ETV Bharat / bharat

ବିହାରରେ ଭୋଟ ଗଣତି ଜାରି, ତେଜସ୍ବୀଙ୍କ ଘର ଆଗରେ ମାଛ ଧରି ପହଞ୍ଚିଲେ RJD ସମର୍ଥକ - Bihar vote counting

ପ୍ରାଥମିକ ଟ୍ରେଣ୍ଡ୍‌କୁ ଦୃଷ୍ଟିରେ ରଖି ଆରଜେଡିର ବଢିଯାଇଛି ଆତ୍ମବିଶ୍ବାସ । ଏପରିକି ଆରଜେଡି ନେତା ତଥା ବିହାରର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ବୀ ଯାଦବଙ୍କ ଘର ସାମ୍ନାରେ ବଡ ବଡ ମାଛ ଧରି ଭୋଜି କରିବାକୁ ପହଞ୍ଚିଯାଇଥିଲେ ସମର୍ଥକ । ଅଧିକ ପଢନ୍ତୁ...

ବିହାରରେ ଜାରି ମତ ଗଣନା, ତେଜସ୍ବୀଙ୍କ ଘର ଆଗରେ ମାଛ ନେଇ ପହଞ୍ଚିଥିଲେ RJD ସମର୍ଥକ

author img

By

Published : Nov 10, 2020, 12:40 PM IST

Updated : Nov 10, 2020, 1:10 PM IST

ପାଟନା: ବିହାରରେ ନିର୍ବାଚନରେ ଆରଜେଡି ନେତୃତ୍ବାଧିନ ମହାମେଣ୍ଟ ଓ ଏନଡିଏ ମଧ୍ୟରେ ଜାରି ରହିଛି କଡା ଟକ୍କର । ପ୍ରାଥମିକ ପର୍ଯ୍ୟାୟ ଭୋଟ ଗଣନାରେ ଏନଡିଏର ପ୍ରଦର୍ଶନ ଅତ୍ୟନ୍ତ ଖରାପ ଥିଲା । ହେଲେ ଏନଡିଏ ଏବେ ମହାମେଣ୍ଟକୁ ପଛରେ ପକାଇ କ୍ରମାଗତ ଭାବରେ ଆଗେଇ ଚାଲିଛି । ପ୍ରାଥମିକ ଟ୍ରେଣ୍ଡ୍‌କୁ ଦୃଷ୍ଟିରେ ରଖି ଆରଜେଡିର ବଢିଯାଇଥିଲା ଆତ୍ମବିଶ୍ବାସ । ଏପରିକି ଆରଜେଡି ନେତା ତଥା ବିହାରର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ବୀ ଯାଦବଙ୍କ ଘର ସାମ୍ନାରେ ବଡ ବଡ ମାଛ ଧରି ଭୋଜି କରିବାକୁ ପହଞ୍ଚିଯାଇଥିଲେ ଦଳୀୟ ସମର୍ଥକ ।

ବିହାରରେ ଭୋଟ ଗଣନା ଜାରି ରହିଥିବା ବେଳେ ଦିନ ଯେତେ ବଢିଚାଲିଛି ଏନଡିଏ ମଧ୍ୟ ଆଗକୁ ବଢିଚାଲିଥିବା ଦେଖିବାକ ମିଳିଛି । ଏଭଳିସ୍ଥିତିରେ ପ୍ରାଥମିକ ପର୍ଯ୍ୟାୟରେ ବେଶ ଉତ୍ସାହିତ ଥିବା ଆରଜେଡିକୁ ନିରାଶ ହେବାକୁ ପଡିଛି । ବିହାରରେ ଜନମତକୁ ଦେଖି କେଉଁଠି ନା କେଉଁଠି ହତୋତ୍ସାହିତ ହୋଇପଡିଛି ଆରଜେଡି ।

ଗତଥର ବିହାର ବିଧାନସଭା ନିର୍ବାଚନରେ ମଧ୍ୟ ସମାନ ସ୍ଥିତି ଉପୁଜିଥିଲା । ପ୍ରାଥମିକ ଟ୍ରେଣ୍ଡ୍‌କୁ ଦେଇ ଅତି ଆତ୍ମବିଶ୍ବାସ ସହ ମିଠା ବାଣ୍ଟିଥିଲା ବିଜେପି । ହେଲେ ପରିବର୍ତ୍ତୀ ସମୟରେ ଲାଲୁ ଓ ନିତିଶଙ୍କ ଯୋଡି ବିଜେପିକୁ ମାତ ଦେଇ ନିର୍ବାଚନରେ ବିଜୟ ହାସଲ କରିଥିଲେ ।

ବର୍ତ୍ତମାନସୁଦ୍ଧା ବିହାରରେ ଏନଡିଏ 122ଟି ଆସନରେ ଲିଡ କରୁଥିବା ବେଳେ ମହାମେଣ୍ଟ 103 ଆସନରେ ଆଗରେ ରହିଛି । ତେବେ ନିର୍ବାଚନରେ ପୂର୍ବାପେକ୍ଷା କଂଗ୍ରେସର ପ୍ରଦର୍ଶନ ଭଲ ରହିଛି ।

Last Updated : Nov 10, 2020, 1:10 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.