ETV Bharat / bharat

ତାମିଲନାଡୁରେ ଗମ୍ଭୀର କୋରୋନା ସ୍ଥିତି, 20 ହଜାର ମୁହାଁ ଆକ୍ରାନ୍ତ - ପଶ୍ଚିମବଙ୍ଗରେ କୋରୋନା ଅପଡେଟ

ତାମିଲନାଡୁ ସରକାରଙ୍କ ସୂଚନାନୁସାରେ ବୁଧବାର 817 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି 567 ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି । ଅଧିକ ପଢନ୍ତୁ...

ତାମିଲନାଡୁରେ ଗମ୍ଭୀର କୋରୋନା ସ୍ଥିତି, 20 ହଜାର ମୁହାଁ ଆକ୍ରାନ୍ତ

author img

By

Published : May 28, 2020, 1:10 AM IST

ଚେନ୍ନାଇ: ମହାରାଷ୍ଟ୍ର ପରେ ଦେଶର ଦ୍ବିତୀୟ ରାଜ୍ୟ ଭାବେ ତାମିଲନାଡୁରେ କୋରୋନା ଆକ୍ରାନ୍ତ 20 ହଜାର ପାର କରିବା ନିଶ୍ଚିତ ହୋଇଛି । ଏବେ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା 18 ହଜାର 545 ପହଞ୍ଚିଲାଣି । ଦ୍ରୁତ ଗତିରେ ଏହି ପଜିଟିଭ ସଂଖ୍ୟା ବଢିଚାଲିଛି । ପ୍ରତିଦିନ ରାଜ୍ୟରେ ଶହ ଶହ ଆକ୍ରାନ୍ତ ବାହାରୁଛନ୍ତି ।

ତାମିଲନାଡୁ ସରକାରଙ୍କ ସୂଚନାନୁସାରେ ବୁଧବାର 817 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି 567 ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି । ଏବେ ଯାଏଁ ମୋଟ 9909 ସୁସ୍ଥ ହୋଇସାରିଲେଣି । ବୁଧବାର 6ଟି ମୃତ୍ୟୁ ସହ ମୋଟ ମୃତ୍ୟୁସଂଖ୍ୟା 133 ରହିଛି ।

ସେହିପରି ଗୁଜରାଟରେ ଗତ 24 ଘଣ୍ଟାରେ 376ଟି ମାମଲା ସ୍ପଷ୍ଟ ହୋଇଛି । ଫଳରେ ମୋଟ ଆକ୍ରାନ୍ତ 15 ହଜାର ପାର କରି 15 ହଜାର 205 ପହଞ୍ଚିଛି । 24 ଘଣ୍ଟାରେ 23ଟି ମୃତ୍ୟୁ ସହ ମୃତ୍ୟୁସଂଖ୍ୟା 938 ଛୁଇଁଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ଦେଶରେ ଅନ୍ୟ ରାଜ୍ୟମାନଙ୍କରେ ମଧ୍ୟ ସ୍ଥିତି ଅତ୍ୟନ୍ତ ଖରାପ ରହିଛି । ରାଜସ୍ଥାନରେ 280 ଆକ୍ରାନ୍ତ ଓ 3 ମୃତ୍ୟୁ ରେକର୍ଡ ହୋଇଛି । ଏଠାରେ ମୋଟ ଆକ୍ରାନ୍ତ 7816 ରହିଛି । 3081 ଆକ୍ଟିଭ କେସ ଓ ମୃତ୍ୟୁସଂଖ୍ୟା 173 ରହିଛି । ଉତ୍ତରପ୍ରଦେଶରେ 24 ଘଣ୍ଟାରେ 269 ନୂଆ କେସ ବାହାରିଛି । ରାଜ୍ୟରେ ମୋଟ ପଜିଟିଭ 6991 ଓ ମୃତ୍ୟୁସଂଖ୍ୟା 182 ଥିବା ସୂଚନା ରହିଛି ।

ସେହିପରି ମଧ୍ୟପ୍ରଦେଶ ସ୍ବାସ୍ଥ୍ୟ ବିଭାଗ ସୂଚନାନୁସାରେ 237 ନୂଆ ମାମଲା ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 7261 ପହଞ୍ଚିଛି । ସେହିପରି ବୁଧବାର 8ଟି ମୃତ୍ୟୁ ସହ ମୋଟ ସଂଖ୍ୟା 313 ରହିଛି । 3927 ଜଣ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି । ପଶ୍ଚିମବଙ୍ଗରେ ବୁଧବାର 183 କୋରୋନା ମାମଲା ସ୍ପଷ୍ଟ ହୋଇଛି । ମୋଟ ସଂଖ୍ୟା 4192 ଥିବା ଜଣାପଡିଛି ।

ଜମ୍ମୁ ଓ କାଶ୍ମୀରରେ ଗତ 24 ଘଣ୍ଟାରେ ବଢିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଅନେକ ଦିନ ପରେ 100 ଉପରେ କେସ ବାହାରିଛି । ମୋଟ 162 ନୂଆ ମାମଲା ସହ 1921ରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା । 854 ଜଣ ସୁସ୍ଥ ହେବା ସହ 26 ଜଣଙ୍କର ମୃତ୍ୟୁ ହୋଇଥିବା ସରକାର ସୂଚନା ଦେଇଛନ୍ତି ।

ସୌଜନ୍ୟ@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.