ETV Bharat / bharat

ହାଥରସ ଗଣଦୁଷ୍କର୍ମ ମାମଲା: 3ଟି ପ୍ରସଙ୍ଗରେ ହଲଫନାମା ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

author img

By

Published : Oct 6, 2020, 3:02 PM IST

ହାଥରସ ଗଣଦୁଷ୍କର୍ମ ମାମଲାରେ ବିଭିନ୍ନ ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି କରିଥିଲେ । ସୁପ୍ରିମକୋର୍ଟ ୟୁପି ସରକାରଙ୍କୁ ତିନୋଟି ପ୍ରସଙ୍ଗରେ ପ୍ରଶ୍ନ ପଚାରିଥିଲେ- ସାକ୍ଷୀ ତଥା ପରିବାରର ସୁରକ୍ଷା, ପୀଡିତାଙ୍କ ଓକିଲ ଅଛି କି ନାହିଁ, ଆହ୍ଲାବାଦ ହାଇକୋର୍ଟର ସ୍ଥିତି କ’ଣ ? ଏହା ଉପରେ ଏକ ହଲଫନାମା ଦାଖଲ କରିବାକୁ କହିଛନ୍ତି।

ସୁପ୍ରିମକୋର୍ଟ
ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ହାଥରସ ଗଣଦୁଷ୍କର୍ମ ମାମଲାରେ ବିଭିନ୍ନ ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି କରିଥିଲେ । ସୁପ୍ରିମକୋର୍ଟ ୟୁପି ସରକାରଙ୍କୁ ତିନୋଟି ପ୍ରସଙ୍ଗରେ ପ୍ରଶ୍ନ ପଚାରିଥିଲେ- ସାକ୍ଷୀ ତଥା ପରିବାରର ସୁରକ୍ଷା, ପୀଡିତାଙ୍କ ଓକିଲ ଅଛି କି ନାହିଁ, ଆହ୍ଲାବାଦ ହାଇକୋର୍ଟର ସ୍ଥିତି କ’ଣ ? ଏହା ଉପରେ ଏକ ହଲଫନାମା ଦାଖଲ କରିବାକୁ କହିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର 12 ରେ ହେବ।

ଶୁଣାଣି ସମୟରେ ଭାରତର ପ୍ରଧାନ ବିଚାରପତି ଏସଏ ବୋବଡେ ଏହି ମାମଲାକୁ ଆଶ୍ଚର୍ଯ୍ୟଜନକ ବୋଲି ବର୍ଣ୍ଣନା କରିଛନ୍ତି। ଶୁଣାଣି ସମୟରେ କୋର୍ଟଙ୍କ ତତ୍ତ୍ବାବଧାନରେ ନ୍ୟାୟ ଦେବାକୁ ଆବେଦନକାରୀଙ୍କ ଓକିଲ କହିଛନ୍ତି। ଏହାପରେ ମୁଖ୍ୟ ବିଚାରପତି ପ୍ରଶ୍ନ କରିଛନ୍ତି ଯେ କାହିଁକି ଆହ୍ଲାବାଦ ହାଇକୋର୍ଟକୁ ଯାଇନାହାଁନ୍ତି ? ୟୁପି ସରକାରଙ୍କ ପକ୍ଷରୁ ଦଲିଲ୍ ରଖିଥିବା ସଲିସିଟର ଜେନେରାଲ ତୁଷାର ମେହେତାଙ୍କ ଦ୍ବାରା ଶୁଣାଣି ଆରମ୍ଭ ହୋଇଥିଲା। ସେ କହିଛନ୍ତି ଯେ ଆମେ ଏହି ଆବେଦନକୁ ବିରୋଧ କରୁନାହୁଁ । ପୋଲିସ ଏବଂ ଏସଆଇଟିର ତଦନ୍ତ ଚାଲିଛି। ଏହା ସତ୍ତ୍ବେ ଆମେ ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛୁ।

ସଲିସିଟର ଜେନେରାଲ ତୁଷାର ମେହେତା କହିଛନ୍ତି ଯେ ସୁପ୍ରିମକୋର୍ଟ ଏହାର ତଦାରଖ କରିବା ଉଚିତ୍ ଏବଂ ସେଠାରେ ସିବିଆଇ ତଦନ୍ତ ହେବା ଉଚିତ୍। ଏହାପରେ ଆବେଦନକାରୀଙ୍କ ଓକିଲ ଇନ୍ଦିରା ଜୟ ସିଂ କହିଛନ୍ତି ଯେ ପୀଡିତାଙ୍କ ପରିବାର ସିବିଆଇ ଯାଞ୍ଚ ପାଇଁ ପ୍ରସ୍ତୁତ ନୁହଁନ୍ତି । ସେମାନେ କୋର୍ଟଙ୍କ ତତ୍ତ୍ବାବଧାନରେ ଏକ ଏସଆଇଟି ଯାଞ୍ଚ ଚାହୁଁଛନ୍ତି।

ମୁଖ୍ୟ ବିଚାରପତି କହିଛନ୍ତି ଯେ ଏହି ଘଟଣା ଅତ୍ୟନ୍ତ ଅସାଧାରଣ ଏବଂ ଆଶ୍ଚର୍ଯ୍ୟଜନକ ଅଟେ । ଏହା ପରେ ଓକିଲ କିର୍ତ୍ତୀ ସିଂ କହିଛନ୍ତି, ଦୁଷ୍କର୍ମ ସହ ଜଡିତ ଆଇନ ଉପରେ ଆମେ ଅନେକ ଅଧ୍ୟୟନ କରିଛୁ। ଏହା ଏକ ଆଶ୍ଚର୍ଯ୍ୟଜନକ ଘଟଣା । ସିଜେଆଇ ବୋବଡେ କହିଛନ୍ତି ଯେ ହାଇକୋର୍ଟରେ ପ୍ରଥମେ ଏହି ମାମଲାର ଶୁଣାଣି କାହିଁକି ହେବ ନାହିଁ, ଏହି ବିତର୍କ ହାଇକୋର୍ଟରେ ମଧ୍ୟ କରାଯାଇପାରିବ। ହାଇକୋର୍ଟ ଏହି ମାମଲାର ଶୁଣାଣି କରିବା ଭଲ ନୁହେଁ କି ?

ତୁଷାର ମେହେତା କାଲି ସୁଦ୍ଧା ଏନେଇ ରିପୋର୍ଟ ଦାଖଲ କରିବେ । ସାକ୍ଷୀଙ୍କ ସୁରକ୍ଷା ତଥା ପୀଡିତା ପରିବାର ସୁରକ୍ଷା ପାଇଁ କରାଯାଇଥିବା ବ୍ୟବସ୍ଥା ଉପରେ ହଲଫନାମାରେ ସମ୍ପୂର୍ଣ୍ଣ ସୂଚନା ରହିବା ଉଚିତ୍ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.