ETV Bharat / bharat

ବିକାଶ ଦୁବେ ଏନକାଉଣ୍ଟରରେ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ: ଏମିତି ଗ୍ୟାଙ୍ଗଷ୍ଟାର ପାରୋଲ୍ କିପରି ପାଇଲା ?

author img

By

Published : Jul 20, 2020, 3:27 PM IST

ବିକାଶ ଦୁବେ ଏନକାଉଣ୍ଟର ଉପରେ ପ୍ରଶ୍ନ ଉଠାଇଥିବା ଆବେଦନର ଆଜି(ସୋମବାର) ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଏହି ସମୟ ମଧ୍ୟରେ ୟୁପି ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେତା ଏନକାଉଣ୍ଟରକୁ ସଠିକ୍ ବୋଲି କହିଥିଲେ ।

ବିକାଶ ଦୁବେର ଏନକାଉଣ୍ଟର
ବିକାଶ ଦୁବେର ଏନକାଉଣ୍ଟର

ନୂଆଦିଲ୍ଲୀ: ବିକାଶ ଦୁବେ ଏନକାଉଣ୍ଟର ଉପରେ ପ୍ରଶ୍ନ ଉଠାଇଥିବା ଆବେଦନର ଆଜି(ସୋମବାର) ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଏହି ସମୟ ମଧ୍ୟରେ ୟୁପି ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେତା ଏନକାଉଣ୍ଟରକୁ ସଠିକ୍ ବୋଲି କହିଥିଲେ । ତେବେ କୋର୍ଟ ତରଫରୁ କୁହାଯାଇଛି ଯେ ଆଇନ ଶୃଙ୍ଖଳା ସୃଷ୍ଟି ପାଇଁ ରାଜ୍ୟ ସରକାର ଦାୟୀ ଓ ଏଥିପାଇଁ ଏକ ଟ୍ରାଏଲ ହେବା ଉଚିତ୍। ଏଥିସହ କୋର୍ଟ କହିଛନ୍ତି ଯେ ତଦନ୍ତ କମିଟିରେ ପୂର୍ବତନ ଏସସି ବିଚାରପତି ଓ ଜଣେ ପୋଲିସ ଅଧିକାରୀ କୋର୍ଟର ରହିବେ। ତଦନ୍ତ କମିଟିର ପୁନଃନିର୍ମାଣ ପାଇଁ ୟୁପି ସରକାର ମଧ୍ୟ ରାଜି ହୋଇଛନ୍ତି।

ସୋମବାର ଶୁଣାଣି ସମୟରେ ୟୁପି ସରକାରଙ୍କ ପକ୍ଷରୁ ତୁଷାର ମେହେତା କହିଛନ୍ତି ଯେ ଏନକାଉଣ୍ଟର ସଠିକ୍ ଥିଲା, ବିକାଶ ଦୁବେ ପାରୋଲରେ ଥିଲା । ହେପାଜତରୁ ଖସିଯିବାକୁ ଚେଷ୍ଟା କରିଥିଲା । ତୁଷାର ମେହେତାଙ୍କ ଏହି ଯୁକ୍ତି ପରେ ମୁଖ୍ୟ ବିଚାରପତି ଏସଏ ବୋବଡେ କହିଛନ୍ତି, ‘ବିକାଶ ଦୁବେ ବିରୋଧରେ ମାମଲା ବିଷୟରେ କୁହନ୍ତୁ । ଆପଣ ଆପଣଙ୍କ ଉତ୍ତରରେ କହିଥିଲେ ଯେ ତେଲେଙ୍ଗାନା ଓ କାନପୁର ଏନକାଉଣ୍ଟର ମଧ୍ୟରେ ପାର୍ଥକ୍ୟ ଅଛି, କିନ୍ତୁ ଆପଣ ନିଶ୍ଚିତ ଭାବରେ ଆଇନର ନିୟମ ପ୍ରତି ସତର୍କ ରହିବେ । ଆପଣ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ବରେ ଏକ ଅନୁସନ୍ଧାନ ମଧ୍ୟ ଆରମ୍ଭ କରିଛନ୍ତି ’। ପ୍ରଶାନ୍ତ ଭୂଷଣ ମଧ୍ୟ PUCL ପକ୍ଷରୁ ଏନକାଉଣ୍ଟର ଉପରେ ପ୍ରଶ୍ନ କରିଛନ୍ତି।

ସିଜେଆଇ ଏହା ମଧ୍ୟ କହିଛନ୍ତି ଯେ, ଏତେ ବଡ ଗ୍ୟାଙ୍ଗଷ୍ଟାର ଜାମିନରେ ଥିଲା ଓ ଏତେ ବଡ ଦୁର୍ଘଟଣା କିପରି ହୋଇଗଲା । କୋର୍ଟ ଏହି ସମଗ୍ର ମାମଲା ଉପରେ ତଫସିଲରୁ ଏକ ରିପୋର୍ଟ ମାଗିଥିଲେ ଓ ଏହା ସିଷ୍ଟମର ବିଫଳତାକୁ ଦର୍ଶାଉଛି ବୋଲି କହିଥିଲେ। କୋର୍ଟ କହିଛନ୍ତି ଯେ କେବଳ ଗୋଟିଏ ଘଟଣା ବିପଦରେ ନୁହେଁ, ସମଗ୍ର ସିଷ୍ଟମ ବିପଦରେ। ଏଥି ସହିତ ୟୁପି ସରକାର ତଦନ୍ତ କମିଟିର ପୁନଃନିର୍ମାଣ ପାଇଁ ରାଜି ହୋଇଛନ୍ତି।

ପ୍ରକାଶଥାଉକି, ୟୁପି ସରକାର ଏନକାଉଣ୍ଟର ଅନୁସନ୍ଧାନ ପାଇଁ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ନ୍ୟାୟିକ କମିଶନ ଗଠନ କରିବାକୁ କହିଥିଲେ, କିନ୍ତୁ ଆବେଦନକାରୀ ଏହା ଉପରେ ପ୍ରଶ୍ନ ଉଠାଇଥିଲେ। ଏହା ପରେ ଆଜି(ସୋମବାର) ସୁପ୍ରିମକୋର୍ଟ ଏଥିରେ କିଛି ପରିବର୍ତ୍ତନର କଥା କହିଥିଲେ।

ଏହା ବ୍ୟତୀତ ସଞ୍ଜୟ ପାରିକ୍ କହିଛନ୍ତି ଯେ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତିରୁ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ ଏହି ମୁକାବିଲା ସ୍ବଭାବିକ ନୁହେଁ। ଏହା ଉପରେ ସିଜେଆଇ ସଲିସିଟର ଜେନେରାଲଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଉପରେ ଦୃଷ୍ଟି ଦେବାକୁ କହିଥିଲେ। ବର୍ତ୍ତମାନ ଏହି ମାମଲାର ପରବର୍ତ୍ତୀ ଶୁଣାଣି ବୁଧବାର କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.