ନୂଆଦିଲ୍ଲୀ : ସୁସ୍ଥ ଜୀବନଯାପନ ପାଇଁ ଖାଦ୍ୟ ନିତ୍ୟାନ୍ତ ଆବଶ୍ୟକ । ହେଲେ ଆଜିକାଲିର ଖାଇବା ଶୈଳୀ ଲୋକ ମାନଙ୍କର ବଦଳିବାରେ ଲାଗିଲାଣି । ଏବେ ଲୋକମାନଙ୍କ ଖାଇବା ପସନ୍ଦ ବି ବଦଳିବାରେ ଲାଗିଲାଣି । ଏବେ ଘର ଖାଇବା ଠାରୁ ଲୋକମାନେ ଷ୍ଟ୍ରିଟ ଫୁଡ ଖାଇବାକୁ ବେଶି ପସନ୍ଦ କରୁଛନ୍ତି । ହେଲେ ଲୋକଙ୍କୁ ବାହାରର ଷ୍ଟ୍ରିଟ ଫୁଡ ଖାଇବା ପୂର୍ବରୁ ଭାବିବା ଉଚିତ । କେତେ ସ୍ବଚ୍ଛତାର ସହ ଏହି ଖାଦ୍ୟ ପ୍ରସ୍ତୁତ ହେଉଛି ସେ ବିଷୟରେ ଜାଣି ରଖିବା ଉଚିତ । ନିକଟରେ ମୁମ୍ବାଇର ଜଣେ ଷ୍ଟ୍ରିଟ ଫୁଡ ଭେଣ୍ଡର ଶୌଚାଳୟରୁ ପାଣି ଆଣି ଖାଦ୍ୟରେ ବ୍ୟବହାର କରୁଥିବା ଚର୍ଚ୍ଚାର ବିଷୟ ପାଲଟିଥିଲା ।
ଷ୍ଟ୍ରିଟ ଫୁଡ ଖାଇବା ସମୟରେ ଏହି ସବୁଦିଗ ଉପରେ ଧ୍ୟାନ ରଖନ୍ତୁ...
- ଖାଇବା ଷ୍ଟଲର ଆଖପାଖ ଅଞ୍ଚଳ ଭଲ କରି ଦେଖି ନିଅନ୍ତୁ । ପରିଷ୍କାର ପରିଚ୍ଛନ୍ନ ଅଛି କି ନାହିଁ ନଜର ପକାନ୍ତୁ ।
- ନିଜେ ହାତ ସଫା କରିବା ସହ ସିଲ୍ ଥିବା ପାଣି ବୋତଲ ବ୍ୟବହାର କରନ୍ତୁ। ଏହାସହ ଖାଦ୍ୟ ବିକ୍ରି କରୁଥିବା ଦୋକାନୀ ଉପରେ ଧ୍ୟାନ ଦିଅନ୍ତୁ । ସେ କେତେଦୂର ନିଜକୁ ସ୍ବଚ୍ଛତାର ସହ ରଖୁଛି ।