ETV Bharat / bharat

ସୁଷମା ସ୍ବରାଜଙ୍କ ଶେଷ ଇଚ୍ଛା ପୂରଣ କଲେ ଝିଅ ବାଂଶୁରୀ - ସୁଷମାଙ୍କ ଶେଷ ଇଚ୍ଛା

ମାଆଙ୍କ ଇଚ୍ଛା ପୂରଣ କଲେ ଝିଅ । କୁଳଭୂଷଣ ମାମଲାରେ ଆଇସିଜେରେ ଭାରତ ପକ୍ଷରୁ ପ୍ରତିନିଧିତ୍ବ କରୁଥିବା ଆଇନଜୀବୀଙ୍କୁ ତାଙ୍କର ପାଉଣା ଦେଇ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ଶେଷ ଇଚ୍ଛାକୁ ପୂରଣ କରିଛନ୍ତି ଝିଅ ବାଂଶୁରୀ ।

ଫଟୋ ସୌଜନ୍ୟ: ଟ୍ବିଟର@ governorswaraj
author img

By

Published : Sep 28, 2019, 11:04 AM IST

Updated : Sep 29, 2019, 8:27 AM IST

ନୂଆଦିଲ୍ଲୀ: ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ଦିବଙ୍ଗତ ସୁଷମା ସ୍ବରାଜଙ୍କ କଥା ରଖିଲେ ଝିଅ । ବରିଷ୍ଠ ଆଇନଜୀବୀ ହରିଶ ସାଲଭେଙ୍କ ପାଉଣା ଭରିଲେ ଝିଅ ବାଂଶୁରୀ । ଆଇସିଜେରେ ଭାରତ ପକ୍ଷରୁ କୁଳଭୂଷଣ ଯାଦବଙ୍କ ପକ୍ଷ ରଖିଥିବା ସାଲଭେଙ୍କୁ ତାଙ୍କର 1ଟଙ୍କାର ଫିସ ଦେଇଛନ୍ତି ଝିଅ ବାଂଶୁରୀ ।

ଗତ ଶୁକ୍ରବାର ସୁଷମା ସ୍ବରାଜଙ୍କ ସ୍ବାମୀ ସ୍ବରାଜ କୌଶଲ ଟ୍ବିଟ କରି କହିଛନ୍ତି, ବାଂଶୁରୀ ଆଜି ତୁମର ଶେଷ ଇଚ୍ଛା ପୂରଣ କରିଛନ୍ତି । କୂଳଭୂଷଣ ଯାଦବଙ୍କୁ ଯେଉଁ 1ଟଙ୍କା ତୁମର ଦେବାର ଥିଲା, ତାଙ୍କୁ ଭେଟି ତାଙ୍କର ପାଉଣା ଦିଆଯାଇଛି ।

Sushma swaraj
ଫଟୋ ସୌଜନ୍ୟ: ଟ୍ବିଟର@ governorswaraj

ସୂଚନାଯୋଗ୍ୟ, ହରିଶ ସାଲଭେ ଅନ୍ତରାଷ୍ଟ୍ରୀୟ ନ୍ୟାୟାଳୟରେ ଯାଦବଙ୍କ ମାମଲାରେ ଭାରତର ପ୍ରତିନିଧିତ୍ବ କରିବା ପାଇଁ 1ଟଙ୍କାର ଦାବି କରିଥିଲେ । କିନ୍ତୁ ଦୁର୍ଭାଗ୍ୟ ବଶତଃ ସୁଷମା ସ୍ବରାଜଙ୍କ ଦେହାନ୍ତ ହେବାରୁ ସେ ତାଙ୍କର ଫିସ ଦେଇପାରିନଥିଲେ । ତେବେ ମୃତ୍ୟୁ ଘଣ୍ଟାଏ ପୂର୍ବରୁ ସାଲଭେଙ୍କ ସହ ଶେଷ କଥା ହୋଇଥିଲେ ସୁଷମା ।

Intro:Body:

BLANK FOR LINK 

Conclusion:
Last Updated : Sep 29, 2019, 8:27 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.