ETV Bharat / bharat

ଟିକଟକରେ ଦେଶୀ ମଦ ପ୍ରସ୍ତୁତ ଭିଡିଓ, ଜଣେ ଗିରଫ

author img

By

Published : May 5, 2020, 3:33 PM IST

ଭେଲାନକାନି ସହରରେ ବେଆଇନ ଭାବେ ଦେଶି ମଦ ଉତ୍ପାଦନ କରୁଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ । ସେ ଟିକଟକରେ ତାଙ୍କ ଏହି କାର୍ଯ୍ୟକୁ ଅପଲୋଡ କରିଥିଲେ । ଅଧିକ ପଢନ୍ତୁ...

ଟିକଟକରେ ବେଆଇନ ମଦ ପ୍ରସ୍ତୁତ କରୁଥିବା ଭିଡିଓ ଅପଲୋଡ କରି ଜଣେ ଗିରଫ

ଚେନ୍ନାଇ: ତାମିଲନାଡୁର ନାଗାପଟ୍ଟିନମ ଜିଲ୍ଲାର ଭେଲାନକାନି ସହରରେ ବେଆଇନ ଭାବେ ଦେଶି ମଦ ଉତ୍ପାଦନ କରୁଥିବା ଜଣେ ବ୍ୟକ୍ତି ତାଙ୍କର ଏହି କାର୍ଯ୍ୟର ଭିଡିଓ ପ୍ରସ୍ତୁତ କରି ଟିକଟକ ଭଳି ଏକ ଜନସାଧାରଣ ବ୍ୟବହାରକାରୀ ସୋସିଆଲ ଆପରେ ଅପଲୋଡ କରିଛନ୍ତି । ଯାହାକୁ ଆଧାର କରି ସୋମବାର ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ ।

ପୋଇଗାଇନାଲୁରର ବାସିନ୍ଦା ପୁଞ୍ଛୁଲାଇ, ତାମିଲସେଲଭାନ୍ ନାମରେ ମଧ୍ୟ ପରିଚିତ । ସେ ତାଙ୍କ ବାସଭବନର ପଛପଟରେ ମଦ ପ୍ରସ୍ତୁତ କରିବା ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରିଥିଲେ। ହେଲେ ଏ ସମ୍ପର୍କରେ ପୋଲିସକୁ କୌଣସି ସୂଚନା ମିଳିନଥିବାବେଳେ, ସେ ଏହି ବେଆଇନ ମଦ ତିଆରି କରୁଥିବା କାର୍ଯ୍ୟକୁ ଟିକଟକ ଭିଡିଓରେ ଅପଲୋଡ କରିବା ପରେ ଏକ ପୋଲିସ ଜାଣିପାରି ତାଙ୍କୁ ଗିରଫ କରିଛି । ଘଟଣାସ୍ଥଳରୁ ମଦ ତିଆରିରେ ପାଇଁ ବ୍ୟବହୃତ ପାତ୍ର ଏବଂ ଅନ୍ୟାନ୍ୟ ସାମଗ୍ରୀ ପୋଲିସ ଜବତ କରିଛି ।

କୋରୋନା ଭାଇରସର ପ୍ରସାରକୁ ରୋକିବା ପାଇଁ ଦେଶବ୍ୟାପୀ ଲକଡାଉନ ମଧ୍ୟରେ ମଦ ଦୋକାନଗୁଡିକ ବନ୍ଦ ହେବା କାରଣରୁ ବର୍ତ୍ତମାନ ପର୍ଯ୍ୟନ୍ତ ତାମିଲନାଡୁରେ 6 ଜଣଙ୍କର ମୃତ୍ୟୁ ଘଟିଛି। ଲୋକମାନେ ବିଶାକ୍ତ ମଦ ପିଇବା କିମ୍ବା ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ଅନ୍ୟ ନିଶା ଦ୍ରବ୍ୟ ବ୍ୟବହାର କରି ନିଜକୁ ଖୁସି ରଖୁଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.