ମୁମ୍ବାଇ: ମହାରାଷ୍ଟ୍ର ମହାଡ୍ରାମାକୁ ନେଇ ସାରାଦେଶରେ ହଇଚଇ ସୃଷ୍ଟି ହୋଇଛି । ନାଟକୀୟ ଢଙ୍ଗରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଶପଥ ପାଠ ସାରା ଦେଶବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି। ମହାରାଷ୍ଟ୍ର ରାଜନୀତିକୁ ନେଇ ରାଜନୀତିରେ କମ୍ପନ ସୃଷ୍ଟି ହୋଇଥିବା ବେଳେ ମହାରାଷ୍ଟ୍ରର ଚନ୍ଦ୍ରପୁର ଅଞ୍ଚଳରେ ଘଟିଛି ଏକ ଆଶ୍ଚର୍ଯ୍ୟକର ଘଟଣା।
ରାଜନୀତିରେ ଚାଲିଥିବା ମହାଡ୍ରାମାକୁ ଦେଖି ଅସୁସ୍ଥ ହେଲେ ଅଧ୍ୟାପକ । ଗୋଟିଏ ଦିନ ଛୁଟି ପାଇଁ କଲେଜ କର୍ତ୍ତୃପକ୍ଷକୁ ଦେଇଥିବା ଦରଖାସ୍ତ ବର୍ତ୍ତମାନ ବେଶ୍ ଭାଇରାଲ ହୋଇଛି । ଦରଖାସ୍ତରେ ସେ ଉଲ୍ଲେଖ କରିଛନ୍ତି କି, ମହାଡ୍ରାମାକୁ ଦେଖି ସେ ଅସୁସ୍ଥ ହୋଇପଡିଛନ୍ତି । ଏଥିପାଇଁ ଗୋଟିଏ ଦିନ ଛୁଟି ଆବଶ୍ୟକ । ହେଲେ କଲେଜ କର୍ତ୍ତୃପକ୍ଷ ତାଙ୍କୁ ଦରଖାସ୍ତକୁ ଗ୍ରହଣ କରିନାହାଁନ୍ତି। ଏହି ଦରଖାସ୍ତ ସମ୍ପର୍କରେ ଜଣାପଡିବା ପରେ ତାହା ବେଶ୍ ଭାଇରାଲ ହେବାରେ ଲାଗିଛି।