ଚେନ୍ନାଇ: କେନ୍ଦ୍ରର ତ୍ରିଭାଷା ଫର୍ମୁଲାକୁ ଅଧିକ ବିରୋଧ କରୁଥିବା ତାମିଲନାଡୁ ରାଜ୍ୟର ଲୋକେ ଏବେ ହିନ୍ଦୀ ଶିଖିବା ନେଇ ବେଶି ଆଗ୍ରହ ପ୍ରକାଶ କରିଥିବା ଜଣାପଡିଛି । ଦକ୍ଷିଣ ଭାରତ ହିନ୍ଦୀ ପ୍ରାଚାର ସଭା (ଡିବିଏଚପି) ଅନୁଯାୟୀ, ନିଜର ଦକ୍ଷତା ବୃଦ୍ଧି କରିବା ଠାରୁ ଆରମ୍ଭ କରି 'ପରିଚୟ ସେ ପ୍ରବୀଣ' ସ୍ଥର ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ପୂର୍ବଅପେକ୍ଷା ତାମିଲନାଡୁରେ ଲୋକଙ୍କ ଆଗ୍ରହ ବୃଦ୍ଧି ପାଇଛି। 1918 ମସିହାରେ ଜାତିର ପିତା ମହାତ୍ମା ଗାନ୍ଧୀ ଦକ୍ଷିଣ ଭାରତୀୟ ରାଜ୍ୟରେ ହିନ୍ଦୀ ଭାଷାର ପ୍ରସାର ପ୍ରଚାର କରିବା ପାଇଁ ଏହି ସଭାର ସ୍ଥାପନା କରିଥିଲେ ।
2018ରେ 5.80ଲକ୍ଷ ବିଦ୍ୟାର୍ଥୀଙ୍କ ଦ୍ବାରା ବିଭିନ୍ନ ପରୀକ୍ଷା ଦେବା ସହ ହିନ୍ଦୀ ଶିଖିବାରେ ତାମିଲନାଡୁ ସବୁଠୁ ଆଗରେ ରହିଛି । ଆନ୍ଧ୍ରପ୍ରେଦେଶ ଓ ତେଲେଙ୍ଗାନାରେ 2.4 ଲକ୍ଷ, କର୍ଣ୍ଣାଟକରେ 60 ହଜାର ଓ କେରଳରେ 21 ହଜାର ଲୋକ ହିନ୍ଦି ଶିଖିବା ସମ୍ଭନ୍ଧିତ 'ପରିଚୟ ସେ ପ୍ରବୀଣ' ସ୍ଥର ପର୍ଯ୍ୟନ୍ତ ବିଭିନ୍ନ ପରୀକ୍ଷା ଦେଇଥିଲେ । ଡିବିଏଚପିର ମହାସଚିବ ଏସ ଜୟରାଜଙ୍କ କହିବାନୁଯାୟୀ, ହିନ୍ଦୀ ଭାଷାକୁ ନେଇ ବିବାଦ ଚାଲିଥିଲେ ମଧ୍ୟ ଆବଶ୍ୟକ ପଡିବାରୁ ସମସ୍ତେ ଶିଖିବାକୁ ବାଧ୍ୟ ହେଉଛନ୍ତି ।
ସେ ଆହୁରି କହିଛନ୍ତି, 2009 ମସିହାରେ 2.68 ଲୋକ ବିଭିନ୍ନ ପରିକ୍ଷା ଦେଇଥିଲେ । ତାହା ଏବେ 2018 ମସିହାରେ ବୃଦ୍ଧି ପାଇ 5.68 ହୋଇଯାଇଛି । ଚଳିତବର୍ଷ ପାଖପାଖି 6 ଲକ୍ଷ ଲୋକଙ୍କ ଆଶା କରାଯାଇଥିଲା । ଡିବିଏଚପିର ମହାସଚିବଙ୍କ କହିଛନ୍ତିଯେ, ଗତ 100 ବର୍ଷ ଧରି ଆମେ ହିନ୍ଦି ପଢାଇବାରେ ଲାଗିଛୁ । ଯେତେ ତୁମେ ଶିଖିବ ସେତେ ତୁମ ବୃଦ୍ଧିରେ ବୃଦ୍ଧି ଘଟିବ । ଆଉ ନିଜ ପାଇଁ ତୁମେ ସେତେ ଭଲ କରିପାରିବ ଉଚ୍ଚ ଶିକ୍ଷିତ ହେବ ।
ଏହି ସଙ୍ଗଠନ ଆଠଟି କୁଶଳତା ସ୍ଥରରେ ବୃଦ୍ଧି କରାଇଥାଏ । ପରିଚୟ, ରାଷ୍ଟ୍ରଭାଷା, ପ୍ରବେଶିକା, ରାଷ୍ଟ୍ରଭାଷା ବିଶାରଦ, ରାଷ୍ଟ୍ରଭାଷା ପ୍ରବୀଣ ଓ ଶିକ୍ଷକତା ପାଇଁ ଏହି ପରୀକ୍ଷାର ଆୟୋଜନ କରାଯାଇଥାଏ ।