ETV Bharat / bharat

କର୍ଣ୍ଣାଟକରେ ନାଟକ; ଆସ୍ଥା ଭୋଟରେ ଭାଗ ନେବା ପାଇଁ ବାଧ୍ୟ ନୁହନ୍ତି ବିଦ୍ରୋହୀ ବିଧାୟକ - supreme-court

ବିଦ୍ରୋହୀ ବିଧାୟକଙ୍କୁ 18 ଜୁଲାଇ ହେବାକୁ ଥିବା ଆସ୍ଥା ଭୋଟରେ ଭାଗ ନେବା ପାଇଁ ବାଧ୍ୟ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି  ।

ଫାଇଲ ଫଟୋ
author img

By

Published : Jul 17, 2019, 11:33 AM IST

Updated : Jul 17, 2019, 11:50 AM IST

ବେଙ୍ଗାଲୁରୁ: ନୂଆମୋଡ ନେଇଛି କର୍ଣ୍ଣାଟକର ରାଜନୈତିକ ସଙ୍କଟ । କଂଗ୍ରେସ-ଜେଡିଏସ୍‌ର 15 ବିଦ୍ରୋହୀ ବିଧାୟକଙ୍କ ଯାଚିକା ଉପରେ ବୁଧବାର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି ସୁପ୍ରିମ କୋର୍ଟ । ଏହି ବିଦ୍ରୋହୀ ବିଧାୟକଙ୍କୁ ଆସନ୍ତା 18 ତାରିଖ(ଗୁରୁବାର)ରେ ହେବାକୁ ଥିବା ଆସ୍ଥା ଭୋଟରେ ଭାଗ ନେବା ପାଇଁ ବାଧ୍ୟ କରାଯାଇପାରିବ ନାହିଁ ବୋଲି କୋର୍ଟ ନିଜ ରାୟରେ ପ୍ରକାଶ କରିଛନ୍ତି । ଏହା ସହିତ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ଉପରେ କର୍ଣ୍ଣାଟକ ବିଧାନସଭା ବାଚସ୍ପତି ନିଷ୍ପତ୍ତି ନିଅନ୍ତୁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ।

ମୁଖ୍ୟ ବିଚାରପତି ରଞ୍ଜନ ଗୋଗଇଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠ କହିଛନ୍ତି, ବିଧାନସଭା ବାଚସ୍ପତି କେ. ଆର. ରମେଶ କୁମାର ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ଉପରେ ନିଷ୍ପତ୍ତି ନିୟମ ଅନୁସାରେ କରନ୍ତୁ । ଏଥିପାଇଁ କୌଣସି ସମୟ ସୀମା ଧାର୍ଯ୍ୟ ନୁହେଁ । ଏହା ସହିତ ବିଦ୍ରୋହୀ ବିଧାୟକଙ୍କ ସପକ୍ଷରେ କୋର୍ଟ କହିଛନ୍ତି, ବିଦ୍ରୋହୀ ବିଧାୟକ ସ୍ବଇଚ୍ଛାରେ ବିଧାନସଭା ଯିବେ । ତାଙ୍କୁ ଏଥିପାଇଁ ବାଧ୍ୟ କରାଯିବ ନାହିଁ ।

ସୂଚନା ଯୋଗ୍ୟ ଯେ, କୁମାରସ୍ବାମୀଙ୍କ ସରକାରରୁ କଂଗ୍ରେସ-ଜେଡିଏସର 16 ବିଧାୟକ ଇସ୍ତଫା ଦେବାପରେ ବାଚସ୍ପତି ସେମାନଙ୍କ ଇସ୍ତଫା ଅସାମ୍ବିଧାନିକ ଦର୍ଶାଇ ଗ୍ରହଣ କରିନଥିଲେ । ସେମାନଙ୍କ ଇସ୍ତଫା ପତ୍ର ଗ୍ରହଣ କରା ନ ଯିବାରୁ ୧୫ ବିଧାୟକ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟ ମଙ୍ଗଳବାର ଶୁଣାଣି କରି ରାୟକୁ ସଂରକ୍ଷିତ ରଖିଥିଲେ ।

ତେବେ କୋର୍ଟଙ୍କ ରାୟ ପରେ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କ ଶକ୍ତି ପରୀକ୍ଷାକୁ ନେଇ ସସ୍ପେନ୍ସ ଆହୁରି ବଢିଯାଇଛି ।

Intro:कुलभूषण जाधव यांची सुटका होईल, मित्रांना विश्वास

Body:हिंदी WKT

Conclusion:
Last Updated : Jul 17, 2019, 11:50 AM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.