ଲକ୍ଷ୍ନୌ: ଦୁଷ୍କର୍ମ ମାମଲାରେ ଫସିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବାମୀ ଚିନ୍ମୟାନନ୍ଦଙ୍କୁ ବ୍ଲାକମେଲ କରିଥିବା ପୀଡିତା ଛାତ୍ରୀ ଏବଂ ତାଙ୍କର ସମସ୍ତ ସହଯୋଗୀ ସୋମବାର ଶାହଜାହାଁପୁର ଅଦଲତରେ ହାଜର ହୋଇଛନ୍ତି । ଚିନ୍ମୟାନନ୍ଦ ପୀଡିତା ଲ’ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ପରେ ପୀଡିତା, ତାଙ୍କୁ 5 କୋଟି ଟଙ୍କା ଲାଞ୍ଚ ମାଗିଥିଲା । ଏହାକୁ ଆଧାର କରି ଛାତ୍ରୀ ଏବଂ ତାଙ୍କ ସହଯୋଗୀଙ୍କୁ ଗିରଫ କରାଯାଇଥିଲା ।
ଏହି କ୍ରମରେ ସ୍ବାମୀ ଚିନ୍ମୟାନନ୍ଦ ଏବଂ ସଞ୍ଜୟ ସିଂହଙ୍କୁ କେବଳ ଜେଲରେ ରଖାଯାଇଛି । ବାକି ସମସ୍ତଙ୍କୁ ବେଲରେ ଛଡାଯାଇଥିଲା । ସୋମବାର ଶାହଜାହାଁପୁର ଜିଲ୍ଲା ଅଦାଲତରେ ଉଭୟ ପକ୍ଷ ହାଜର ହେବେ । ଦୁଷ୍କର୍ମ ମାମଲାରେ ସ୍ବାମୀ ଚିନ୍ମୟାନନ୍ଦଙ୍କୁ ଏସଆଇଟି ସେପ୍ଟେମ୍ବର 20 ତାରିଖରେ ଗିରଫ କରିଥିଲା । ଅନ୍ୟପଟେ ସ୍ବାମୀ ଚିନ୍ମୟାନନ୍ଦଙ୍କ ଠାରୁ 5 କୋଟି ଟଙ୍କାର ଲାଞ୍ଚ ମାଗିଥିବା ଅଭିଯୋଗରେ ପୀଡିତା ଛାତ୍ରୀଙ୍କୁ ଏସଆଇଟି ସେପ୍ଟେମ୍ବର 25 ତାରିଖରେ ଗିରଫ କରିଥିଲା। ଉକ୍ତ ଛାତ୍ରୀଙ୍କ ସହଯୋଗୀ ସଚିନ ସେଙ୍ଗର, ବିକ୍ରମ ଏବଂ ସଞ୍ଜୟ ସିଂହଙ୍କୁ ମଧ୍ୟ ଗିରଫ କରାଯାଇଥିଲା ।