ETV Bharat / bharat

ଆଜି ତେଲେଙ୍ଗାନା କ୍ୟାବିନେଟ୍ ବୈଠକ, ଆସିବ ଲକଡାଉନ 4.0ର ନୂଆ ଗାଇଡଲାଇନ୍ - କୋରୋନା ଭାଇରସ

ପ୍ରଗତୀ ଭବନରେ ସୋମବାର ଆୟୋଜିତ ହେବ ତେଲେଙ୍ଗାନା ରାଜ୍ୟ କ୍ୟାବିନେଟ ବୈଠକ। ସନ୍ଧ୍ୟା 5ଟା ସମୟରେ ଏହା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଅଧକ୍ଷତାରେ ଅନୁଷ୍ଠିତ ହେବ। ଅଧିକ ଖବର ପଢନ୍ତୁ...

ଆଜି ତେଲେଙ୍ଗାନା କ୍ୟାବିନେଟ୍ ବୈଠକ, ଆସିବ ଲକଡାଉନ 4.0ର ନୂଆ ଗାଇଡଲାଇନ୍

author img

By

Published : May 18, 2020, 9:28 AM IST

ହାଇଦ୍ରାବାଦ୍: ପ୍ରଗତୀ ଭବନରେ ସୋମବାର ଆୟୋଜିତ ହେବ ତେଲେଙ୍ଗାନା ରାଜ୍ୟ କ୍ୟାବିନେଟ ବୈଠକ। ସନ୍ଧ୍ୟା 5ଟା ସମୟରେ ଏହା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଅଧକ୍ଷତାରେ ଅନୁଷ୍ଠିତ ହେବ।

ଏହି ବୈଠକର ମୁଖ୍ୟ ବିଷୟବସ୍ତୁ ଲକଡାଉନ 4.0 ର ନୂଆ ଗାଇଡ୍ ଲାଇନ। ଏହାସହ କିପରି ଆଗାମୀ ଦିନରେ ସୁଚାରୁରୂପେ କୋରୋନା ମୁକାବିଲା କରାଯିବ ସେନେଇ ବୈଠକରେ ଆଲୋଚନା କରାଯିବ।

ତେବେ କେନ୍ଦ୍ର ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ଲକଡାଉନ 4.0 ନିୟମକୁ କିପରି ରାଜ୍ୟରେ କାର୍ଯ୍ୟକାରୀ କରାଯିବ ସେନେଇ ବିଭିନ୍ନ ବ୍ଲ୍ୟପ୍ରିଣ୍ଟ ପ୍ରସ୍ତୁତ ହେବ। ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ନିୟାମକ କୃଷି ନୀତି ପାଇଁ ଦିଆଯିବାକୁ ଥିବା ନିର୍ଦ୍ଦେଶାବଳୀ ଉପରେ ମଧ୍ୟ କ୍ୟାବିନେଟ୍ ଆଲୋଚନା କରିପାରନ୍ତି।

ଏହି ସମୟରେ, ଗୃହ ମନ୍ତ୍ରଣାଳୟ ରବିବାର ଦିନ ଲକଡାଉନ୍ ସମ୍ପ୍ରସାରଣ ଘୋଷଣା କରିଛି, ଏହା ସୋମବାର ଠାରୁ ଆରମ୍ଭ ହୋଇ ମେ 31 ପର୍ଯ୍ୟନ୍ତ ଚାଲିବ ବୋଲି ଏମଏଚ୍ଏ ବିଜ୍ଞପ୍ତିରେ ପ୍ରକାଶ ପାଇଛି।

ଏମଏଚଏ ନିର୍ଦ୍ଦେଶରେ କୁହାଯାଇଛି ଯେ ସମସ୍ତ ଘରୋଇ ତଥା ଆନ୍ତର୍ଜାତୀୟ ବିମାନ, ଶିକ୍ଷାନୁଷ୍ଠାନ ଏବଂ ହୋଟେଲ, କ୍ଲବ ଉପରେ ନିଷେଧାଦେଶ ଜାରି ରହିବ। ତଥାପି, ରାଜ୍ୟଗୁଡ଼ିକର ମିଳିତ ସମ୍ମତି ସହିତ ଯାନବାହାନ ଏବଂ ବସ୍ ର ଆନ୍ତଃରାଜ୍ୟ ଚଳାଚଳକୁ ସରକାର ଅନୁମତି ଦେଇଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.