ETV Bharat / bharat

ଟିକଟକ ମସ୍ତୀ ହେଲା ମରଣଯନ୍ତା

କାଳ ସାଜିଛି ଟିକଟକ ନିଶା। ମସ୍ତୀ କରୁକରୁ ଯାଉଛି ଜୀବନ। ସଲମାନ ନାମକ ଜଣେ ଯୁବକ ନିଜ ସାଙ୍ଗ ସୋହେଲ ଓ ଆମିର ସହ ମିଶି ଇଣ୍ଡିଆ ଗେଟ ଯାଇ ଘରକୁ ଫେରୁଥିବାବେଳେ କାରରେ କରୁଥିଲେ ଗୋଟିଏ ଟିକଟକ ଭିଡିଓ। ଭିଡିଓ କରିବା ସମୟରେ ସୋହେଲ, ସଲମାନଙ୍କ ମୁଣ୍ଡରେ ରଖି ଭିଡିଓ କରୁଥିବାବେଳେ ଟ୍ରିଗରରେ ହାତ ବାଜି ସଲମାନଙ୍କୁ ଗୁଳି ଲାଗିଥିଲା।

author img

By

Published : Apr 15, 2019, 8:51 AM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଯୁବପୀଢିଙ୍କ ମଧ୍ୟରେ ଖୁବ ଚାଲିଛି ଟିକଟକ ଟ୍ରେଣ୍ଡ । ପ୍ରାୟ ଛୋଟରୁ ବଡ ସଭିଙ୍କୁ ଘାରିଛି ଟିକଟକ ନିଶା । ଆଉ ଏହି ନିଶା କାହା ପାଇଁ ହୋଇଛି କାଳ। ଟିକଟକରେ ନିଜ ମସ୍ତିଭରା ଭିଡିଓ ବନାଇବା ବେଳେ ପିସ୍ତଲରୁ ଗୁଳି ଫୁଟିବାରୁ ଜଣେ ଯୁବକର ମୃତ୍ୟୁ ଘଟିଛି ।

ମିଳିଥିବା ପୋଲିସ ଖବର ଅନୁସାରେ, ଶନିବାର ରାତିରେ ସଲମାନ ନିଜ ସାଙ୍ଗ ସୋହେଲ ଓ ଆମିର ସହ ମିଶି ଇଣ୍ଡିଆ ଗେଟ ଯାଇଥିଲେ। ଏହି ସମୟରେ ସେ ଘରକୁ ଫେରୁଥିବାବେଳେ କାରରେ ସଲମାନଙ୍କ ସାଇଡ ସିଟରେ ବସିଥିଲେ ସୋହେଲ। ଆଉ ପଛ ସିଟରେ ଆମିର ବସିଥିଲେ ।

ମାତ୍ର ଏହି ସମୟରେ ନିଜ ପାଖରେ ଥିବା ଦେଶୀ ବନ୍ଧୁକକୁ ସୋହେଲ ସଲମାନଙ୍କ ଉପରେ ରଖି ଟିକଟକ ଭିଡିଓ ବନାଇବାକୁ ଚେଷ୍ଟା କରୁଥିଲେ । ସେହି ସମୟରେ ଟ୍ରିଗରରେ ହାତ ବାଜିବାରୁ ସଲମାନଙ୍କ ଉପରେ ଗୁଳି ଚାଲିଥିଲା ।

ଏହି ଘଟଣାକୁ ନେଇ ପୋଲିସ ଉଭୟ ସୋହେଲ ଓ ଆମିରକୁ ଗିରଫ କରିଛି । ସେମାନଙ୍କ ନାଁରେ ହତ୍ୟା ଓ ଅବୈଧ ଅସ୍ତ୍ରଶସ୍ତ୍ର ରଖିବା ଅପରାଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Intro:Body:

ଫୁଲବାଣୀ: ଶିକ୍ଷା, ସମସ୍ତ ଅନ୍ଧକାରରୁ ଆଲୋକ ଦେଖାଏ । ଗରିବ ଆଦିବାସୀ ଗିରିଜନ ଛାତ୍ରଛାତ୍ରୀ ମାନେ ଶିକ୍ଷାର ଆଲୋକରେ ଆଲୋକିତ ହେବାକୁ ଉଦ୍ୟମ କରୁଛନ୍ତି । ଉଦ୍ୟମରେ ସଫଳ ହୋଇଛନ୍ତି ଫୁଲବାଣୀ କନ୍ଧସାହି ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ। ମେଧାବୃତ୍ତି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ଚାରି ଜଣ ଏପରି ଛାତ୍ରଛାତ୍ରୀ। ଫଳରେ ସେମାନଙ୍କ ମନରେ ବଢିଛି ଉତ୍ସାହ ଓ ଆଗକୁ ଅଧିକ ସଫଳତା ପାଇଁ ଜନ୍ମିଛି ବିଶ୍ବାସ। 

ଫୁଲବାଣୀ କନ୍ଧସାହି ପ୍ରାଥମିକ ବିଦ୍ୟାଳୟ। 50 ଜଣ ଛାତ୍ରଛାତ୍ରୀ ପଢନ୍ତି ଏହି ସରକାରୀ ବିଦ୍ୟାଳୟରେ । ଲୋକେ ସରକାରୀ ବିଦ୍ୟାଳୟ ପ୍ରତି ଟିକେ ବିମୁଖ ହେଉଥିବା ବେଳେ କିନ୍ତୁ ଗରିବ ଆଦିବାସୀ ଗିରିଜନଙ୍କ ପାଇଁ ଏହି ବିଦ୍ୟାଳୟ ହିଁ ହୋଇଛି ଆଲୋକବର୍ତ୍ତିକା। ମଜୁରୀ କରି ବଞ୍ଚୁଥିବା ମେହନତି ମଣିଷଙ୍କ ଅନେକ ପିଲାଏ ପଢୁଛନ୍ତି ଏହି ସ୍କୁଲରେ। ତେବେ ସେ ମଧ୍ୟରେ କେତେକ ଛାତ୍ରଛାତ୍ରୀ ଅଛନ୍ତି କିଛି ଅଲଗା ଓ ମେଧାବୀ। ନିଜ ପ୍ରଚେଷ୍ଟା ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ସହାୟତାରେ ମେଧାବୃତ୍ତି ପାଇଛନ୍ତି ଏମାନେ। 

ଏହି ମେଧାବୀ ଛାତ୍ରଛାତ୍ରୀଙ୍କ ପରିବାର କିନ୍ତୁ କଷ୍ଟରେ ଚଳୁଛନ୍ତି । ଏପରିକି ପରିବାରକୁ ମଧ୍ୟ ବିଭିନ୍ନ କାମରେ ସହାୟତା କରିବା ପରେ ପାଠ ପଢୁଛନ୍ତି ପିଲାମାନେ।  ଆଦିବାସୀ ଗିରିଜନ ବାପା ମାଆଙ୍କ ମନରେ ପୁଅ ଝିଅର ଭେଦଭାବ ନାହିଁ । ଆମ ଝିଅ ଭଲ କରି କିଛି ନିଶ୍ଚୟ ହାସଲ କରିବ ବୋଲି ସେମାନଙ୍କ ମତ । ସ୍କୁଲର ଚାରି ଜଣ ଛାତ୍ରଛାତ୍ରୀ ମେଧାବୃତ୍ତି ପାଇବା ସହିତ ମାସକୁ ମାସ ଟଙ୍କା ମଧ୍ୟ ପାଇବେ । ଫଳରେ ସେମାନଙ୍କ ମନରେ ଆଶା ସଞ୍ଚାର ହୋଇଛି ଏହଂ ଅଧିକ ବିଶ୍ବାସ ଜନ୍ମିଛି ବୋଲି କହିଛନ୍ତି ଶିକ୍ଷୟତ୍ରୀ।

ଉଦ୍ୟମ ଓ ଇଛା ଶକ୍ତି ବଳରେ ନିଶ୍ଚିତ ଭାବେ ସଫଳତା ମିଳେ। ଏହି ଛାତ୍ରଛାତ୍ରୀ ମାନେ ଏହାର ଜ୍ୱଳନ୍ତ ଉଦାହରଣ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.