ସୁରଟ: ଏବେ ଚର୍ଚ୍ଚାରେ ଲେଡି କନେଷ୍ଟବଳ ଓ ମନ୍ତ୍ରୀଙ୍କ ପୁଅ ମଧ୍ୟରେ ହୋଇଥିବା କଥା କଟାକଟି ପ୍ରସଙ୍ଗ । ଲେଡି ପୋଲିସଙ୍କ କାର୍ଯ୍ୟକୁ ନେଇ ବହୁ ମାତ୍ରାରେ ସମର୍ଥନ ମିଳୁଥିଲେ ମଧ୍ୟ ତାଙ୍କୁ ଏଥିପାଇଁ ବହୁତ ମହଙ୍ଗା ଦଣ୍ଡ ମଧ୍ୟ ମିଳିଛି । କର୍ଫ୍ୟୁ ସମୟରେ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପୁଅ ନିୟମ ଭାଙ୍ଗିଥିବାରୁ ବିଚ ରାସ୍ତାରେ ଲେଡି କନେଷ୍ଟବଳ କରିଥିଲେ ତାଗିଦ । ବାସ ଏତିକିରେ ସରିଲା କଥା । ଅନ୍ୟ କେହି ନିୟମ ଭାଙ୍ଗିଲେ ମୋଟା ଅଙ୍କର ତଣ୍ଡ ସହ ମିଳୁଛି ଦଣ୍ଡ । ହେଲେ ମନ୍ତ୍ରୀଙ୍କ ପୁଅଙ୍କୁ ଅଟକାଇବାରୁ ଓଲଟା ଲେଡି କନେଷ୍ଟବଳଙ୍କୁ ମିଳିଛି ଦଣ୍ଡ. ।
ଘଟଣାର କିଛି ସମୟ ପରେ ପ୍ରଥମେ ବଦଳି ହେଲା । ହେଲେ ନିଜ କର୍ତ୍ତବ୍ୟ ସଠିକ ଭାବେ ତୁଲାଇଥିବା ଲେଡି କନେଷ୍ଟବଳ ମୌଖିକ ଭାବେ ନିଜ ଚାକିରୀରୁ ସ୍ବଇଚ୍ଛା ଅବସର ନେଇଥିବା କହିଥିବା ବେଳେ ଲିଖିତ ଭାବେ ଜଣାଇନଥିବା ଏକ ଭିଡିଓ ମାଧ୍ୟମରେ କହିଛନ୍ତି ।
ତେବେ ଏହି ଘଟଣା ବାବଦରେ କଣ କହୁଛନ୍ତି ଲେଡି କନେଷ୍ଟବଳ ସୁନୀତା...
ସୂଚନାଯୋଗ୍ୟ, କର୍ଫ୍ୟୁ ସମୟରେ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପୁଅ ନିୟମ ଭାଙ୍ଗିଥିବାରୁ ବିଚ ରାସ୍ତାରେ ଲେଡି କନେଷ୍ଟବଳଙ୍କ ସହ ହୋଇଥିଲା ସାମ୍ନାସାମ୍ନି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ମାମଲାରେ ସୁରଟ ପୋଲିସ ସ୍ବାସ୍ଥ୍ୟମନ୍ତ୍ରୀ କୁମାର କାନାନୀଙ୍କ ପୁଅଙ୍କୁ ଗିରଫ କରିବା ସହ ଖରାପ ବ୍ୟବହାର କରିଥିବା ଅଭିଯୋଗରେ ସୁନୀତାଙ୍କ ବିରୋଧରେ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ