ETV Bharat / bharat

ବିହାର ରାଜନେତାଙ୍କୁ ସ୍ପେଶାଲ ଅଫର ଦେଲେ ହରିୟାଣାରେ ଫସିଥିବା ଦାଦନ - ବିହାର ବିଧାନସଭା ନିର୍ବାଚନ

ମହାମାରୀ କୋରୋନା ପୂର୍ବରୁ ବିହାରର କେତେକ ଦାଦନ ଶ୍ରମିକ କାମ ପାଇଁ ହରିଆଣାର ରୋହତକରେ ଫସି ରହିଛନ୍ତି । ରାଜନେତାଙ୍କୁ ସ୍ପେଶାଲ ଅଫର ଦେଲେ ଦାଦନ ଶ୍ରମିକ । ଅଧିକ ପଢନ୍ତୁ...

ରାଜନେତାଙ୍କୁ ସ୍ପେଶାଲ ଅଫର ଦେଲେ ହରିୟାଣାରେ ଫସି ରହିଥିବା ଦାଦନ

author img

By

Published : Oct 19, 2020, 2:44 PM IST

ରୋହତକ: ବିହାର ବିଧାନସଭା ନିର୍ବାଚନକୁ ନେଇ ଜାତୀୟ ରାଜନୀତି ସରଗରମ ରହିଛି । ଭୋଟରଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ଦଳ ପାହାଡ ଭଳି ପ୍ରତିଶୃତି ଠିଆ କରିଦେଉଛନ୍ତି । କିଏ ଚାକିରି ଦେବାକୁ କହୁଛି, ତ କିଏ ସୁଶାସନ । ହେଲେ ଆଶ୍ଚର୍ଯ୍ୟ ଲକଡାଉନରେ ଫସି ରହିଥିବା ଶ୍ରମିକଙ୍କ ପାଇଁ କୌଣସି ରାଜନୈତିକ ଦଳ ନିଜ ବକ୍ତବ୍ୟରେ ପଦୁ ଟିଏ ମଧ୍ୟ ପାଟି ଖୋଲିନାହାଁନ୍ତି । ଯାହାକୁ ନେଇ ଆଜି ସେହି ଭୋଟର ସେହି ନେତା ମନ୍ତ୍ରୀକୁ ଭୋଟ ଦେବେ ଯେଉଁମାନେ ସେମାନଙ୍କୁ ବାହାର ରାଜ୍ୟର ସୁରକ୍ଷିତ ଆଣି ପାରିବେ ।

ମହାମାରୀ କୋରୋନା ପୂର୍ବରୁ ବିହାରର କେତେକ ଦାଦନ ଶ୍ରମିକ କାମ ପାଇଁ ହରିଆଣାର ରୋହତକରେ ଫସି ରହିଛନ୍ତି । ସମସ୍ତ ଶ୍ରମିକ ନିଜ ଘରକୁ ଅର୍ଥାତ ବିହାର ଫେରିବାକୁ ସମସ୍ତ ରାଜନୈତିକ ଦଳକୁ ଏକ ଅଫର ଦେଇଛନ୍ତି । ଯେଉଁମାନେ ତାଙ୍କୁ ସୁରକ୍ଷିତ ଭାବେ ତାଙ୍କ ଜନ୍ମମାଟିକୁ ଫେରାଇ ଆଣିବାକୁ ବ୍ୟବସ୍ଥା କରାଇବେ ତାଙ୍କୁ ହିଁ ଭୋଟ ଦେବେ ।

ଯଦିଓ କିଛି ଶ୍ରମିକ ବିହାର ବିଧାନସଭାରେ ନିଜର ଭୋଟ ଦେବାକୁ ଇଚ୍ଛୁକ ତେବେ ତାଙ୍କ ପାଖରେ ସେତିକି ସମ୍ବଳ ନାହିଁ ଯେ ସେମାନେ ବିହାର ଯାଇ ମତଦାନ କରିପାରିବେ । ମହାମାରୀ କୋରୋନା ମଧ୍ୟ ଅନେକଙ୍କ ବ୍ୟବସାୟ ବୁଡାଇ ଦେଇଥିବାରୁ ଆହୁରି ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ତେଣୁ ସେମାନେ ସେହି ରାଜନୈତିକ ଦଳକୁ ଭୋଟ ଦେବେ ଯିଏ, ସେମାନଙ୍କୁ ସୁରକ୍ଷିତ ଭାବେ ତାଙ୍କ ରାଜ୍ୟକୁ ଫେରାଇ ନେବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.