ETV Bharat / bharat

ଲକଡାଉନ: ତାମିଲନାଡୁରେ ନଜର ରଖିବ ଡ୍ରୋନ

author img

By

Published : Mar 28, 2020, 10:42 AM IST

କିଛି ଲୋକ ଲକଡାଉନ କଟକଣାକୁ ଗୁରୁତର ସହ ନେଉ ନଥିବା ଦେଖିବାକୁ ମିଳୁଛି। ଯାହାର ପ୍ରତିକାର ସ୍ବରୁପ ତାମିଲନାଡୁ ପୋଲିସ ଡ୍ରୋନର ସାହାଯ୍ୟ ନେବ ବୋଲି ନିଷ୍ପତ୍ତି ନେଇଛନ୍ତି ।

Drone Surveillance
ନିୟମ ଖିଲାପକାରୀଙ୍କ ପାଇଁ ଡ୍ରୋନ ସାହାର୍ଯ୍ୟ ନେବ ତାମିଲନାଡୁ ପୋଲିସ

ଚେନ୍ନାଇ: କୋରୋନା ଭାଇରସ ବ୍ୟାପିବାରୁ ରୋକିବା ପାଇଁ ସମଗ୍ର ଦେଶରେ ଲକକାଉନ ଲାଗୁ ହୋଇଛି । ଫଳରେ ଲୋକମାନଙ୍କୁ ଘରୁ ବାହାରକୁ ନଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମାତ୍ର କିଛି ଲୋକ ଏହି କଟକଣାକୁ ଗୁରୁତର ସହ ନେଉ ନଥିବା ଦେଖିବାକୁ ମିଳୁଛି। ଯାହାର ପ୍ରତିକାର ସ୍ବରୁପ ତାମିଲନାଡୁ ପୋଲିସ ଡ୍ରୋନର ସାହାଯ୍ୟ ନେବ ବୋଲି ନିଷ୍ପତ୍ତି ନେଇଛନ୍ତି ।

ତାମିଲନାଡୁ ପୋଲିସ ରାଜ୍ୟର କିଛି ସ୍ଥାନରେ ଡ୍ରୋନ ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଚେନ୍ନାଇ, କନ୍ୟାକୁମାରୀ ଏବଂ ଏରୋଡ ଜିଲ୍ଲାରେ ଡ୍ରୋନ୍ ନିୟୋଜିତ କରିବାକୁ ପୋଲିସ ନିଷ୍ପତ୍ତି ନେଇଛି। ଏହି ଡ୍ରୋନ୍ ଗୁଡିକ ଜିଲ୍ଲାର ମୁଖ୍ୟ ସଡ଼କରେ ବୁଲିବ ଯେଉଁ ସ୍ଥାନରେ ପୋଲିସ ପ୍ରବେଶ କରିବା ସମ୍ଭବ ନୁହେଁ ।

ଏପଟେ ଡ୍ରୋନ୍ ସାହାର୍ଯ୍ୟରେ ବାହାର ଲୋକଙ୍କୁ ସହଜରେ ଚିହ୍ନଟ କରିପାରିବା ସହ ରାଜ୍ୟର ଲୋକଙ୍କୁ ଏଭଳି ଭୁଲ କରିବାକୁ ରୋକାଯାଇପାରିବ ବୋଲି ତାମିଲନାଡୁ ପୋଲିସ କହିଛନ୍ତି । ତେବେ ପଡୋଶୀ ରାଜ୍ୟରୁ ଆସୁଥିବା ଲୋକଙ୍କ ଦ୍ବାରା ମଧ୍ୟ କୋରୋନା ବ୍ୟାପିବାର ବହୁ ଆଶଙ୍କା ରହିଛି । ତେଣୁ ତାମିଲନାଡୁରେ ପ୍ରବେଶ ନକରିବା ପାଇଁ କେରଳ, କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.