ନୂଆଦିଲ୍ଲୀ: ଆଜିକା ଦୁନିଆରେ ମୁଖ୍ୟ ଭୂମିକା ଗ୍ରହଣ କରିଛି ସୋସିଆଲ ମିଡିଆ । ପିଲା ଠୁ ବୁଢା ସଭିଏଁ ସୋସିଆଲ ମିଡିଆରେ ମସଗୁଲ । ହେଲେ ଅନେକ ଥର ଏହାକୁ ନେଇ ବିତର୍କ ମଧ୍ୟ ଦେଖାଯାଏ । ଏହାର ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏପରି ସ୍ଥିତି ସୁପ୍ରିମକୋର୍ଟ ସୋସିଆଲ ମିଡିଆକୁ ନେଇ ଏହି ରାୟ ଶୁଣାଇଛନ୍ତି ।
କିଛି ଲୋକ ସୋସିଆଲ ମିଡିଆକୁ ବନ୍ଧୁକ ଭାବେ ବ୍ୟବହାର କରନ୍ତି । ଜଣେ ଅପରାଧୀକୁ ଯଦି କୋର୍ଟ ବନ୍ଧୁକ ଠାରୁ ଦୂରେଇ ରହିବାକୁ ନିର୍ଦ୍ଦେଶ ଦେଇପାରନ୍ତି, ତେବେ ଏହା ସୋସିଆଲ ମିଡିଆ ଠାରୁ ଦୂରେଇ ରହିବା ସହ ସମାନ ବୋଲି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସଏ ବୋବଡେ ରାୟ ଶୁଣାଇଛନ୍ତି ।
ସୂଚନାଯୋଗ୍ୟ, 2019 ଲୋକସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସଚିନ ଚୈଧୁରୀଙ୍କୁ ଜାମିନ ପ୍ରଦାନ କରୁଥିବାବେଳେ ଆହ୍ଲାବାଦ ହାଇକୋର୍ଟ ସୋସିଆଲ ମିଡିଆରୁ ଦୂରେଇ ରହିବାକୁ ସର୍ତ୍ତ ରଖିଥିଲେ । ଏହାକୁ ଚ୍ୟାଲେଞ୍ଜ କରି ସଚିନ ଚୈଧୁରୀ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ସିଜେଆଇ ଏସଏ ବୋବେଡଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ କଂଗ୍ରେସ ନେତାଙ୍କ ଯାଚିକା ଉପରେ ୟୁପି ସରକାରଙ୍କୁ ନୋଟିସ ଜାରି କହିଥିଲେ ।
ବିଶେଷକରି ଜାମିନ ମାମଲାରେ ନୋଟିସ ହେବା ପରେ ସୋସିଆଲ ମିଡିଆରେ ଏହାର ସମସ୍ୟା ଦେଖିବାକୁ ମିଳିଥାଏ । ଅପରାଧୀକ ସୋସିଆଲ ମିଡିଆର ବ୍ୟବହାର ଉପରେ ଗାଇଡଲାଇନ ପ୍ରସ୍ତୁତ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିଷ୍ପତ୍ତି ନେଇଛନ୍ତି ।
ଏହାପୂର୍ବରୁ ଖଣ୍ଡପୀଠ କଂଗ୍ରେସ ନେତାଙ୍କ ଓକିଲ ସଲମାନ ଖୁରସିଦଙ୍କୁ କହିଛନ୍ତି ଯେ, ହାଇକୋର୍ଟଙ୍କ ନିଷ୍ପତ୍ତିରେ ଆମେ କିଛି ଭୁଲ୍ ଦେଖୁନାହୁଁ। ଯଦି ସୋସିଆଲ ମିଡିଆ ବ୍ୟବହାର ଦ୍ୱାରା କ୍ଷତି ହେବାର ସମ୍ଭାବନା ଥାଏ, ତେବେ କୋର୍ଟ କାହିଁକି ଏପରି ଆଦେଶ ଦେଇ ପାରିବେ ନାହିଁ ?