ETV Bharat / bharat

ସୁଶାନ୍ତ ସିଂହ ଆତ୍ମହତ୍ୟା ଘଟଣା: ବିହାରରେ ଉଚ୍ଚସ୍ତରୀୟ ବୈଠକ, ସିବିଆଇ ତଦନ୍ତ ପାଇଁ ବିଜେପିର ଦାବି - ବିହାରରେ ଉଚ୍ଚସ୍ତରୀୟ ବୈଠକ

ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ବିହାରରୁ ବଡ ଖବର ସାମ୍ନାକୁ ଆସିଛି । ରାଜଧାନୀ ପଟାନା ସ୍ଥିତ ବିହାର ଡିଜିପିଙ୍କ କାର୍ଯ୍ୟାଳୟରେ ଘଟଣାର ତଦନ୍ତକୁ ନେଇ ଉଚ୍ଚସ୍ତରୀୟ ବୈଠକ ଜାରି ରହିଛି । ଅନ୍ୟପକ୍ଷେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାର ଯାଞ୍ଚ ସିବିଆଇକୁ ହସ୍ତାନ୍ତର କରିବା ପାଇଁ ଦାବି ଜୋର ଧରିବାକୁ ଲାଗିଛି । ଅଧିକ ପଢନ୍ତୁ...

ସୁଶାନ୍ତ ସିଂହ ଆତ୍ମହତ୍ୟା ଘଟଣା: ବିହାରରେ ଉଚ୍ଚସ୍ତରୀୟ ବୈଠକ, ସିବିଆଇ ତଦନ୍ତ ପାଇଁ ବିଜେପି ନେତାଙ୍କ ଦାବି

author img

By

Published : Jul 31, 2020, 5:03 PM IST

ହାଇଦ୍ରାବାଦ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ବିହାରରୁ ବଡ ଖବର ସାମ୍ନାକୁ ଆସିଛି । ରାଜଧାନୀ ପଟାନା ସ୍ଥିତ ବିହାର ଡିଜିପିଙ୍କ କାର୍ଯ୍ୟାଳୟରେ ଘଟଣାର ତଦନ୍ତକୁ ନେଇ ଉଚ୍ଚସ୍ତରୀୟ ବୈଠକ ଜାରି ରହିଛି । ବିହାରରୁ 4 ଜଣିଆ ପୋଲିସ ଟିମ ମୁମ୍ବାଇ ଯାଇ ସେଠାରେ କଣ ଯାଞ୍ଚ କରିଛନ୍ତି, ସେ ବିଷୟରେ ଏହି ବୈଠକରେ ଆଲୋଚନା ଚାଲିଥିବା ସୂତ୍ରରୁ ସୂଚନା ମିଳିଛି । ସୁଶାନ୍ତଙ୍କ ପରିବାର ପକ୍ଷରୁ ପାଟନା ଥାନାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ସମେତ 5 ଜଣଙ୍କ ବିରୋଧରେ ଏତଲା ଦାଏର ପରେ ଏହାକୁ ଆଧାର କରି ମୁମ୍ବାଇ ଯାଇଥିଲା ବିହାରର ଏହି ପୋଲିସ ଟିମ୍‌ ।

ଅନ୍ୟପକ୍ଷେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାର ଯାଞ୍ଚ ସିବିଆଇକୁ ହସ୍ତାନ୍ତର କରିବା ପାଇଁ ଦାବି ଜୋର ଧରିବାକୁ ଲାଗିଛି । ଏଥିରେ ବିହାର ସରକାରଙ୍କ ସମେତ ଅନେକ ବିଜେପି ନେତାଙ୍କ ତତ୍ପରତା ଦେଖିବାକୁ ମିଳିଛି । ସୁଶାନ୍ତ ମୃତ୍ୟୁ ମାମଲାରେ ବିହାର ପୋଲିସର ନିରପେକ୍ଷ ତଦନ୍ତରେ ମୁମ୍ବାଇ ପୋଲିସ ବାଧା ସୃଷ୍ଟି କରୁଥିବା ଟ୍ବିଟ କରି କହିଛନ୍ତି ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି। ସିବିଆଇ ଏହି ମାମଲା ଗ୍ରହଣ କରିବା ଉଚିତ ବୋଲି ସେ ନିଜ ଟ୍ବିଟରରେ ଲେଖିଛନ୍ତି ।

ସେହିପରି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଟ୍ବିଟ କରି କହିଛନ୍ତି ଯେ ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବା ପାଇଁ ସାଧାରଣରେ ଦାବି ଉଠୁଛି । ଏନେଇ ଜନଭାବନା ଜାଗ୍ରତ ହୋଇଛି । ହେଲେ ରାଜ୍ୟସରକାରଙ୍କ ଅନିଚ୍ଛା ସତ୍ତ୍ବେ ଯାଞ୍ଚରେ ବାଧାସୃଷ୍ଟି ହେଉଥିବା ସେ କହିଛନ୍ତି । ତେବେ ଘଟଣାରେ ଅର୍ଥ ହେରଫେର ସନ୍ଦେହ କରି ଏହାକୁ ଇଡିକୁ ହସ୍ତାନ୍ତର କରିବାକୁ ଦାବି କରିଛନ୍ତି ଦେବେନ୍ଦ୍ର ।

ମୋଦି କ୍ୟାବିନେଟରେ ମନ୍ତ୍ରୀ ଥିବା ରାମବିଳାସ ପାସଓ୍ବାନ ମଧ୍ୟ ଏହି ଘଟଣାକୁ ସିବିଆଇକୁ ହସ୍ତାନ୍ତର କରିବା ପାଇଁ ଦାବି ଜଣାଇଛନ୍ତି । ସେ କହିଛନ୍ତି ଯେ ଦୁଇ ରାଜ୍ୟ ମଧ୍ୟରେ ସମନ୍ବୟର ଅଭାବ ରହିଛି । ଏଯାଏ ମହାରାଷ୍ଟ୍ରରେ ଗୋଟିଏ ବି ଏତଲା ଦାଏର ହୋଇନାହିଁ । ତେବେ ଘଟଣାକୁ ସିବିଆଇକୁ ହସ୍ତାନ୍ତର ପାଇଁ ବିଜେପି ନେତା ତଥା ସାଂସଦ ଚିରାଗ ପାସଓ୍ବାନ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଆଲୋଚନା କରିଥିବା ରାମବିଳାସ ସୂଚନା ଦେଇଛନ୍ତି ।

ସୁଶାନ୍ତ ସିଂହ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛନ୍ତି, ଏନେଇ ଲାଗିରହିଥିବା ସସପେନ୍ସ ଉପରୁ ଏଯାଏଁ ପରଦା ଉଠିପାରିନାହିଁ । ହେଲେ ଦିନ ଗଡିଚାଲିବା ସହ ଘଟଣାର ଗୁମର ମଧ୍ୟ ଧିରେ ଧିରେ ଫିଟିବାରେ ଲାଗିଛି । ଏପରିସ୍ଥିତିରେ ଘଟଣାର ସିବିଆଇ ଯାଞ୍ଚ ସହ ପାଟନାରେ ଦାଏର ଏତଲାକୁ ମୁମ୍ବାଇ ସ୍ଥାନାନ୍ତର କରିବା ପାଇଁ ରିୟା ଚକ୍ରବର୍ତ୍ତୀ ସୁପ୍ରିମକୋର୍ଟରେ ଯେଉଁ ଯାଚିକା ଦାଏର କରିଥିଲେ ଏଥିରେ ସେ ଅନେକ କଥା ଖୁଲାସା କରିଛନ୍ତି ।

ସୁଶାନ୍ତଙ୍କ ସହ ଅନେକ ଦିନରୁ ଲିଭ-ଇନରେ ରହୁଥିବା ନିଜେ ମାନିଛନ୍ତି ରିୟା । ଏହି ଯାଚିକାରେ ସେ କହିଥିଲେ ଯେ ମୋ ଉପରେ ମିଛ ଅଭିଯୋଗ ଲଗାଯାଉଛି । ସୁଶାନ୍ତଙ୍କ ମୃତ୍ୟୁ ପରେ ମୋତେ ହତ୍ୟା ଓ ଦୁଷ୍କର୍ମ ଭଳି ଅନେକ ଧମକ ମଧ୍ୟ ଦିଆଯାଉଛି । ଏନେଇ ସେ ମୁମ୍ବାଇ ପୋଲିସ ଆଗରେ ଅଭିଯୋଗ କରିଥିବା କହିଛନ୍ତି । ତାଙ୍କ କହିବା ଅନୁଯାୟୀ ପାଟନାରେ ଏହି ମାମଲାର ନିରପେକ୍ଷ ଯାଞ୍ଚ ହୋଇପାରିବ ନାହିଁ । ଏଥିପାଇଁ ଏହି ମାମଲାକୁ ମୁମ୍ବାଇକୁ ସ୍ଥାନାନ୍ତର କରାଯାଉ ବୋଲି ସେ ନିବେଦନ କରିଛନ୍ତି ।

ଅନ୍ୟପକ୍ଷେ ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ବିହାର ସରକାର । ରିଆଙ୍କ ବିରୋଧରେ ପାଟନା ଥାନାରେ ଦାଏର ଏତଲାକୁ ମୁମ୍ବାଇ ସ୍ଥାନାନ୍ତର କରିବାକୁ ସରକାର ବିରୋଧ କରିଥିବା ଅଧିବକ୍ତା କେଶବ ମୋହନ ସୂଚନା ଦେଇଛନ୍ତି । ତେବେ ଏହି ମାମଲାରେ ଜଣାଶୁଣା ଆଇନଜୀବୀ ତଥା ପୂର୍ବତନ ଆଟୋର୍ଣ୍ଣି ଜେନେରାଲ ସୁପ୍ରିମକୋର୍ଟରେ ବିହାର ସରକାରଙ୍କ ପକ୍ଷ ରଖିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.