ETV Bharat / bharat

‘ରାତିରେ ମନ୍ତ୍ରୀ, ସକାଳେ ଚୌକିଦାର’ - twitter

ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ନିଜ ଟ୍ୱିଟର ଆକାଉଣ୍ଟରେ ନାମ ଆଗରେ ‘ଚୌକିଦାର’ ଲଗାଇ ଦେଇଛନ୍ତି । ପୂର୍ବରୁ ଏହା ସୁଷମା ସ୍ବରାଜ ଥିବାବେଳେ ଏବେ ଏହା ‘ଚୌକିଦାର ସୁଷମା ସ୍ୱରାଜ’ ହୋଇଛି । ତେବେ ଏହାକୁ ନେଇ ସୁଷମାଙ୍କ ସ୍ୱାମୀ ଏକ ମଜାଦାର ପ୍ରତିକ୍ରିୟା ଦେଇଛନ୍ତି ।

ଫାଇଲ ଫଟୋ
author img

By

Published : Mar 19, 2019, 12:58 PM IST

ନୂଆଦିଲ୍ଲୀ: ବିଜେପି ନେତାଙ୍କ ମଧ୍ୟରେ ଏବେ ଚାଲିଛି ଚୌକିଦାର ଟ୍ରେଣ୍ଡ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ମୁଁ ଦେଶର ଚୌକିଦାର’ ନାରାକୁ ବିଜେପି ଚତ୍ମକାର ଢଙ୍ଗରେ ଆପଣାଇଛି । ଦଳର ସମସ୍ତ ପ୍ରମୁଖ ନେତା ନିଜ ଟ୍ବିଟର ଆକାଉଣ୍ଟ ନାମ ଆଗରେ ଚୌକିଦାର ଯୋଡିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଧାରା ଆରମ୍ଭ କରିଥିବାବେଳେ ଏହାକୁ ସମସ୍ତେ ଅନୁସରଣ କରୁଛନ୍ତି ।

pic of tweet
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/@ଟ୍ୱିଟର

ଏହି କ୍ରମରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ନିଜ ଟ୍ୱିଟର ଆକାଉଣ୍ଟରେ ନାମ ଆଗରେ ‘ଚୌକିଦାର’ ଲଗାଇ ଦେଇଛନ୍ତି । ପୂର୍ବରୁ ଏହା ସୁଷମା ସ୍ବରାଜ ଥିବାବେଳେ ଏବେ ଏହା ‘ଚୌକିଦାର ସୁଷମା ସ୍ୱରାଜ’ ହୋଇଛି । ତେବେ ଏହାକୁ ନେଇ ସୁଷମାଙ୍କ ସ୍ୱାମୀ ଏକ ମଜାଦାର ପ୍ରତିକ୍ରିୟା ଦେଇଛନ୍ତି । ସୁଷମାଙ୍କ ସ୍ୱାମୀ ସ୍ୱରାଜ କୌଶଳ ନିଜେ ଏକ ଟ୍ବିଟ କରି ମଜାଳିଆ ଅନ୍ଦାଜରେ ଲେଖିଛନ୍ତି ଯେ ତାଙ୍କ ସ୍ତ୍ରୀ ରାତିରେ ମନ୍ତ୍ରୀ ଥିବାବେଳେ ସକାଳେ ଚୌକିଦାର ହୋଇଯାଇଛନ୍ତି ।

ସେ ଲେଖିଛନ୍ତି ଯେ "ମୁଁ ଯେତେବେଳେ ଆଜି ସକାଳେ ଉଠିଲି, ମୋର ପତ୍ନୀ ଚୌକିଦାର ବନି ଯାଇଥିଲେ ।" ସ୍ୱରାଜଙ୍କ ଏହି ଟ୍ୱିଟକୁ ନେଇ ସୋସିଆଲ ମିଡିଆରେ ମଜାଦାର ପ୍ରତିକ୍ରିୟା ଆସୁଥିବା ଦେଖିବାକୁ ମିଳୁଛି । ଏହାକୁ ଅନେକ ଲୋକ ପସନ୍ଦ ମଧ୍ୟ କରୁଛନ୍ତି । ସୋମବାର ସକାଳ 8ଟା 36 ମିନିଟରେ ସେ ଏହି ଟ୍ୱିଟ କରିଛନ୍ତି । ତେବେ ଆଇଫୋନରୁ ସେ ଏହି ଟ୍ୱିଟ କରିଛନ୍ତି । ତେଣୁ ଅଧିକାଂଶ ଲୋକ ଏହାକୁ ଦେଖିପାରୁନାହାନ୍ତି ।

ଭୁବନେଶ୍ୱର:ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ମାର୍କ୍ସବାଦୀ)ପକ୍ଷରୁ ଆଜି ଦଳର ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି।ସାରା ଓଡ଼ିଶାରେ ସମୁଦାୟ 6ଟି ସ୍ଥାନରେ ଦଳ ପ୍ରାର୍ଥୀ ଦେବ ବୋଲି ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଦଳର ସମ୍ପାଦକ ଅଳି କିଶୋର ପଟ୍ଟନାୟକ।
ରାଜ୍ୟରେ କେବଳ ଗୋଟିଏ ଲୋକସଭା ଆସନ ଭୁବନେଶ୍ୱର ପାଇଁ ଦଳ ସାଥି ଜନାର୍ଦ୍ଦନ ପତିଙ୍କ ନାମ ଘୋଷଣା କରିଛି।ଏହା ବ୍ୟତୀତ ଦଳ ଅନ୍ୟ 5ଟି ବିଧାନ ସଭା ପାଇଁ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି।ସେଗୁଡିକ ହେଉଛି ସୁନ୍ଦରଗଡ଼ ର ବଣେଇ ଆସନ ପାଇଁ ଲକ୍ଷ୍ମଣ ମୁଣ୍ଡା,ମୟୁରଭଞ୍ଜ ର ମୋରଡ଼ା ଆସନ ପାଇଁ ଗିରେନ୍ଦ୍ର ଗୋସ୍ୱାମୀ,ଅନୁଗୁଳ ର ପାଲଲହଡା ଆସନ ପାଇଁ ମୀନା ପ୍ରଧାନ,ବାଲେଶ୍ଵର ର ନୀଳଗିରି ଆସନ ପାଇଁ ଯୋଗାନନ୍ଦ ଦାଶ ଏବଂ ନୟାଗଡ଼ ଜିଲ୍ଲାର ରଣପୁର ଆସନ ପାଇଁ ନିତ୍ୟାନନ୍ଦ ପରିଡାଙ୍କ ନାମ ସ୍ଥିର ହୋଇଛି।ଏହା ବ୍ୟତୀତ ଅନ୍ୟ ସ୍ଥାନ ମାନଙ୍କରେ ଦଳ ବିଜେପି ଓ ବିଜେଡିର ସାଶନ ବିରୁଦ୍ଧରେ ପ୍ରଚାର କରିବ।
କଂଗ୍ରେସ ଭୁବନେଶ୍ୱର ଲୋକସଭା ସମେତ ଅନ୍ୟ ସ୍ଥାନ ମାନଙ୍କରେ ଆମ ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ କହିଛି।ତେଣୁ  ଆମ ବିଚାରଧାରାକୁ  ସମର୍ଥନ କରିବା ସହିତ ଧର୍ମନିରପେକ୍ଷ ଚିନ୍ତାଧାରା ଓ ଶ୍ରମିକ ଓ କୃଷକଙ୍କ ହିତପାଇ ଲଢେଇ କରୁଥିବା ଦଳ ଓ ପାର୍ଥିଙ୍କ ସପକ୍ଷରେ ଆମେ ସେମାନଙ୍କ ବିପକ୍ଷରେ କୌଣସି ପାର୍ଥି ଦେବୁନାହିଁ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି।ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ ଙ୍କ ବ୍ୟତୀତ ଅନ୍ୟ କର୍ମକର୍ତା ମାନେ ଉପସ୍ଥିତ ଥିଲେ।
Laxmikanta das
Bhubaneswar
Visual already sent by mojo
Avb
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.