ETV Bharat / bharat

ହାଇଦ୍ରାବାଦ ଏନକାଉଣ୍ଟର; ତଦନ୍ତ ପାଇଁ ଆହୁରି 6 ମାସ ସମୟ ଦେଲେ ସୁପ୍ରିମକୋର୍ଟ - ହାଇଦ୍ରାବାଦ ଏନକାଉଣ୍ଟର

ସର୍ବୋଚ୍ଚ ନ୍ୟାୟାଳୟର ପୂର୍ବତନ ଜଜ ବି.ଏସ ସିରପୁରକରଙ୍କ ଅଧ୍ୟକ୍ଷତାରେ ଗଠିତ ଅନୁସନ୍ଧାନ କମିଶନ ତଦନ୍ତ ପାଇଁ ଆହୁରି ସମୟ ମାଗିଥିଲେ । ଏଥିପାଇଁ ସୁପ୍ରିମକୋର୍ଟରେ ଏକ ଯାଚିକା ଆବେଦନ କରାଯାଇଥିଲା । ଏହି ଯାଚିକା ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଆଜି ଶୁଣାଣି କରିଛନ୍ତି । ଅଧିକ ପଢନ୍ତୁ...

ଆଜି ହାଇଦ୍ରାବାଦ ଏନକାଉଣ୍ଟର ଉପରେ ସୁପ୍ରିମକୋର୍ଟରେ ଶୁଣାଣି

author img

By

Published : Jul 24, 2020, 8:09 AM IST

Updated : Jul 24, 2020, 2:55 PM IST

ହାଇଦ୍ରାବାଦ: ହାଇଦ୍ରାବାଦ-ଏନକାଉଣ୍ଟର ମାମଲାରେ ଆଜି ସୁପ୍ରିମକୋର୍ଟ ଶୁଣାଣି କରାଯାଇଛି । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏସ.ଏ ବୋବଡେଙ୍କ ଦ୍ବାରା ଗଠିତ 3 ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି । ଏନକାଉଣ୍ଟର ମାମଲାର ଯାଞ୍ଚ ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଆହୁରି 6 ମାସର ସମୟ ଦେଇଛନ୍ତି ।

ସୂଚନାଯୋଗ୍ୟ, ଗତ 2019 ଡିସେମ୍ବରରେ ଜଣେ ପ୍ରାଣୀ ଚିକିତ୍ସା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୋଲିସ 4 ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଥିଲେ । ପୋଲିସ ମୁତାବକ 4 ଜଣ ଅପରାଧି ଖସି ପଳାଇବାକୁ ଉଦ୍ୟମ ବେଳେ ଏନକାଉଣ୍ଟର କରାଯାଇଥିଲା ।

ଗତ ବର୍ଷ, 27-28 ନଭେମ୍ବରର ମଧ୍ୟବର୍ତ୍ତୀ ରାତିରେ ହାଇଦ୍ରାବାଦରେ ଜଣେ ମହିଳା ଡାକ୍ତରଙ୍କ ସହ ନିର୍ଦ୍ଦୟ ଘଟଣା ଘଟିଥିଲା। ବେଙ୍ଗାଲୁରୁ ହାଇଦ୍ରାବାଦ ଜାତୀୟ ରାଜପଥରେ ଥିବା ଅଣ୍ଡରପାସ୍ ନିକଟରେ ଉକ୍ତ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ପୋଡି ଦେଇଥିଲେ ଦୁର୍ବୃତ୍ତ । ଏହି ମାମଲାରେ ପୋଲିସ ଚାରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଅଭିଯୁକ୍ତମାନଙ୍କୁ 14 ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା । ଏହା ପରେ ଅଭିଯୁକ୍ତଙ୍କୁ 7 ଦିନିଆ ପୋଲିସ ହେପାଜତକୁ ପଠାଯାଇଥିଲା। ପୋଲିସ ଅଭିଯୁକ୍ତଙ୍କ ଦ୍ବାରା ଉକ୍ତ ଘଟଣାର ପୁନରାବୃତ୍ତି କରିବାକୁ ଘଟଣାସ୍ଥଳକୁ ନେଇଥିଲା । ଏଠାରେ ସମସ୍ତ ଅଭିଯୁକ୍ତ ଖସିଯିବାକୁ ଉଦ୍ୟମ କରିଥିଲେ । ଫଳରେ ବାଧ୍ୟ ହୋଇ ଏନକାଉଣ୍ଟର କରାଯାଇଥିବା ପୋଲିସ କହିଛି ।

ସେପଟେ, ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ମୁଖ୍ୟ ବିଚାରପତି ଜଷ୍ଟିସ ଏସ.ଏ ବୋବଡେ କହିଥିଲେ, ଘଟଣାରେ ବିଷୟରେ ଲୋକଙ୍କୁ ସତ୍ୟତା ଜଣାଇବାର ଅଧିକାର ରହିଛି । ତେଣୁ ସୁପ୍ରିମକୋର୍ଟ ଏହି ମାମଲାର ଯାଞ୍ଚ ପାଇଁ 3 ଜଣିଆ ଖଣ୍ଡ ପୀଠ ଖଣ୍ଡନ କରିଥିଲେ । ଅବସରପ୍ରାପ୍ତ ବିଚାରପତି ଭି.ଏସ୍ ସିରପୁରକରଙ୍କ ନେତୃତ୍ୱରେ ଏକ ତିନି ଜଣିଆ ତଦନ୍ତ କମିଶନ ଗଠନ କରିଥିଲେ। ଏହି କମିଶନ 6 ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାର ଥିଲା ହେଲେ କୋରୋନା ଓ ଲକଡାଉନ ପାଇଁ ଆହୁରି ଅଧିକ ସମୟ ମାଗି କୋର୍ଟରେ ଯାଚିକା ଦାୟର କରିଥିଲା କମିଶନ ।

Last Updated : Jul 24, 2020, 2:55 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.