ETV Bharat / bharat

ECଙ୍କ ଆଦେଶରେ ସୁପ୍ରିମକୋର୍ଟଙ୍କ ରୋକ୍, ‘ଆଇଟମ୍’ ବୟାନ ନେଇ କମଲନାଥଙ୍କୁ ଆଶ୍ବସ୍ତି

author img

By

Published : Nov 2, 2020, 4:13 PM IST

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ସହ ଜଡିତ ନିର୍ବାଚନ ଆୟୋଗଙ୍କ ଆଦେଶକୁ ସୁପ୍ରିମକୋର୍ଟ ସ୍ଥଗିତ ରଖିଛନ୍ତି। ଅଧିକ ପଢନ୍ତୁ...

କମଲନାଥ
କମଲନାଥ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ସହ ଜଡିତ ନିର୍ବାଚନ ଆୟୋଗଙ୍କ ଆଦେଶକୁ ସୁପ୍ରିମକୋର୍ଟ ସ୍ଥଗିତ ରଖିଛନ୍ତି। ଅଦାଲତ କହିଛନ୍ତି, ଷ୍ଟାର କ୍ୟାମ୍ପେନରେ କିଏ ରହିବେ ଓ କିଏ ନୁହେଁ ତାହା ନିଷ୍ପତ୍ତି ନେବା ନିର୍ବାଚନ ଆୟୋଗର ଅଧିକାର ନାହିଁ। ‘ଆଇଟମ୍’ ଟିପ୍ପଣୀ ମାମଲାରେ କମଲନାଥଙ୍କ ବିରୋଧରେ ଆୟୋଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।

ମଧ୍ୟପ୍ରଦେଶ ଉପ-ନିର୍ବାଚନରେ ​​ପ୍ରଚାର କରିବା ସମୟରେ କମଲନାଥ ବିଜେପି ମହିଳା ପ୍ରାର୍ଥୀ ଇମରତୀ ଦେବୀଙ୍କୁ ନେଇ ମନ୍ତବ୍ୟ ଦେଇଥିଲେ। କମଲନାଥଙ୍କ ମନ୍ତବ୍ୟକୁ ବିଜେପି ଏକ ବଡ ପ୍ରସଙ୍ଗ କରିଥିଲା। ଏହାପରେ କମଲନାଥଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିର୍ବାଚନ ଆୟୋଗ ତାଙ୍କୁ କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକାରୁ ବାଦ ଦେଇଛି।

ସୁପ୍ରିମକୋର୍ଟରେ କମିଶନଙ୍କ ଆଦେଶକୁ କମଲନାଥ ଚ୍ୟାଲେଞ୍ଜ କରିଥିଲେ। ଆବେଦନରେ କୁହାଯାଇଥିଲା ଯେ, ନିର୍ବାଚନ ଆୟୋଗ ଆଇନଗତ ଅଧିକାରକୁ ଉଲ୍ଲଂଘନ କରିଛନ୍ତି। ସୋମବାର ଏହି ଆବେଦନ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା ଏବଂ କୋର୍ଟ ଆୟୋଗର ଆଦେଶକୁ ସ୍ଥଗିତ ରଖିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.