ETV Bharat / bharat

କୋରୋନା ସହାୟତା: ଟାଟା ଗ୍ରୁପ ଦେଲା 40,032 କୋରୋନା ଟେଷ୍ଟ କିଟ୍ - coronavirus test kits

ବୁଧବାର ତାମିଲନାଡୁରେ କୋରୋନା ଭାଇରସ୍ ସଂକ୍ରମଣ ଚିହ୍ନଟ କରିବା ପାଇଁ ଟାଟା ଗ୍ରୁପ୍ 8 କୋଟି ଟଙ୍କା ମୂଲ୍ୟର PCR ଟେଷ୍ଟ କିଟ୍ ପ୍ରଦାନ କରିଛି । ତେବେ ଏନେଇ ତାମିଲନାଡୁ ସରକରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ...

tata-group-donates-40032-pcr-coronavirus-test-kits-to-tn
କୋରୋନା ସହାୟତା: ଟାଟା ଗ୍ରୁପ ଦେଲା 40,032 କୋରୋନା ଭାଇରସ୍ ଟେଷ୍ଟ କିଟ୍
author img

By

Published : Apr 15, 2020, 8:10 PM IST

ଚେନ୍ନାଇ: ଦେଶରେ କୋରୋନା ଭୟାବହତା ବଢିବାରେ ଲାଗିଛି । ଏଥିସହ କୋରୋନା ଆକ୍ରାନ୍ତ ମଧ୍ୟ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି । ଭାରତ ସରକାର ତଥା ବିଭିନ୍ନ ରାଜ୍ୟ ସରକାର ଜୋରଦାର କୋରୋନା ମୁକାବିଲାରେ ଲାଗି ପଡିଛନ୍ତି । ତେବେ ଏହି ମୁକାବିଲା ଦେଶ ଓ ରାଜ୍ୟ ସରକାରଙ୍କୁ ସହାୟତାର ହାତ ମଧ୍ୟ ବଢୁଛି ।

ତେବେ ଏହି କୋରୋନା ଯୁଦ୍ଧରେ ପୁଣିଥରେ ସହାୟତାର ହାତ ବଢାଇଛି ଦେଶର ଅନ୍ୟତମ ଧନୀ ସଂସ୍ଥା ଟାଟ ଗ୍ରୁପ । ଆଜି(ବୁଧବାର) ତାମିଲନାଡୁରେ କୋରୋନା ଭାଇରସ୍ ସଂକ୍ରମଣ ଚିହ୍ନଟ କରିବା ପାଇଁ ଟାଟା ଗ୍ରୁପ୍ 8 କୋଟି ଟଙ୍କା ମୂଲ୍ୟର PCR ଟେଷ୍ଟ କିଟ୍ ଦାନ କରିଛି । ତେବେ ଏନେଇ ତାମିଲନାଡୁ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାନୁସାରେ, ଟାଟା ଗ୍ରୁପ୍ ସଂକ୍ରମଣ ଚିହ୍ନଟ ପାଇଁ ତାମିଲନାଡୁ ସରକାରଙ୍କୁ 40,032 PCR ଟେଷ୍ଟ କିଟ୍ ଦାନ କରିଛି । ତାମିଲନାଡୁର ମୁଖ୍ୟମନ୍ତ୍ରୀ କେ ପାଲାନିସ୍ବାମୀ ଟାଟା ଗ୍ରୁପକୁ ଧନ୍ୟବାଦ ଜଣାଇଛନ୍ତି । ସୂଚନାଥାଉ କି, କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ତଥ୍ୟ ଅନୁସାରେ, ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 11 ହଜାରୁ ଅଧିକ ରହିଛି । ତେବେ ଏଥି ମଧ୍ୟରୁ 9,756ଟି ସକ୍ରିୟ ମାମଲା ଥିବାବେଳେ 1,305 ଜଣ ବ୍ୟକ୍ତି ସୁସ୍ଥ ହୋଇ ଡାକ୍ତରଖାନାରୁ ଘରକୁ ଫେରିଛନ୍ତି । ସେହିପରି ଦେଶରେ ମୃତ୍ୟୁ ସଂଖ୍ୟା 377 ପହଞ୍ଚିଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.