ETV Bharat / bharat

ରାଜକୋଟ ହସ୍ପିଟାଲ ଅଗ୍ନିକାଣ୍ଡ ମାମଲା: ଗୁଜୁରାଟ ସରକାରଙ୍କୁ ବର୍ଷିଲେ ସୁପ୍ରିମକୋର୍ଟ - ସୁପ୍ରିମକୋର୍ଟ

ରାଜକୋଟ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡକୁ ନେଇ ଗୁଜୁରାଟ ସରକାରଙ୍କୁ ବର୍ଷିଲେ ସୁପ୍ରିମକୋର୍ଟ। ଏହି ଅଗ୍ନିକାଣ୍ଡକୁ ନେଇ ଗୁଜୁରାଟ ସରକାର ତଥ୍ୟ ଲୁଚାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି। ଅଧିକ ପଢ଼ନ୍ତୁ...

ରାଜକୋଟ ହସ୍ପିଟାଲ ଅଗ୍ନିକାଣ୍ଡ ମାମଲା:ଗୁଜୁରାଟ ସରକାର ଉପରେ ବର୍ଷିଲେ ସୁପ୍ରିମକୋର୍ଟ

author img

By

Published : Dec 1, 2020, 7:29 PM IST

ନୂଆଦିଲ୍ଲୀ: ରାଜକୋଟ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡକୁ ନେଇ ଗୁଜରାଟ ସରକାରଙ୍କୁ ବର୍ଷିଲେ ସୁପ୍ରିମକୋର୍ଟ। ଏହି ଅଗ୍ନିକାଣ୍ଡକୁ ନେଇ ଗୁଜୁରାଟ ସରକାର ତଥ୍ୟ ଲୁଚାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି। ରାଜକୋଟର ଏକ ଘରୋଇ ହସ୍ପିଟାଲର ଆଇସିୟୁ ୟୁନିଟରେ ଅଗ୍ନିକାଣ୍ଡ ଘଟିଥିଲା। ଫଳରେ 5 ଜଣ ଗୁରୁତର କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ନେଇ ସୁପ୍ରିମକୋର୍ଟ ବିଚାରପତି ଅଶୋକ ଭୁଷଣ ଏହି ମାମଲାର ଶୁଣାଣି କରିଛନ୍ତି।

ରାଜକୋଟ ହସ୍ପିଟାଲ ଅଗ୍ନିକାଣ୍ଡ ମାମଲା:ଗୁଜୁରାଟ ସରକାର ଉପରେ ବର୍ଷିଲେ ସୁପ୍ରିମକୋର୍ଟ
ରାଜକୋଟ ହସ୍ପିଟାଲ ଅଗ୍ନିକାଣ୍ଡ ମାମଲା:ଗୁଜୁରାଟ ସରକାର ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ମଙ୍ଗଳବାର ରାଜକୋଟ ଅଗ୍ନିକାଣ୍ଡକୁ ନେଇ ଶୁଣାଣି ବେଳେ ସୁପ୍ରିମକୋର୍ଟ ବିଚାରପତି ଅଶୋକ ଭୁଷଣଙ୍କ ଖଣ୍ଡପୀଠ କହିଛନ୍ତି ଯେ,"ଅଗ୍ନିକାଣ୍ଡକୁ ନେଇ କେହି ବି କୌଣସି ତଥ୍ୟ ଲୁଚାଇ ପାରିବେ ନାହିଁ। ଘଟଣା ସହ ଜଡ଼ିତ ସମସ୍ତ ତଥ୍ୟ ସଠିକ ଦିଗରେ ପଦାକୁ ଆସିବା ନିତାନ୍ତ ଆବଶ୍ୟକ। ରାଜକୋଟ ଅଗ୍ନିକାଣ୍ଡକୁ ନେଇ ଦାଖଲ ହୋଇଥିବା ଦସ୍ତାବିଜ ଦେଖିବା ପରେ ତଥ୍ୟ ଲୁଚା ଯାଉଥିବା ସନ୍ଦେହ ହେଉଛି। ଗୁଜୁରାଟ ସରକାରଙ୍କ ପକ୍ଷରୁ ଏପରି କାର୍ଯ୍ୟ ଗ୍ରହଣୀୟ ନୁହେଁ। "

ଗୁଜୁରାଟ ସରକାରଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଦସ୍ତାବିଜ ଅନୁଯାୟୀ, ହସ୍ପିଟାଲର କୌଣସି ଦୋଷ ନାହିଁ। ରାଜ୍ୟରେ ଥିବା ଅନ୍ୟ ହସ୍ପିଟାଲ ଭଳି ଏହି ଘରୋଇ ହସ୍ପିଟାଲରେ ମଧ୍ୟ କୌଣସି ସମସ୍ୟା ନାହିଁ। ତଦନ୍ତ କମିଶନ ମଧ୍ୟ ସବୁ ଭଲରେ କାମ କରୁଛନ୍ତି। ତେବେ ଏହି ତଥ୍ୟ ପାଇବା ପରେ ଗୁଜୁରାଟ ସରକାରଙ୍କ ସହ ନିଜ ଇଲେକ୍ଟ୍ରିକାଲ ଇଞ୍ଜିନିୟରଙ୍କ ସାମଞ୍ଜସ୍ୟ ନଥିବା ନଜରକୁ ଆସିଛି। ଇଲେକ୍ଟ୍ରିକାଲ ଇଞ୍ଜିନିୟର ଓ ଗୁଜରାଟ ସରକାର ତଥ୍ୟ ଲୁଚାଉଥିବା ସ୍ପଷ୍ଟ ବାରି ହୋଇ ପଡ଼ିଛି ବୋଲି କହିଛନ୍ତି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ।

ଗତ ସପ୍ତାହରେ ଆପେକ୍ସ କୋର୍ଟ ମଧ୍ୟ ଗୁଜରାଟ ସରକାର ଉପରେ ସମାନ ଭାବରେ ଅଭିଯୋଗ କରଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଗୁରୁବାର ଦିନ କରାଯିବ। ଏହି ସମୟ ଭିତରେ ସମସ୍ତ ଦସ୍ତାବିଜ ଠିକ କରିବାକୁ ଗୁଜରାଟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏନଡିଏମ ନିୟମ ଅନୁଯାୟୀ ଘରୋଇ ହସ୍ପିଟାଲରେ ଅଗ୍ନି ନିରାପତ୍ତ ବ୍ୟବସ୍ଥା ଥିଲା କି ନାହିଁ ତାହା ଜାଣିବାକୁ ଚାହିଁଛନ୍ତି ସୁପ୍ରିମକୋର୍ଟ।

ଗତ କିଛି ଦିନ ପୂର୍ବରୁ ଗୁଜୁରାଟର ରାଜକୋଟରେ ଏକ ଘରୋଇ ହସ୍ପିଟାଲରେ ଭୟାଭହ ଅଗ୍ନିକାଣ୍ଡ ଘଟିଥିଲା ଫଳରେ 5ଜଣ ଗୁରୁତର କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା। ଏହାପରେ କୋରୋନା ଆକ୍ରାନ୍ତଙ୍କ ମୃତଦେହକୁ ଠିକ ଭାବରେ ଅନ୍ତିମ ସଂସ୍କାର କରାଯାଇନଥିବା ମଧ୍ୟ ଅଭିଯୋଗ ହୋଇଛି। ଗୁଜରାଟର ରାଜକୋଟସ୍ଥିତ ଉଦୟ ଶିବାନନ୍ଦ କୋଭିଡ ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ ହୋଇଥିଲା । ଫଳରେ 5 ଜଣ କରୋନା ସଂକ୍ରମିତ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ସର୍ଟ ସର୍କିଟରୁ ବିଳମ୍ବିତ ରାତ୍ରିରେ ଉଦୟ ଶିବାନନ୍ଦ ହସ୍ପିଟାଲରେ ଲାଗିଲା ନିଆଁ ଲାଗିଥିଲା ।

@ani

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.