ETV Bharat / bharat

ଡିଲିଟ୍ ହେଲା 1,095 ଲୁକଆଉଟ୍ ସର୍କୁଲାର, ଭାରତ ଛାଡିଲେ 630 ବିଦେଶୀ ଜମାତି

author img

By

Published : Aug 28, 2020, 7:47 AM IST

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ସମ୍ପୃକ୍ତ ବିଦେଶୀ ଦୂତାବାସଙ୍କ ସହଯୋଗରେ ରହିବା ସହ ତବଲିଗି ଜମାତିଙ୍କ ସୁଗମ ପ୍ରତ୍ୟାବର୍ତ୍ତନ କରାଯିବ। 1,095 ଲୁକଆଉଟ୍ ସର୍କୁଲାର ଡିଲିଟ୍ ହୋଇଯାଇଛି ଏବଂ ତବଲିଗି ଜମାତିର 630 ବିଦେଶୀ ସଦସ୍ୟ ଭାରତ ଛାଡିଛନ୍ତି ।

ଡିଲିଟ୍ ହେଲା 1,095 ଲୁକଆଉଟ୍ ସର୍କୁଲାର, 630 ବିଦେଶୀ ଜମାତି ଭାରତ ଛାଡିଲେ

ନୂଆଦିଲ୍ଲୀ: ମହାମାରୀ ସମୟରେ ପରିସ୍ଥିତିକୁ ବିଗାଡିବା ସହ ନିଜେ ଅଡୁଆରେ ପଡିଛନ୍ତି ତବଲିଗ୍ ଜମାତି ସଦସ୍ୟ। ଦିନ ବଢିବା ସହ ସେମାନଙ୍କ ଅଡୁଆ ମଧ୍ୟ ବଢୁଛି। ଏହା ଭିତରେ ଏହି ଜମାତି ସଦସ୍ୟଙ୍କୁ ଜାରି ହୋଇଥିବା 1095 ଲୁକଆଉଟ୍ ସର୍କୁଲାର ନୋଟିସକୁ ଡିଲିଟ୍ କରାଯାଉଛି। ସେହିପରି 630 ବିଦେଶୀ ଜମାତି ସଦସ୍ୟ ଭାରତ ଛାଡିଛନ୍ତି ବୋଲି ବୈଦେଶିକ ମନ୍ତ୍ରଣାଳୟ ଗୁରୁବାର ସୂଚନା ଦେଇଛି।

ସୂଚନା ଅନୁସାରେ, ଭିସା ନିୟମ ତଥା ମହାମାରୀର ପ୍ରତିବନ୍ଧକକୁ ଉଲ୍ଲଂଘନ କରିଥିବାରୁ ଭାରତରେ ଅଟକି ରହିଥିଲେ। ଏହି ବିଦେଶୀ ତବଲିଗି ଜମାତି ସଦସ୍ୟଙ୍କ ପ୍ରସଙ୍ଗରେ ଏମଏ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ ମନ୍ତ୍ରଣାଳୟ ସେମାନଙ୍କ କନସୁଲାର ପ୍ରବେଶ, ଏଲଓସି ବିଲୋପ ଏବଂ ନିଜ ଦେଶକୁ ସୁଗମ ପ୍ରତ୍ୟାବର୍ତ୍ତନ ପାଇଁ ସକ୍ରିୟ ସହଯୋଗ କରୁଛି। ସେ କହିଛନ୍ତି ଯେ ଆମେ ସମ୍ପୃକ୍ତ ପ୍ରକ୍ରିୟା ମାଧ୍ୟମରେ ସମ୍ପୃକ୍ତ ବିଦେଶୀ ଦୂତାବାସକୁ ସୂଚନା ଦେଇଛୁ।

ସେ ଏକ ଅନଲାଇନ୍ ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ, ଅଗଷ୍ଟ 24 ସୁଦ୍ଧା 1,095 ଲୁକ୍ଆଉଟ୍ ସର୍କୁଲାର୍ (LOCs) ଡିଲିଟ୍ ହୋଇଛି ଏବଂ ତବଲିଗି ଜାମାତର 630 ବିଦେଶୀ ସଦସ୍ୟ ଭାରତ ଛାଡିଛନ୍ତି। ତବଲିଗି ଜାମାତର ଏହି ସଦସ୍ୟମାନଙ୍କୁ ସେମାନଙ୍କ ଭିସା ସ୍ଥିତି ସହିତ ଅସଙ୍ଗତ କାର୍ଯ୍ୟକଳାପରେ ଲିପ୍ତ ଥିବାରୁ ବିଦେଶୀ ଆଇନ ଅନୁଯାୟୀ ଅଭିଯୋଗ କରାଯାଇଥିଲା ବୋଲି ଶ୍ରୀବାସ୍ତବ କହିଛନ୍ତି।

ଏପଟେ ତବଲିଗି ଜମାତ ସଦସ୍ୟଙ୍କ ବିରୋଧରେ ସାମ୍ପ୍ରଦାୟିକ ଘୃଣା ବ୍ୟାପିଥିବା ଅଭିଯୋଗରେ ଗଣମାଧ୍ୟମର ଏକ ବିଭାଗ ବିରୋଧରେ ହୋଇଥିବା ଅଭିଯୋଗକୁ ପ୍ରଥମେ ଶୁଣାଣି ପାଇଁ ସୁପ୍ରିମକୋର୍ଟ କହିଛନ୍ତି। ଏହାସହ ମାମଲା ନ୍ୟାସନାଲ ବ୍ରୋଡକାଷ୍ଟିଂ ଆସୋସିଏସନ (NBA)ପରି ଏକ ସଂସ୍ଥାକୁ ଯିବା ଉଚିତ।

ଆସନ୍ତା ମାସରେ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଅଂଶଗ୍ରହଣ କରିବେ କି ନାହିଁ ନିଶ୍ଚିତ ହୋଇ ନାହିଁ। ଏକ ପୃଥକ ପ୍ରଶ୍ନରେ ଶ୍ରୀବାସ୍ତବ କହିଛନ୍ତି ଯେ ମସ୍କୋରେ ହେବାକୁ ଥିବା ବୈଠକ ପାଇଁ ମନ୍ତ୍ରୀଙ୍କୁ ନିମନ୍ତ୍ରଣ ମିଳିଛି । ଏବଂ ତାଙ୍କ ଅଂଶଗ୍ରହଣ ଉପରେ ନିଷ୍ପତ୍ତି ନିଆଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.