ETV Bharat / bharat

ମାନବ ସମ୍ବଳକୁ ଉପଯୋଗ କରିବାରେ ଓଡ଼ିଶା ସପ୍ତମ, ଶୀର୍ଷରେ ତାମିଲନାଡ଼ୁ - ତାମିଲନାଡ଼ୁ ଶୀର୍ଷରେ

ମାନବ ସମ୍ବଳର ଉପଯୋଗ ଉପରେ ଟାଟା ଟ୍ରଷ୍ଟ ଦ୍ବାରା କରାଯାଇଥିବା ଏକ ସର୍ଭେର ରିପୋର୍ଟ ନିକଟରେ ପ୍ରକାଶ ପାଇଛି । ଏହି ରିପୋର୍ଟ ମୁତାବକ ତାମିଲନାଡ଼ୁ ଶୀର୍ଷରେ ରହିଥିବା ବେଳେ ସପ୍ତମରେ ରହିଛି ଓଡ଼ିଶା । ଦ୍ବିତୀୟରେ ଉତ୍ତରାଖଣ୍ଡ ଓ ତୃତୀୟ ସ୍ଥାନରେ ପଞ୍ଜାବ ରହିଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Nov 9, 2019, 11:18 PM IST

ଡେରାଡୁନ: ମାନବ ସମ୍ବଳ ବ୍ୟବହାର ଓ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଭିତ୍ତିରେ ଉତ୍ତରାଖଣ୍ଡ ପୋଲିସ ସମଗ୍ର ଦେଶରେ ଦ୍ବିତୀୟ ସ୍ଥାନ ହାସଲ କରିଛି । ସେହିପରି ପ୍ରଥମ ସ୍ଥାନରେ ତାମିଲନାଡ଼ୁ ରହିଥିବା ବେଳେ ତୃତୀୟରେ ପଞ୍ଜାବ ରହିଛି ।

ଟାଟା ଟ୍ରଷ୍ଟ ପକ୍ଷରୁ ନିକଟରେ ପ୍ରକାଶ ପାଇଥିବା ଇଣ୍ଡିଆନ ଜଷ୍ଟିସ ରିପୋର୍ଟରୁ ଏହା ଜଣାପଡ଼ିଛି । ପ୍ରକାଶିତ ରିପୋର୍ଟ ମୁତାବକ ପୋଲିସର ମାନବ ସମ୍ବଳକୁ ବ୍ୟବହାର କରିବାରେ ସମଗ୍ର ଦେଶରେ ପ୍ରଥମେ ତାମିଲନାଡ଼ୁ ଓ ପରେ ଉତ୍ତରାଖଣ୍ଡ ରହିଛି ।

ଟାଟା ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ଆଧାରରେ ଦେଶର ପ୍ରମୁଖ ରାଜ୍ୟ ଗୁଡ଼ିକର ପୋଲିସ ପ୍ରଶାସନ ଉପରେ ସର୍ଭେ କରାଯାଇଥିଲା । ରାଜ୍ୟରେ ମୋଟ ପୋଲିସଙ୍କ ସଂଖ୍ୟା, ମହିଳା ପୋଲିସଙ୍କ ସଂଖ୍ୟା, ସମାଜରେ ବିଭିନ୍ନ ବର୍ଗର ଲୋକଙ୍କ ପୋଲିସ ପ୍ରଶାସନର କାର୍ଯ୍ୟର ଉପଲବ୍ଧତା ଆଦିକୁ ଆଧାର କରି ଏହି ସର୍ଭେ କରାଯାଇଥିଲା ।

ରିପୋର୍ଟ ମୁତାବକ ମହାରାଷ୍ଟ୍ର ଚତୁର୍ଥରେ ଥିବା ବେଳେ ପଞ୍ଚମରେ ଆନ୍ଧ୍ରପ୍ରଦେଶ, ଷଷ୍ଠରେ କର୍ଣ୍ଣାଟକ, ସପ୍ତମ ସ୍ଥାନରେ ଓଡ଼ିଶା, ଅଷ୍ଟମରେ ହରିଆଣା, ନବମରେ ଝାଡ଼ଖଣ୍ଡ ଏବଂ ଛତିଶଗଡ଼ ରହିଛନ୍ତି । ସେହିପରି ପଛକୁ ପଛ ତେଲେଙ୍ଗାନା, କେରଳ, ବିହାର, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶ ରହିଥିବା ଜଣାପଡ଼ିଛି ।

Intro:Body:

national issue

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.