ETV Bharat / bharat

ରାଜନାଥଙ୍କ ବୟାନ, ତେଜସ ଡିଲ ସୃଷ୍ଟି କରିବ 50 ହଜାର ନିଯୁକ୍ତି - ଆର୍ମ୍ଡ ଫୋର୍ସ ଭେଟେରାନ ଦିବସ

ରାଜନାଥ ସିଂହ ସୂଚନା ଦେଇଛନ୍ତି 83 ତେଜସ ବିମାନର ଏହି ଡିଲ ଫଳରେ 50 ହଜାରରୁ ଊର୍ଦ୍ଧ୍ବ ନିଯୁକ୍ତି ସୃଷ୍ଟି ହେବ । ଅଧିକ ପଢନ୍ତୁ...

ରାଜନାଥଙ୍କ ବୟାନ, ତେଜସ ଡିଲ ସୃଷ୍ଟି କରିବ 50 ହଜାର ନିଯୁକ୍ତି

author img

By

Published : Jan 14, 2021, 9:41 PM IST

ବେଙ୍ଗାଲୁରୁ: ଆର୍ମ୍ଡ ଫୋର୍ସ ଭେଟେରାନ ଦିବସ ଅବସରରେ ବେଙ୍ଗାଲୁରୁରେ ପହଞ୍ଚିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏଠାରେ ପଡୋଶୀ ଦେଶ ଚୀନକୁ ସାଙ୍କେତିକ ଢଙ୍ଗରେ ଚେତାବନୀ ଦେଇଛନ୍ତି ରାଜନାଥ । ଏହାସହ ସେ ଗତ ବୁଧବାର ପ୍ରତିରକ୍ଷା କ୍ୟାବିନେଟ କମିଟିର ମଞ୍ଜୁରୀ ପାଇଥିବା ପ୍ରତିରକ୍ଷା ଡିଲର ବିଷୟ ମଧ୍ୟ ଉଠାଇଛନ୍ତି ।

ରାଜନାଥ ସିଂହ ସୂଚନା ଦେଇଛନ୍ତି 83 ତେଜସ ବିମାନର ଏହି ଡିଲ ଫଳରେ 50 ହଜାରରୁ ଊର୍ଦ୍ଧ୍ବ ନିଯୁକ୍ତି ସୃଷ୍ଟି ହେବ । ଏହି ଅବସରରେ ସେ ପୂର୍ବତନ ସୈନିକଙ୍କ ପାଇଁ ଅନେକ ଘୋଷଣା ମଧ୍ୟ କରିଛନ୍ତି । ବରିଷ୍ଠ ସୈନିକଙ୍କଠାରୁ ସମାଜକୁ ପ୍ରେରଣା ମିଳେ ବୋଲି କହିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ।

ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଲାଇଟ କମ୍ବାକ୍ଟ ଲଢୁଆ ବିମାନ ‘ତେଜସ’ କିଣିବା ପ୍ରସ୍ତାବକୁ ଅନୁମୋଦନ ଦେଇଥିଲା ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ କେନ୍ଦ୍ର ସୁରକ୍ଷା କ୍ୟାବିନେଟ କମିଟି । ଏଥିପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ପ୍ରାୟ 48 ହଜାର କୋଟି ଟଙ୍କା ବ୍ୟୟରେ ଏହି ଡିଲ କରିବାକୁ ଲକ୍ଷ୍ୟ ରଖିଛି । ଏହା ସର୍ବବୃହତ ସ୍ବଦେଶୀ ନିର୍ମିତ ପ୍ରତିରକ୍ଷା ଚୁକ୍ତି ବୋଲି କୁହାଯାଉଛି ।

ହିନ୍ଦୁସ୍ଥାନ ଏରୋନେଟିକ ଲିମିଟେଡ (HAL) ଦ୍ବାରା ଭାରତରେ ନିର୍ମିତ ସମ୍ପୂର୍ଣ୍ଣ ସ୍ବଦେଶୀ ଲାଇଟ କମ୍ବାକ୍ଟ ଏୟାରକ୍ରାଫ୍ଟ ହେଉଛି ତେଜସ । ଏହାର ଆଧୁନିକ ବୈଶିଷ୍ଠ ଓ କ୍ଷମତା ଭାରତୀୟ ବାୟୁ ସେନାକୁ ଶକ୍ତିଶାଳୀ କରିବା ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଆଜି ହୋଇଥିବା ଡିଲ ଆଧାରରେ 48 ହଜାର କୋଟି ଟଙ୍କା ବିନିମୟରେ ଭାରତ ସରକାର ଏହି ଲଢୁଆ ବିମାନ କିଣିବେ । ତେବେ କେତେ ସଂଖ୍ୟକ ଲଢୁଆ ବିମାନ କିଣାଯିବ ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ । ଏହି ଚୁକ୍ତି ପ୍ରତିରକ୍ଷା କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.