ନୂଆଦିଲ୍ଲୀ: ମିଜୋରାମର ଶରଣାର୍ଥୀ ଶିବିରରେ ଖାଦ୍ୟ ସାମଗ୍ରୀ ବନ୍ଦ କାରଣରୁ ଅନାହାର ମୃତ୍ୟୁ ଘଟଣାରେ ଜବାବ ଦେବାକୁ ସୁପ୍ରିମକୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି । 2 ସପ୍ତାହ ମଧ୍ୟରେ କେନ୍ଦ୍ର ଏହାର ଜବାବ ରଖିବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।
କେନ୍ଦ୍ର ସରକାର କେଉଁ ପରିସ୍ଥିତିରେ 7ଟି ଶରଣାର୍ଥୀ ଶିବିରରେ ଖାଦ୍ୟ ସାମଗ୍ରୀ ଯୋଗାଣ ବନ୍ଦ କଲେ, ତାହାର ଉତ୍ତର ଦେବାକୁ କୁହାଯାଇଛି। ମିଜୋରାମର ଶରଣାର୍ଥୀ ଶିବିରରେ 4 ଜଣ ଶିବିରାର୍ଥୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା।