ETV Bharat / bharat

କୋରୋନା ସୂଚନା ପାଇଁ WhatsApp Chatbot ଲଞ୍ଚ କଲେ ତେଲେଙ୍ଗାନା ସରକାର - କୋରୋନା ସୂଚନା

କୋଭିଡ -19 ସଂକ୍ରାନ୍ତରେ ସଠିକ ଓ ସତ୍ୟ ଖବର ପ୍ରଦାନ କରିବା ପାଇଁ ତେଲେଙ୍ଗାନା ସରକାର ସୋମବାର ଏହାର ଅଫିସିଆଲ୍ ହ୍ବାଟସ୍ ଆପ୍ ଚାଟବୋଟ୍ ଆରମ୍ଭ କରିଛନ୍ତି । ରୋଗ ସମ୍ପର୍କରେ ସମସ୍ତ ଗୁରୁତ୍ବପୂର୍ଣ୍ଣ ଏବଂ ସଠିକ୍ ସୂଚନା ଗ୍ରହଣ କରିପାରିବେ । କେବଳ 'ହାଏ' କିମ୍ବା 'ହେଲୋ' କିମ୍ବା 'କୋଭିଡ୍' କୁ + 91-9000658658 କୁ ପଠାନ୍ତୁ। ଅଧିକ ପଢନ୍ତୁ..

ଫାଇଲ ଫଟୋ
କୋରୋନା ସୂଚନା ପାଇଁ WhatsApp Chatbot ଲଞ୍ଚ କଲେ ତେଲେଙ୍ଗାନା ସରକାର
author img

By

Published : Apr 6, 2020, 10:57 PM IST

ହାଇଦ୍ରାବାଦ: କୋରୋନା ମୁକାବିଲା ପାଇଁ ବର୍ତ୍ତମାନ ସମୟରେ ସତର୍କତା, ସଚେତନତା ଓ ସଠିକ ସମୟରେ ସୂଚନାର ନିତ୍ୟାନ୍ତ ଆବଶ୍ୟକତା ରହିଛି । ଏପରିସ୍ଥଳେ କୋଭିଡ -19 ସଂକ୍ରାନ୍ତରେ ସଠିକ ଓ ସତ୍ୟ ଖବର ପ୍ରଦାନ କରିବା ପାଇଁ ତେଲେଙ୍ଗାନା ସରକାର ସୋମବାର ଏହାର ଅଫିସିଆଲ୍ ହ୍ବାଟସ୍ ଆପ୍ ଚାଟବୋଟ୍ ଆରମ୍ଭ କରିଛନ୍ତି ।

ଚାଟବୋଟ୍ ମାଧ୍ୟମରେ 9000658658 ରେ କୋରୋନା ସଂକ୍ରାନ୍ତରେ ସଠିକ ସୂଚନା ପ୍ରଦାନ କରାଯିବା ପାଇଁ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କେ ଟି ରାମା ରାଓ କହିଛନ୍ତି । ଏହି ମହାମାରୀ ବିଷୟରେ ସଠିକ୍ ସୂଚନା ପାଇବା ପାଇଁ ନାଗରିକଙ୍କ ପାଇଁ କୋରୋନା ଭାଇରସ୍ ହେଲ୍ପଲାଇନ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ହ୍ବାଟସ୍ ଆପ୍ ସହ ସହଭାଗୀ ହୋଇଥିବା ସେ କହିଛନ୍ତି ।

କୋଭିଡ -19 ମହାମାରୀ ସମ୍ବନ୍ଧୀୟ ପ୍ରଶ୍ନ ଥିବା ନାଗରିକମାନେ ବର୍ତ୍ତମାନ ହ୍ବାଟସ୍ ଆପରେ ତେଲେଙ୍ଗାନା ସରକାରଙ୍କ ସହ ଚାଟ୍ କରିପାରିବେ। ରୋଗ ସମ୍ପର୍କରେ ସମସ୍ତ ଗୁରୁତ୍ବପୂର୍ଣ୍ଣ ଏବଂ ସଠିକ୍ ସୂଚନା ଗ୍ରହଣ କରିପାରିବେ । କେବଳ 'ହାଏ' କିମ୍ବା 'ହେଲୋ' କିମ୍ବା 'କୋଭିଡ୍' କୁ + 91-9000658658କୁ ପଠାନ୍ତୁ ।

ଏହାସହ ହ୍ବାଟସ୍ ଆପ୍ ବାର୍ତ୍ତାରେ କିମ୍ବା ବାର୍ତ୍ତାଳାପ ଆରମ୍ଭ କରିବା ପାଇଁ କେବଳ https://wa.me/919000658658?textHi ଲିଙ୍କରେ କ୍ଲିକ୍ କରିପାରିବେ ବୋଲି ଆଇଟିଇ ଏବଂ ସି ବିଭାଗର ମୁଖ୍ୟ ସଚିବ ଜୟଶ ରଞ୍ଜନ କହିଛନ୍ତି।

ରାଜ୍ୟ ସରକାରଙ୍କୁ ଦିଆଯାଇଥିବା ସହାୟତା ପାଇଁ ସେ ହ୍ବାଟସ୍ ଆପ୍, ଫେସବୁକ୍ ଏବଂ ସେମାନଙ୍କ ସହଯୋଗୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

@IANSଇନପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.