ETV Bharat / bharat

ମୋଦିଙ୍କୁ ଟାର୍ଗେଟ କରୁ କରୁ ଭୁଲ କରି ବସିଲେ ରାହୁଲ, ଏମିତି ଟ୍ରୋଲ କଲେ ୟୁଜର୍ସ - ଗଲୱାନ ଘାଟି

ପୁଣି ଥରେ ସୋସିଆଲ ମିଡିଆରେ ୟୁଜର୍ସଙ୍କ ଟ୍ରୋଲର ଶିକାର ହେଲେ ରାହୁଲ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଟାକ୍ଷ କରୁ କରୁ ତାଙ୍କ ଉପରେ ଏହା ଏବେ ଭାରି ପଡିଛି । ଅଧିକ ପଢନ୍ତୁ...

ମୋଦିଙ୍କୁ ଟାର୍ଗେଟ କରୁ କରୁ ଭୁଲ କରି ବସିଲେ ରାହୁଲ

author img

By

Published : Jun 22, 2020, 2:15 PM IST

ନୂଆଦିଲ୍ଲୀ: ଗଲୱାନ ଘାଟିରେ ଭାରତ-ଚୀନ ସଂଘର୍ଷକୁ ନେଇ ରାହୁଲ ଗାନ୍ଧୀ ବାରମ୍ବାର ପ୍ରଧାନମନ୍ତ୍ରୀ ମୋଦି ଟାର୍ଗେଟ କରିଆସୁଛନ୍ତି । କେତେବେଳେ ଯବାନଙ୍କ ଶହୀଦ ହେବା ଘଟଣାକୁ ନେଇ ପ୍ରଶ୍ନ କରୁଛନ୍ତି ତ କେତେବେଳେ ଚୀନ ଭାରତ ସୀମା ଦଖଲ କରିଥିବା ପିଏମଙ୍କୁ ଟାର୍ଗେଟ କରୁଛନ୍ତି । ଏପରି ସ୍ଥିତିରେ ସୋସିଆଲ ମିଡିଆରେ କଂଗ୍ରେସର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଜୋରଦାର ମଜା ଉଡାଯାଉଥିବା ଦେଖିବାକୁ ମିଳିଛି ।

ମୋଦିଙ୍କୁ ଟାର୍ଗେଟ କରୁ କରୁ ଭୁଲ କରି ବସିଲେ ରାହୁଲ
ମୋଦିଙ୍କୁ ଟାର୍ଗେଟ କରୁ କରୁ ଭୁଲ କରି ବସିଲେ ରାହୁଲ

ଲଦାଖ ସଂଘର୍ଷକୁ ନେଇ ରାହୁଲ ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ମିଡିଆରେ ପ୍ରକାଶିତ ଏକ ଆର୍ଟିକିଲକୁ ଟ୍ବିଟରରେ ସେୟାର କରିଥିଲେ । ଏହି ସମୟରେ ସେ ପିଏମ ମୋଦିଙ୍କୁ କଟାକ୍ଷ କରିବାକୁ ଯାଇ ଲେଖିଥିଲେ ’Narendra Modi Is actually Surender Modi’. ଏହାକୁ ନେଇ ହିଁ ରାହୁଲ ଗାନ୍ଧୀଙ୍କୁ ଟ୍ରୋଲ କରାଯାଉଛି । ତେବେ ଟ୍ରୋଲ କରିବାର 2ଟି କାରଣ ରହିଛି । ପ୍ରଥମ ଟି ଏପରି ପରିସ୍ଥିତିରେ ରାହୁଲ ଗାନ୍ଧୀ ରାଜନୀତି କରୁଛନ୍ତି ଅନ୍ୟଟି ତାଙ୍କ ଲେଖାର ବନାନକୁ ନେଇ ।

ରାହୁଲ ଗାନ୍ଧୀଙ୍କ ଏହି ଟ୍ୱିଟକୁ ନେଇ ଜଣେ ୟୁଜର୍ସ ପଚାରିଥିଲେ, 'ସୁରେନ୍ଦ୍ର ମୋଦୀଙ୍କ ଅର୍ଥ କଣ, ଆପଣ ଆତ୍ମସମର୍ପଣ ମୋଦୀ ଲେଖିବାକୁ ଚାହୁଁଛନ୍ତି କି?' ଏହାର ଜବାବରେ ଅନ୍ୟ ଜଣେ ୟୁଜର୍ସ କହିଛନ୍ତି, 'ମୁଁ ଭାବୁଛି ତୁମେ ସେମାନଙ୍କୁ ଏହା କହିବାକୁ ପଡ଼ିବ ନାହିଁ । ସେ କେବଳ ‘ନରେନ୍ଦ୍ର’ ଭଳି କିଛି ଲେଖିବା ପାଇଁ ଶବ୍ଦ ସହିତ ଖେଳୁଥିଲେ ।

ରାହୁଲ ଗାନ୍ଧୀଙ୍କ ଏହି ଟ୍ୱିଟକୁ 27 ହଜାରରୁ ଅଧିକ ଥର ରିଟ୍ୱିଟ କରାଯାଇଛି ଏବଂ 66,000 ଲାଇକ ମିଳିଛି। ପ୍ରାୟ 15,000 ଲୋକ ଏହା ଉପରେ ନିଜର ମତ ବ୍ୟକ୍ତ କରିଛନ୍ତି, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ କଂଗ୍ରେସ ନେତାଙ୍କ ଉପରେ କଟାକ୍ଷ କରିଛନ୍ତି ।

ସୂଚନାଯୋଗ୍ୟ, ଶନିବାର ଦିନ ଏକ ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଚୀନ ସହ ସୀମା ବିବାଦ ସମ୍ପର୍କରେ କହିଛନ୍ତି ଯେ, ଆମ ଅଞ୍ଚଳକୁ ପ୍ରବେଶ କରି ନାହାଁନ୍ତି କିମ୍ବା କେହି ଆମ ଅଞ୍ଚଳକୁ ଅଧିକାର କରି ନାହାଁନ୍ତି। ଏହାର ଉତ୍ତରରେ ରାହୁଲ ଗାନ୍ଧୀ କହିଛନ୍ତି ଯେ ଚୀନ ଆକ୍ରମଣ ଆଗରେ ପ୍ରଧାନମନ୍ତ୍ରୀ ମୋଦି ଆତ୍ମସମର୍ପଣ କରିଛନ୍ତି। ସେ ପୁଣିଥରେ ଟ୍ୱିଟରରେ ନିଜର ଭାବନା ପ୍ରକାଶ କରିବାକୁ ଚାହୁଁଥିଲେ, କିନ୍ତୁ ବନାନ ଭୁଲ ଯୋଗୁଁ ତାଙ୍କୁ ଟ୍ରୋଲ କରାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.