ETV Bharat / bharat

ଏନଆଇଏ ହେପାଜତରେ ସନ୍ଦିଗ୍ଧ ଆତଙ୍କବାଦୀ ତାନିଆ ପ୍ରବୀଣ - tania praveen

ସନ୍ଦିଗ୍ଧ ଆତଙ୍କବାଦୀ ତାନିଆ ପ୍ରବୀଣଙ୍କୁ କୋଲକାତାରେ ହେପାଜତକୁ ନେଇଛି ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) । ସେ ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା ସହ ଜଡିତ ଥିବା ଜଣାପଡିଛି । ଅଧିକ ପଢନ୍ତୁ...

tania-praveen-was-taken-into-custody-by-national-investigation-agency
ଏନଆଇ ହେପାଜତରେ ସନ୍ଦିଗ୍ଧ ଆତଙ୍କବାଦୀ ତାନିଆ ପ୍ରବୀଣ
author img

By

Published : Jun 14, 2020, 12:14 AM IST

କୋଲକାତା: ସନ୍ଦିଗ୍ଧ ଆତଙ୍କବାଦୀ ତାନିଆ ପ୍ରବୀଣଙ୍କୁ କୋଲକାତାରେ ହେପାଜତକୁ ନେଇଛି ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) । ତାନିଆଙ୍କୁ କୋଲକାତା ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ ଟିମ(ଏସଟିଏଫ) ଗିରଫ କରିଥିଲା । ସେ ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଂଗଠନ ଲସ୍କର ଏ ତୋଇବା ସହ ଜଡି଼ତ ଥିବା ଜଣାପଡିଛି । ତେବେ ସେ ପାକିସ୍ତାନର ହ୍ବାଟ୍‌ସଆପ ନମ୍ବର ବ୍ୟବହାର କରୁଥିଲେ ଏବଂ ପାକିସ୍ତାନର କେତେକ ହ୍ବାଟ୍‌ସଆପ ଗ୍ରୁପରେ ସାମିଲ ଥିଲେ ବୋଲି ଏନଆଇଏ ପକ୍ଷରୁ କୁହାଯାଇଛି ।

ସୂଚନା ମୁତାବକ, ତାନିଆଙ୍କୁ ଏସଟିଏଫ ପଶ୍ଚିମବଙ୍ଗର ଉତ୍ତର ପରାଗନା ଜିଲ୍ଲାର ବାଦୁରିଆ ଅଞ୍ଚଳରୁ ମାର୍ଚ୍ଚ 18 ତାରିଖରେ ଗିରଫ କରିଥିଲା । ତାନିଆଙ୍କ ନିକଟରୁ ଗୋଟିଏ ଲାପଟପ, ମୋବାଇଲ ଫୋନ ଏବଂ ଅନ୍ୟାନ୍ୟ କାଗଜପତ୍ର ଜବତ ହୋଇଥିଲା । ସେ ଆତଙ୍କବାଦୀ ସଂଗଠନ ଲସ୍କର ପାଇଁ ଯୁବକଙ୍କୁ ସାମିଲ କରିବାଠାରୁ ଆରମ୍ଭ କରି ସେନା ସୁରକ୍ଷା ସହ ଜଡିତ ଯବାନଙ୍କୁ ନିଜ ଜାଲରେ ଫସାଇ ହନି ଟ୍ରାପ ଜରିଆରେ ଭାରତୀୟ ସେନାର ଖବର ଆତଙ୍କବାଦୀଙ୍କୁ ପଠାଉଥିବା ତଦନ୍ତରୁ ଜଣାପଡିଥିଲା ।

ତେବେ ସେ ପ୍ରଥମ ମହିଳା ସନ୍ଦିଗ୍ଧ ଆତଙ୍କବାଦୀ ହୋଇଥିବା ବେଳେ ଶୁକ୍ରବାର ଏନଆଇଏ ତାଙ୍କୁ ହେପାଜତକୁ ନେଇଛି । ତେବେ ତାନିଆଙ୍କଠାରୁ ଲସ୍କର ସହ ଜଡିତ ଅନେକ ସୂଚନା ମିଳିପାରିବ ବୋଲି ଆଶା କରାଯାଉଛି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.