ETV Bharat / bharat

ଦେଶରେ ମଦ ବିକ୍ରି ବ୍ୟାନ ନେଇ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ - ମଦ ବିକ୍ରି ବ୍ୟାନ ନେଇ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ

ବିଜେପି ନେତା ଅଶ୍ୱାନୀ ଉପାଧ୍ୟାୟ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି । ଏହି ପିଟିସନରେ ସେ କହିଛନ୍ତି ଦେଶରେ ମଦ ବିକ୍ରି ଆରମ୍ଭ ହେବା ପରଠାରୁ କୋରୋନା ମାମଲାରେ ଦ୍ରୁତ ଗତିରେ ବୃଦ୍ଧି ଘଟିଛି, ତେଣୁ ତୁରନ୍ତ ପ୍ରଭାବରେ ମଦ ବିକ୍ରି ବନ୍ଦ କରାଯାଉ। ଅଧିକ ପଢନ୍ତୁ...

ଦେଶରେ ମଦ ବିକ୍ରି ବ୍ୟାନ ନେଇ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ

author img

By

Published : Jul 1, 2020, 3:21 PM IST

ନୂଆଦିଲ୍ଲୀ: ମଦ ବିକ୍ରିରେ ପ୍ରତିବନ୍ଧକ ଲାଗୁ କରିବାକୁ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ । ବିଜେପି ନେତା ଅଶ୍ବିନୀ ଉପାଧ୍ୟୟ ପିଟିସନ ଦାଖଲ କରି କହିଛନ୍ତି, ମଦ ବିକ୍ରି ଅନୁମତି ମିଳିବା ପରେ ବଢୁଛି ସଂକ୍ରମଣ । ତେଣୁ ତତ୍କାଳ ପ୍ରଭାବରେ ଏଥିରେ ରୋକ ଲଗାଯାଉ ।

ଅଶ୍ବିନୀ ଉପାଧ୍ୟୟଙ୍କ ଦ୍ବାରା ଦାଖଲ ହୋଇଥିବା ଏହି ଆବେଦନରେ ସେ ଦାବି କରିଛନ୍ତି ଯେ, ସିଗାରେଟ ପ୍ୟାକେଟରେ ବୈଧାନିକ ଚେତାବନୀ ଲେଖାଯାଉଛି, ସେହିପରି ମଦ ବୋତଲର ମଧ୍ୟ 50 ପ୍ରତିଶତ ବୈଧାନିକ ଚେତାବନୀ ଲେଖାଯିବା ଜରୁରୀ । ଯେଉଁଥିରେ ଲେଖାଯିବା ଦରକାର ଯେ, ମଦ ପିଇଲେ କଣ କଣ କ୍ଷତି ହୋଇଥାଏ ।

ନିକଟରେ ସୁପ୍ରିମକୋର୍ଟ ତାମିଲନାଡୁ ହାଇକୋର୍ଟଙ୍କ ନିଷ୍ପତ୍ତିରେ ପରିବର୍ତ୍ତନ କରିଥିଲେ, ଯେଉଁଥିରେ ମଦ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସୁପ୍ରିମକୋର୍ଟ କହିଥିଲେ ଯେ, ତାମିଲନାଡୁ ସରକାର କିପରି ମଦ ବିକ୍ରୟ କରିବାକୁ ଚାହୁଁଛନ୍ତି ତାହା ଉପରେ ନିର୍ଭର କରେ। ଏହା କୋର୍ଟ ସ୍ଥିର କରିବେ ନାହିଁ, କାରଣ ଏହା ରାଜ୍ୟ ସରକାରଙ୍କ ଅଧୀନରେ ଆସେ ।

ଏହାପୂର୍ବରୁ ତାଲା ପଡିଥିବା ମଦ ଦୋକାନ ବନ୍ଦ ପାଇଁ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା। ଆବେଦନରେ କୁହାଯାଇଥିଲା ଯେ ଦୋକାନରେ ସାମାଜିକ ଦୂରତା ଏବଂ ଅନ୍ୟାନ୍ୟ ନିୟମ ପାଳନ କରାଯାଉ ନାହିଁ। ଏହି ଆବେଦନକୁ ଖାରଜ କରି ସୁପ୍ରିମକୋର୍ଟ ଶୁଣାଣି କରିବାକୁ ମନା କରି ଦେଇଛନ୍ତି।

ସୂଚନାଯୋଗ୍ୟ, କୋରୋନା ଲକଡାଉନ ପାଇଁ ଦେଶର ଆର୍ଥିକ ସ୍ଥିତି ଦୁର୍ବଳ ହୋଇପଡିଛି । ଏହାକୁ ସୁଧାରିବାକୁ ପ୍ରତ୍ୟେକ ରାଜ୍ୟ ଏବେ ମଦ ବିକ୍ରି ଉପରେ ଗୁରୁତ୍ବ ଦେଉଛନ୍ତି । କାରଣ ମଦରୁ ରାଜ୍ୟ ସରକାର ଅଧିକ ରାଜସ୍ବ ପାଇଥାନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.