ETV Bharat / bharat

ସୁରଟ ଅଗ୍ନିକାଣ୍ଡ ଘଟଣା: 2 ଅଗ୍ନିଶମ ଅଧିକାରୀ ନିଲମ୍ବିତ - Gujurat

ସୁରଟ ଅଗ୍ନିକାଣ୍ଡ ଘଟଣାରେ ନିଲମ୍ବିତ ହେଲେ ଆଉ 2 ଜଣ ଅଧିକାରୀ । ଘଟଣାକୁ ନେଇ ପୋଲିସର ତତ୍ପରତା ପରେ ଦୃଢ ହୋଇଛି କାର୍ଯ୍ୟାନୁଷ୍ଠାନ । ପୂର୍ବରୁ ଘଟଣାରେ 2ଜଣକୁ ଗିରଫ କରାଯାଇଥିଲା ।

ଫାଇଲ ଫଟୋ
author img

By

Published : May 26, 2019, 10:09 AM IST

ଅହମ୍ମଦାବାଦ: ସୁରଟ କୋଚିଂ ସେଣ୍ଟର ଅଗ୍ନିକାଣ୍ଡ ଘଟଣା । କାର୍ଯ୍ୟରେ ଦାୟିତ୍ବହୀନତା ଯୋଗୁଁ 2ଜଣ ଅଗ୍ନିଶମ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ପୂର୍ବରୁ 2ଜଣଙ୍କୁ ଗିରଫ କରାଯାଇଥିବା ବେଳେ ମୃତ୍ୟୁ ସଂଖ୍ୟା 22କୁ ବୃଦ୍ଧି ପାଇଛି।

ଗତ ଶନିବାର ସୁରଟର ତକ୍ଷଶିଳା କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟିଥିଲା । ଏହି ଭୀଷଣ ନିଆଁରେ ଛାତ୍ରଛାତ୍ରୀଙ୍କ ଜୀବନ ଚାଲିଯାଇଥିବା ବେଳେ ବିଳମ୍ବରେ ଦମକଳବାହିନୀ ବିଳମ୍ବରେ ପହଞ୍ଚିଥିଲା । ଏଥିସହ ଜୀବନ ବିକଳରେ ଉପର ମହଲାରୁ ଡେଉଁଥିବା ଛାତ୍ରଛାତ୍ରୀଙ୍କୁ ଲାଗି କୌଣସି ସୁରକ୍ଷା ପ୍ରଦାନ କରାଯାଇନଥିଲା । ଫଳରେ ଅକାରଣରେ ଏତେ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ଜୀବନ ଚାଲିଯାଇଛି ।ଗତକାଲି ସୁଦ୍ଧା 20 ଜଣଙ୍କର ଜୀବନ ଯାଇଥିବା ବେଳେ ପୁଣି 2 ଜଣ ଛାତ୍ରୀ ଜୀବନ ହାରିଛନ୍ତି ।

ଏହି ଘଟଣାକୁ ନେଇ ଏକ ବୈଠକ ବସିବା ପରେ ସୁରଟର ଡେପ୍ୟୁଟି ଚିଫ ଫାୟାର ଅଫିସର ଏସ.କେ ଆଚାର୍ଯ୍ୟ ଓ ଫାୟାର ଅଫିସର କୀର୍ତ୍ତୀ ମୋଢଙ୍କୁ ନିଲମ୍ବିତ କରାଯାଇଛି । ମ୍ୟୁନିସପାଲ କମିଶନର ଘଟଣାର ଟିକିନିକି ତଦନ୍ତ କରାଯିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

ସେପଟେ, ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ରାଜ୍ୟରେ ଫାୟାର ସିକ୍ୟୁରିଟି ଅର୍ଡର ଦେଇଛନ୍ତି । ଏହାଛଡା ଆବଶ୍ୟକସ୍ଥଳେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ତେବେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁସଂଖ୍ୟା 22କୁ ବଢିଥିବାବେଳେ ପାଖାପାଖି 14 ଜଣ ପିଲା ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସାଧୀନ । ସେମାନଙ୍କ ମଧ୍ୟରୁ 11 ଜଣ ଛାତ୍ର ଆହତ ଥିବାବେଳେ ଯେଉଁଥିରେ 7 ଜଣଙ୍କର ସ୍ବାସ୍ଥ୍ୟଅବସ୍ଥାରେ ସୁଧାର ଆସିଛି ଓ ଅନ୍ୟ 5ଜଣ ଏବେ ବି ଗୁରୁତର ଅଛନ୍ତି ।

Intro:Body:

dfg

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.