି ଦେଲେ ତେଲେଙ୍ଗାନା ସରକାର
author img

By

Published : Sep 26, 2020, 10:08 AM IST

ହାଇଦ୍ରାବାଦ: ତେଲେଙ୍ଗାନାରେ ଏଥର ଖୋଲିବ ବାର, କ୍ଲବ, ପାର୍କ । ମହାମାରୀ କୋରୋନା ପାଇଁ ଏହ ସବୁ ଉପରେ ରୋକ ଲଗାଇଥିଲେ ସରକାର । ତେବେ କୋଭିଡ୍ ଗାଇଡଲାଇନ ସହ ଶୁକ୍ରବାରଠାରୁ ବାର୍, କ୍ଲବ୍ ଏବଂ ପାର୍କ ପୁନଃ ଖୋଲିବା ନେଇ ଅନୁମତି ଦେଇଛନ୍ତି ତେଲେଙ୍ଗାନା ସରକାର । କିନ୍ତୁ 'A4' ଦୋକାନଗୁଡ଼ିକ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବନ୍ଦ ରହିବ । ଏହା ସହ ସମାବେଶ, ସଂଗୀତ କାର୍ଯ୍ୟକ୍ରମ ଏବଂ ଡ୍ୟାନ୍ସ ଫ୍ଲୋର ଉପରେ ନିଷେଧାଦେଶ ରହିବ ।

ପ୍ରବେଶ ପଥରେ ଥର୍ମାଲ୍ ସ୍କ୍ରିନିଂ, ସ୍ବଚ୍ଛତା ଅବସ୍ଥା ଏବଂ ହାତ ସାନିଟାଇଜକୁ ମଧ୍ୟ ନିଶ୍ଚିତ କରିବାକୁ ସରକାର ସେମାନଙ୍କୁ କହିଛନ୍ତି। ବାର୍ କର୍ମଚାରୀମାନଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ପ୍ରତ୍ୟେକ ଦିନ ସକାଳ ଏବଂ ସନ୍ଧ୍ୟାରେ ବାର ପରିସର ସ୍ବଚ୍ଛତା ସହ ସାନିଟାଇଜ କରିବାକୁ ପଡିବ । ଏହି ସମୟରେ ମୁଖ୍ୟ ଶାସନ ସଚିବ ସୋମେଶ କୁମାର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଅଗଷ୍ଟ 31ରେ ଜାରି କରାଯାଇଥିବା ଜିଓ ଅଧୀନରେ ଥିବା ନିଷେଧ ତାଲିକାରେ ସ୍ଥାନୀୟ ସଂସ୍ଥା ତଥା ବନବିଭାଗର ପାର୍କ ଅନ୍ତର୍ଭୂକ୍ତ କରାଯାଇ ନାହିଁ।

ତେବେ ଜଙ୍ଗଲର ମୁଖ୍ୟ ସଂରକ୍ଷଣକାରୀ, କମିଶନର, ପଞ୍ଚାଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ଏବଂ ମ୍ୟୁନିସିପାଲ କମିଶନରମାନେ ସେହି ଅନୁସାରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.