ETV Bharat / bharat

ଡାକ୍ତରଙ୍କୁ ଦରମା ନମିଳିବା ପ୍ରସଙ୍ଗରେ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମକୋର୍ଟ - doctors salary issue

ଗତ କିଛି ମାସ ହେବ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ସମୟରେ ଦରମା ମିଳୁନଥିବା ଅଭିଯୋଗ ହେଉଛି । ଶୁକ୍ରବାର ଏହି ପ୍ରସଙ୍ଗରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ, କୋରୋନା ବିରୋଧରେ ଲଢୁଥିବା ଏହି ଯୋଦ୍ଧାଙ୍କୁ ଅସନ୍ତୁଷ୍ଟ ରଖି ଆମେ ଏହି ଯୁଦ୍ଧ ଜିତିପାରିବୁ ନାହିଁ ।

supreme court angry reaction on doctors salary issue
ଡାକ୍ତରଙ୍କୁ ଦରମା ନମିଳିବା ପ୍ରସଙ୍ଗରେ ଅସନ୍ତୋଷ ପ୍ରକାଶ ସୁପ୍ରିମକୋର୍ଟ
author img

By

Published : Jun 12, 2020, 5:59 PM IST

ନୂଆଦିଲ୍ଲୀ: କୋରୋନା ବିରୋଧ ଲଢେଇରେ ଆଗ ଧାଡିର ଯୋଦ୍ଧା ସାଜି ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀ ମାନେ ଜନସେବା କରୁଛନ୍ତି । ଦିନରାତି ଏକ କରି ଏମାନେ ଏହି ମହାମାରୀର ମୁକାବିଲା ପାଇଁ ପ୍ରୟାସ ଜାରି ରଖିଛନ୍ତି । କିନ୍ତୁ ଗତ କିଛି ମାସ ହେବ ଏହି ଯୋଦ୍ଧାଙ୍କୁ ସମୟରେ ଦରମା ମିଳୁନଥିବା ଅଭିଯୋଗ ହେଉଛି । ଶୁକ୍ରବାର ଏହି ପ୍ରସଙ୍ଗରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ, କୋରୋନା ବିରୋଧରେ ଲଢୁଥିବା ଏହି ଯୋଦ୍ଧାଙ୍କୁ ଅସନ୍ତୁଷ୍ଟ ରଖି ଆମେ ଏହି ଯୁଦ୍ଧ ଜିତିପାରିବୁନାହିଁ ।

ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଗତ 3 ମାସ ଧରି ଦରମା ମିଳିନଥିବାରୁ ଦିଲ୍ଲୀର ଡାକ୍ତରମାନେ ବିକ୍ଷୋଭ କରୁଥିବା ନଜର ଆସୁଛି । ସରକାର ଏସବୁ ମାମଲା ପ୍ରତି ଦୃଷ୍ଟି ଦେବା ଉଚିତ୍ । ଯାହାଫଳରେ ନିଜ ପ୍ରାପ୍ୟ ପାଇବା ପାଇଁ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀ ମାନଙ୍କୁ କୋର୍ଟର ଦ୍ବାରସ୍ଥ ହେବାକୁ ପଡିବନାହିଁ । ସେହିପରି କେନ୍ଦ୍ରକୁ ମେଡିକାଲ୍ ପ୍ରଫେସନାଲଙ୍କ ପ୍ରସଙ୍ଗରେ ଅଧିକ ଚିନ୍ତା କରିବା ଉଚିତ । ଏଥିସହ ଡାକ୍ତରଙ୍କ ଦ୍ୱାରା ଉଠାଯାଇଥିବା ପ୍ରସଙ୍ଗ ଗୁଡିକ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ଡାକ୍ତରମାନେ ସୁପ୍ରିମକୋର୍ଟରେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କୁ ଉପଯୁକ୍ତ ପିପିଇ କିଟ୍ ମିଳୁନାହିଁ । ଏଥିସହ ସମସ୍ତ ସ୍ବାସ୍ଥ୍ୟ କର୍ମଚାରୀମାନେ ହସ୍ପିଟାଲ ନିକଟସ୍ଥ ସ୍ଥାନରେ ସେମାନଙ୍କୁ ରହିବାକୁ ସ୍ଥାନ ଦେବାକୁ ଦାବି କରିଛନ୍ତି । ସେମାନେ କହିଛନ୍ତି ଯେ, ହସ୍ପିଟାଲରେ ଡ୍ୟୁଟି ସରିବା ପରେ ସେମାନେ ନିଜ ଘରକୁ ଫେରିଥାନ୍ତି । ଏହାଦ୍ବାରା ସେମାନଙ୍କ ପରିବାରକୁ ସଂକ୍ରମଣ ହେବାର ଆଶଙ୍କା ରହିଛି ।

ଅପରପକ୍ଷେ କସ୍ତୁରବା ହସ୍ପିଟାଲ ଏବଂ ଦିଲ୍ଲୀର ବାଡା ହିନ୍ଦୁ ରାଓ ହସ୍ପିଟାଲର ଡାକ୍ତରମାନଙ୍କୁ ଦରମା ନଦେବା ପ୍ରସଙ୍ଗରେ ହାଇକୋର୍ଟ ମ୍ୟୁନିସିପାଲ କର୍ପୋରେସନକୁ ତାଗିଦ କରିଛନ୍ତି । କୋର୍ଟ କହିଛନ୍ତି ଯେ, ଆପଣମାନେ କଣ ଏତେ ବ୍ୟସ୍ତ ଯେ ଡାକ୍ତରମାନଙ୍କୁ ସେମାନଙ୍କ ଦରମା ଦେବାକୁ ବି ଆପଣମାନଙ୍କ ପାଖରେ ସମୟ ନାହଁ । କୋର୍ଟ ନିଜେ ଏହି ମାମଲାକୁ ବୁଝି ଏହାର ଶୁଣାଣି କରିଛନ୍ତି ।

ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ, ଆମେ ଦିଲ୍ଲୀବାସିନ୍ଦା ଡାକ୍ତରଙ୍କ ପାଇଁ ଚିନ୍ତିତ । ଯାହାର ସଂଖ୍ୟା 300ରୁ ଅଧିକ ହେବ । ଆଉ ସେମାନଙ୍କର ମାସିକ ଦରମା ହେଉଛି 2 କୋଟି 10 ଲକ୍ଷ ଟଙ୍କା । ଯାହାର ଉତ୍ତରରେ ଦିଲ୍ଲୀ ମହାନଗର ନିଗମ(ଏମସିଡି) କୋର୍ଟକୁ କହିଛି ଯେ ବର୍ତ୍ତମାନ ଆମର ପାଖରେ 10 କୋଟି ଟଙ୍କା ଅଛି । ଡାକ୍ତରଙ୍କୁ ସେମାନଙ୍କ ଦରମା ଦେବା ପାଇଁ ଆହୁରି 17 ରୁ 18 କୋଟି ଟଙ୍କାର ଆବଶ୍ୟକ ରହିଛି ।

ଏମସିଡି ଆହୁରି ମଧ୍ୟ କହିଛି ଯେ ଏହା ସତ ଯେ ଗତ କିଛି ମାସ ହେବ ଆମେ ଡାକ୍ତରମାନଙ୍କୁ ଦରମା ଦେଇପାରିନାହୁଁ । କିନ୍ତୁ କୋରୋନା ସଙ୍କଟ ସମୟରେ ଡାକ୍ତରମାନେ ଦରମା ପାଇଁ ବିକ୍ଷୋଭ କରିବା ଉଚିତ୍ ନୁହେଁ । ତେଣୁ ଦିଲ୍ଲୀ ସରକାର ଏବଂ ଆପ ମିଶି ଚିନ୍ତା କରନ୍ତୁ କି ଡାକ୍ତରମାନଙ୍କୁ କିପରି ସେମାନଙ୍କ ଦରମା ତୁରନ୍ତ ପ୍ରଦାନ କରାଯିବ ।

ପ୍ରକାଶ ଥାଉ କି, ଦିଲ୍ଲୀର ଏମସିଡି ଅଧୀନରେ ଥିବା ହିନ୍ଦୁ ରାଓ ହସ୍ପିଟାଲ ଏବଂ କସ୍ତୁରବା ହସ୍ପିଟାଲର ଡାକ୍ତରମାନଙ୍କୁ ଗତ 3-4 ମାସ ହେବ ଦରମା ମିଳିନାହିଁ । ଏଥିରେ ଅସନ୍ତୁଷ୍ଟ ଡାକ୍ତରମାନେ ଜୁନ 18 ସୁଦ୍ଧା ଦରମା ନମିଳିଲେ ସାମୂହିକ ଇସ୍ତଫା ଦେବା ନେଇ ଧମକ ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.