ETV Bharat / bharat

ମୁଖ୍ୟମନ୍ତ୍ରୀ ନୀତିଶଙ୍କ ପାଇଁ 'ସଦ୍‌ବୁଦ୍ଧି ଯଜ୍ଞ' କଲେ ତେଜ ପ୍ରତାପ - ମୁଖ୍ୟମନ୍ତ୍ରୀ ନୀତୀଶଙ୍କ ପାଇଁ ସଦବୁଦ୍ଧି ଯଜ୍ଞ

ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତଥା ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତେଜ ପ୍ରତାପ ଯାଦବ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପାଇଁ 'ସଦବୁଦ୍ଧି ଯଜ୍ଞ' କରିଛନ୍ତି । ତେଜ ପ୍ରତାପ ତାଙ୍କ ବାସଭବନରେ ଆୟୋଜିତ ଏହି ଯଜ୍ଞ କାର୍ଯ୍ୟକ୍ରମର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଅଧିକ ପଢନ୍ତୁ...

ସଦବୁଦ୍ଧି ଯଜ୍ଞ
ସଦବୁଦ୍ଧି ଯଜ୍ଞ
author img

By

Published : Apr 26, 2020, 10:54 PM IST

ପାଟନା: ସାରା ଦେଶରେ କୋରୋନା ମହାମାରୀ ବିରୋଧରେ ଲଢେଇ ଜାରି ରହିଛି । ଏପରିସ୍ଥଳେ ବିହାରରେ କିନ୍ତୁ ରାଜନୀତି ସରଗରମ ରହିଛି । ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତଥା ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତେଜ ପ୍ରତାପ ଯାଦବ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପାଇଁ 'ସଦବୁଦ୍ଧି ଯଜ୍ଞ' କରିଛନ୍ତି । ତେଜ ପ୍ରତାପ ତାଙ୍କ ବାସଭବନରେ ଆୟୋଜିତ ଏହି ଯଜ୍ଞ କାର୍ଯ୍ୟକ୍ରମର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ଟ୍ବିଟରରେ 'ସଦବୁଦ୍ଧି ଯଜ୍ଞ 'ର ଭିଡିଓ ସେୟାର କରି ତେଜ ପ୍ରତାପ ଟ୍ବଟ କରି କହିଛନ୍ତି ଯେ ଭଗବାନଙ୍କୁ ପ୍ରାର୍ଥନା କର ଯେ ସ୍ବାର୍ଥପର ତଥା ମନରୋଗରେ ପୀଡିତ ନୀତିଶ କୁମାର ଖୁବ ଶୀଘ୍ର ସଦବୁଦ୍ଧି ଲାଭ କରନ୍ତୁ । ଏହାସହ ସେ ସ୍ବାର୍ଥପର ଚିନ୍ତାଧାରାକୁ ପଛରେ ପକାଇ ବିହାରର ଭବିଷ୍ୟତ ତଥା ତାଙ୍କ ରାଜ୍ୟର ଗରିବ ଶ୍ରମିକମାନଙ୍କୁ ରାଜ୍ୟକୁ ଫେରାଇ ଆଣିବାକୁ ଚେଷ୍ଟା କରନ୍ତୁ ।

ସୂଚନାଯୋଗ୍ୟ ଯେ ବିହାରରେ କୋଟାରେ ଫସି ରହିଥିବା ଛାତ୍ରମାନଙ୍କୁ ଆଣିବା ପାଇଁ ବିହାରରେ ରାଜନୈତିକ ଘମାସାନ ଜାରି ରହିଛି ।

ତେଜ ପ୍ରତାପ ଏଠାରେ କହିଛନ୍ତି, କୋଟାରେ ଫସି ରହିଥିବା ବିହାର ସରକାର ଏବଂ ପ୍ରବାସୀ ଶ୍ରମିକମାନେ ବିହାର ସରକାରଙ୍କୁ ବାରମ୍ବାର ଫେରାଇ ଆଣିବାକୁ ଅନୁରୋଧ କରୁଛନ୍ତି କିନ୍ତୁ ସରକାର ଏହାକୁ ଗ୍ରହଣ କରୁନାହାନ୍ତି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.