ETV Bharat / bharat

ନିର୍ଭୟା ମାମଲା: କେନ୍ଦ୍ରର ଆବେଦନ ଉପରେ ସୁପ୍ରିମକୋର୍ଟଙ୍କ ଶୁଣାଣି

author img

By

Published : Feb 25, 2020, 8:52 AM IST

ମଙ୍ଗଳବାର ନିର୍ଭୟା ମାମଲା ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ । କେନ୍ଦ୍ରର ଆବେଦନ ଉପରେ ସୁପ୍ରିମକୋର୍ଟର 3 ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଣି କରିବେ।

ନିର୍ଭୟା ମାମଲା: କେନ୍ଦ୍ରର ଆବେଦନ ଉପରେ ସୁପ୍ରିମକୋର୍ଟର ଶୁଣାଣି

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲା । କେନ୍ଦ୍ର ଆବେଦନ ଉପରେ ଆଜି ସୁପ୍ରିମକୋର୍ଟଙ୍କ ଶୁଣାଣି । ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦେବା ନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଆବେଦନ କରାଯାଇଥିଲା । ସୁପ୍ରିମକୋର୍ଟଙ୍କ ଏହି ରାୟ ଆର.ଭାନୁମତି, ଅଶୋକ ଭୂଷଣ ଓ ନବୀନ ସିଂହାଙ୍କ ତିନି ଜଣିଆ ଖଣ୍ଡପୀଠ ଶୁଣାଣି କରିବେ ।

କେନ୍ଦ୍ରର ଏହି ଆବେଦନ ଦିଲ୍ଲୀ କୋର୍ଟରେ ଖାରଜ ହେବା ପରେ ସୁପ୍ରିମକୋର୍ଟରେ ପହଞ୍ଚିଛି । ଫେବୃୟାରୀ 5ରେ ଦିଲ୍ଲୀ ହାଇକୋର୍ଟ କହିଥିଲେ, ନିର୍ଭୟାର ସମସ୍ତ ଦୋଷୀଙ୍କୁ ଏକା ସାଙ୍ଗରେ ଫାଶୀ ଦିଆଯିବ । ଦିଲ୍ଲୀ କଏଦୀ ନିୟମ ଅନୁସାରେ, ଗୋଟିଏ ମାମଲାର ସମସ୍ତ ଦୋଷୀଙ୍କୁ ଏକା ସଙ୍ଗେ ଦଣ୍ଡ ଦିଆଯିବ । ଆଉ ଯଦି ଜଣଙ୍କର କ୍ଷମା ଯାଚିକା କୌଣସି କାରଣରୁ ଅଟକି ରହିଥାଏ, ତେବେ ଅନ୍ୟ ଦୋଷୀମାନଙ୍କୁ ଦଣ୍ଡ ଦେବାର ନିୟମ ନାହିଁ । ଗତ ଶନିବାର ଦିଲ୍ଲୀ କୋର୍ଟ ବିନୟ ଶର୍ମାର ଆବେଦନକୁ ଖାରଜ କରିଛନ୍ତି ।

ସୂଚନାଯୋଗ୍ୟ, ପ୍ରଥମେ ଜାନୁଆରୀ 22 ତାରିଖକୁ ନିର୍ଭୟା ଦୋଷୀଙ୍କ ଡେଥ ୱାରେଣ୍ଟ ଜାରି ହୋଇଥିଲା । ଏହାପରେ ଫେବୃଆରୀ 1ତାରିଖକୁ ପୁଣି ଥରେ ଦ୍ବିତୀୟ ଥର ପାଇଁ 4ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ନୂଆ ଡେଥ ୱାରେଣ୍ଟ ଜାରି ହୋଇଥିଲା । ହେଲେ ଏହା ପୁଣି ଘୁଞ୍ଚି ଏବେ ମାର୍ଚ୍ଚ 3 ତାରିଖ ସକାଳ ୬ଟାରେ ୪ ଅଭିଯୁକ୍ତଙ୍କୁ ଫାଶୀ ଦେବା ପାଇଁ ଡେଥ ୱାରେଣ୍ଟ ଜାରି କରିଛନ୍ତି ଦିଲ୍ଲୀର ପଟିଆଲା ହାଉସ କୋର୍ଟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.