ETV Bharat / bharat

7ମାସ ଧରି ନ୍ୟାୟ ମାଗୁଛି ମୃତଦେହ - ଗାନ୍ଧିନଗର

ସନ୍ଦେହ ଘେରରେ ଗୁଜୁରାଟ ସାବରକଥା ଗାଁର ଭାଟିଆଭିଆ ଗାମରଙ୍କ ମୃତ୍ୟୁ ଘଟଣା । ଘଟଣାର ସତ୍ୟାସତ୍ୟ ଜଣିବା ପାଇଁ ତଦନ୍ତ ଆରମ୍ଭ କରିଛି ପୋଲିସ । ତେବେ ପରିବାର ଲୋକେ ଗାମରଙ୍କ ମୃତ୍ୟୁକୁ ହତ୍ୟା ଅଭିଯୋଗ କରି ମୃତଦେହକୁ ଗଛରେ ଝୁଲାଇ ଦେଇଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ବ୍ୟୁରୋ
author img

By

Published : Jul 16, 2019, 11:35 PM IST

ଗାନ୍ଧିନଗର: ଗୁଜୁରାଟ ତାଡିବେଦି ଅନ୍ତର୍ଗତ ସାବରକଥା ଗାଁରେ ନ୍ୟାୟ ପାଇଁ 7 ମାସ ଧରି ଗଛରେ ଝୁଲୁଛି ମୃତଦେହ । ମୃତଦେହଟିକୁ ଜରି ଗୁଡାଇ ଏକ ଝୁଲନ୍ତା ଖଟିଆରେ ଶୁଆଇ ଦିଆଯାଇଥିବା ଦେଖିବାକୁ ମିଳିଛି । ମୃତବ୍ୟକ୍ତି ଜଣଙ୍କ ହେଲେ ଭାଟିଆଭିଆ ଗାମର । ଗତ ଜାନୁଆରୀରେ ସେ ରହସ୍ୟମୟ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ ।

ଭିଡିଓ ସୌଜନ୍ୟ: ଇଟିଭି ବ୍ୟୁରୋ

ଗୁଜୁରାଟ-ରାଜସ୍ଥାନ ସୀମା ନିକଟ ସାବରକନ୍ଥା ଜିଲ୍ଲା ପୋଶିନାଠାରୁ ଉକ୍ତ ଗ୍ରାମଟି ମାତ୍ର 2 କିମି ଦୂର । ତେବେ ଗାମରଙ୍କୁ କେହି ହତ୍ୟା କରି ଗଛରେ ଟାଙ୍ଗିଦେଇଥିବା ଥାନାରେ ଅଭିଯୋଗ କରିଥିଲେ ତାଙ୍କ ପରିବାର ଲୋକେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ଯାଞ୍ଚ ଆରମ୍ଭ କରିଥିଲା । ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ବୋଲି ପୋଲିସ କହୁଥିବାବେଳେ ପରିବାର ଲୋକ କିନ୍ତୁ ଏହାକୁ ହତ୍ୟା ବୋଲି ଅଭିଯୋଗ କରିଛନ୍ତି ।

ସୂଚନାମୁତାବକ, ଗାମରଙ୍କର ଉକ୍ତ ଗାଁର ଏକ ଝିଅ ସହ ପ୍ରେମ ସମ୍ପର୍କ ଗଢିଉଠିଥିଲା । ଯାହାକୁ ଝିଅଘର ଲୋକେ ବିରୋଧ କରୁଥିଲେ । ଯେଉଁଥିପାଇଁ ସେମାନେ ଗାମରଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଯେ ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ମିଳିନି ସେ ପର୍ଯ୍ୟନ୍ତ ସେ ଏହି ମୃତଦେହକୁ ସେମାନେ ଗ୍ରହଣ କରିବେନି ବୋଲି ଚେତାବନୀ ଦେଇଛନ୍ତି ।

ତେବେ ବର୍ଷା ଦିନ ଚାଲିଥିବାରୁ ମୃତଦେହଟି କାଳେ ପଚିସଢି ଯିବ ସେନେଇ ପରିବାର ଓ ପୋଲିସ ପକ୍ଷରୁ ମୃତଦେହକୁ ଏକ ପଲିଥିନରେ ଘୋଡାଇ ଦିଆଯାଇ ଗଛରେ ଏକ ଖଟିଆ ବାନ୍ଧି ତାହାରି ଉପରେ ରଖାଯାଇଛି ।

ପ୍ରକାଶ ଯେ, ଏହି ମାମଲାର ତଦନ୍ତ କରି ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ତେବେ ପରିବାର ଲୋକେ ମୃତଦେହକୁ ଗ୍ରହଣ ନ କରି ଗଛରେ ଝୁଲାଇ ଦେଇଛନ୍ତି । ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ମୃତଦେହ ଗଛରେ ଝୁଲି ରହିବ ବୋଲି କହିଛନ୍ତି ପରିବାର ଲୋକେ ।

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.