ETV Bharat / bharat

ଉଦ୍ଧବ ସରକାରଙ୍କୁ ବରଖାସ୍ତ ଦାବି, ଯାଚିକା ଖାରଜ କଲେ ସୁପ୍ରିମକୋର୍ଟ

author img

By

Published : Oct 16, 2020, 3:55 PM IST

ଉଦ୍ଧବ ସରକାରଙ୍କୁ ବରଖାସ୍ତ କରି ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରାଇବାକୁ ନେଇ ଦାଖଲ ଯାଚିକାକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ...

ଉଦ୍ଧବ ସରକାରଙ୍କୁ ବରଖାସ୍ତ କରିବା ଦାବି, ଯାଚିକା ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଉଦ୍ଧବ ସରକାରଙ୍କୁ ବରଖାସ୍ତ କରି ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରାଇବାକୁ ନେଇ ଦାଖଲ ଯାଚିକାକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । ରାଜ୍ୟରେ ସରାକାରୀ ଶାସନ କଳର ଅପବ୍ୟବହାର ନେଇ ଅଭିଯୋଗ କରିଥିଲେ ଆବେଦନକାରୀ ।

ଏହି ଯାଚିକାର ଶୁଣାଣି କରି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଆବେଦନକାରୀଙ୍କୁ କହିଛନ୍ତି, ଆପଣ ଏହି ଆବେଦନ କୋର୍ଟଙ୍କୁ ନୁହେଁ ବରଂ ରାଷ୍ଟ୍ରପତିଙ୍କୁ କରିବାର ଆବଶ୍ୟକତା ରହିଛି । ଏହା ପରେ କୋର୍ଟଙ୍କ ପକ୍ଷରୁ ଏହି ଯାଚିକାକୁ ଖାରଜ କରାଯାଇଥିଲା ।

ଏହି ଆବେଦନରେ ଆବେଦନକାରୀ ବିକ୍ରମ ଗେହଲଟ ରାଜ୍ୟରେ ସରକାରୀ ଶାସନ କଳର ଅପବ୍ୟବହାର ନେଇ ଅଭିଯୋଗ କରିଥିଲେ । ଅବସରପ୍ରାପ୍ତ ନୌସେନା ଅଧିକାରୀ ମଦନ ଲାଲ ଶର୍ମାଙ୍କୁ ମାଡ ମାରିବା ଏବଂ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ କାର୍ଯ୍ୟାଳୟର ଏକ ବଡ ଅଂଶ ଭାଙ୍ଗିବା ଭଳି ଘଟଣା ମଧ୍ୟ ଏହି ଆବେଦନରେ ଦର୍ଶାଯାଇଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.