ETV Bharat / bharat

107ଦିନ ପରେ ଜେଲରୁ ମୁକୁଳିବେ ଚିଦାମ୍ବରମ୍‌, ମିଳିଲା ଜାମିନ - ଆଇଏନଏକ୍ସ ମିଡିଆ

ଆଜି(ବୁଧବାର) ସୁପ୍ରିମକୋର୍ଟରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରମଙ୍କ ଜାମିନ ଆବେଦନର ଶୁଣାଣି । ଶେଷରେ ମିଳିଲା ଜାମିନ ।

Chidambaram
ଫାଇଲ ଫଟୋ
author img

By

Published : Dec 4, 2019, 9:49 AM IST

Updated : Dec 4, 2019, 11:23 AM IST

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡ଼ିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍‌ଙ୍କୁ ବୁଧବାର ଆଶ୍ବସ୍ତି ମିଳିଛି । 107 ଦିନ ତିହାର ଜେଲର ବିଚାର ବିଭାଗୀୟ ହେପାଜତରେ ରହିବା ପରେ ବୁଧବାର ସୁପ୍ରିମକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ୨ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚଲିକାରେ ତାଙ୍କୁ ସସର୍ତ୍ତ ଜାମିନ ଦେଇଛନ୍ତି ସୁପ୍ରିମକୋର୍ଟ । ତେବେ ସିବିଆଇ ଏବଂ ଇଡି ଉଭୟ ମାମଲାରେ ତାଙ୍କୁ ଜାମିନ ମିଳିବା ପରେ ସେ ଏବେ ଜେଲରୁ ବାହାରିବାକୁ ଯାଉଛନ୍ତି ।

ତେବେ ବାହାରେ ବାହାରିବା ପରେ ସାକ୍ଷୀ ଓ ପ୍ରମାଣ ନଷ୍ଟ ନକରିବାକୁ ସୁପ୍ରିମକୋର୍ଟ ଚିଦାମ୍ବରମଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ଆଇଏନଏକ୍ସ ମିଡିଆ ଦୁର୍ନୀତି ପ୍ରସଙ୍ଗରେ ଚିଦାମ୍ବରମ କୌଣସି ସାର୍ବଜନୀନ ମତ ଓ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇପାରିବେ ନାହିଁ ଏବଂ କୋର୍ଟଙ୍କ ବିନା ଅନୁମତିକ୍ରମେ ସେ ବିଦେଶ ଗସ୍ତ କରିପାରିବେ ନାହିଁ ବୋଲି ସର୍ତ୍ତ ରଖିଛନ୍ତି ସୁପ୍ରିମକୋର୍ଟ ।

ଆଇଏନଏକ୍ସ ମିଡିଆ ମାମଲାରେ ଚିଦାମ୍ବରମଙ୍କୁ ସେପ୍ଟେମ୍ବର ୫ରେ ଗିରଫ କରାଯାଇଥିଲା। ସର୍ବୋଚ୍ଚ ନ୍ୟାୟାଳୟ ଗତ ଗୁରୁବାର ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ସେହି ସମୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଅଦାଲତରେ ଦାବି କରିଥିଲା ଯେ, ଚିଦାମ୍ବରମ ଏହି ମାମଲାର ଗୁରୁତ୍ବପୂର୍ଣ୍ଣ ପ୍ରମାଣ ଉପରେ ପ୍ରଭାବ ପକାଇବାକୁ ଚାହୁଁଛନ୍ତି । ତାଙ୍କୁ ଜାମିନ ଦେଲେ ସେ ପ୍ରମାଣ ଉପରେ ନିଶ୍ଚିତ ପ୍ରଭାବ ପକାଇବେ । ସେପଟେ ଇଡିର ଅଭିଯୋଗକୁ ଆଧାରହୀନ ବୋଲି ଦର୍ଶାଇଥିଲେ ଚିଦାମ୍ବରମଙ୍କ ବରିଷ୍ଠ ଓକିଲ କପିଲ ଶିବଲ ।

Last Updated : Dec 4, 2019, 11:23 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.