ETV Bharat / bharat

ଆସ୍ଥା ଓ ବିଶ୍ବାସର ପ୍ରତୀକ ପାଲଟିଛି ନାବାଦର ସୂର୍ଯ୍ୟମନ୍ଦିର - ନାବାଦର ସୂର୍ଯ୍ୟମନ୍ଦିର

ଆସ୍ଥା ଓ ବିଶ୍ବାସର ପ୍ରତୀକ ପାଲଟିଛି ନାବାଦର ସୂର୍ଯ୍ୟମନ୍ଦିର । ଏହି ମନ୍ଦିରକୁ ଶ୍ରୀକୃଷ୍ଣଙ୍କ ପୁତ୍ର ସାମ୍ବା ନିର୍ମାଣ କରିଥିବାବେଳେ ପୁରାଣରୁ ଜଣାପଡ଼େ । ତେବେ ଏହି ମନ୍ଦିରକୁ ଆସି ପୂଜାର୍ଚ୍ଚନା କଲେ କୁଷ୍ଠ ଭଳି ରୋଗ ଭଲ ହୋଇଥାଏ ବୋଲି ଲୋକଙ୍କ ମନରେ ବିଶ୍ସାସ ରହିଆସିଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Nov 2, 2019, 12:57 PM IST

ପାଟନା: ନାବାଦ ଜିଲ୍ଲାରେ ରହିଥିବା ରାଜ୍ୟର ଏକମାତ୍ର ସୂର୍ଯ୍ୟମନ୍ଦିର । ନାବାଦ ଜିଲ୍ଲାର ନାରଦୀଗଞ୍ଜ ଅନ୍ତର୍ଗତ ହାଁଡ଼ିଆ ଗ୍ରାମରେ ରହିଛି ଏହି ପ୍ରାଚୀନ ତଥା ଐତିହାସିକ ସୂର୍ଯ୍ୟ ମନ୍ଦିର । ଅନେକ ଆସ୍ଥା ଓ ବିଶ୍ବାସର ପ୍ରତୀକ ପାଲଟିଛି ଏହି ମନ୍ଦିର । ଏହି ବିଶ୍ବାସକୁ ଆଧାର କରି ଅନେକ ଶ୍ରଦ୍ଧାଳୁ ଏଠାକୁ ସୂର୍ଯ୍ୟଙ୍କ ଉପାସନା କରିବାକୁ ଆସିଥାନ୍ତି ବୋଲି ଜଣାପପଡ଼େ । ବିଶ୍ବାସ ରହିଛି ଏହି ମନ୍ଦିରକୁ ଆସି ଉପାସନା କଲେ ଦୂରାରୋଗ୍ୟ କୁଷ୍ଠ ମଧ୍ୟ ଭଲ ହୋଇଯାଇଥାଏ । ଏପରିକି ନିଃସନ୍ତାନମାନେ ଏଠାକୁ ଆସି ପୂଜାର୍ଚ୍ଚନା ପରେ ସନ୍ତାନପ୍ରାପ୍ତି କରିଥାନ୍ତି ବୋଲି ସୂଚନା ମିଳିଛି ।

କିମ୍ବଦନ୍ତୀ ଅନୁଯାୟୀ ଦ୍ବାପର ଯୁଗରେ ସମ୍ରାଟ ଜରାସନ୍ଧଙ୍କ ଝିଅ ରାଜକୁମାରୀ ଧନ୍ୟାବତୀ ଏଠାରେ ଥିବା ପୋଖରୀକୁ ସ୍ନାନ ପାଇଁ ଆସିଥାନ୍ତି । ସ୍ନାନ କରି ସାରିବା ପରେ ସେ ଧନିଆ ପାହାଡ଼କୁ ଯାଇ ସେଠାରେ ଭଗବତୀଙ୍କ ପୂଜାର୍ଚ୍ଚନା କରିଥାନ୍ତି । ତେବେ ଧନିଆ ପାହାଡ଼କୁ ଭଗବାନ ଗୌରୀଶଙ୍କର ମଧ୍ୟ ଜଳାଭିଷେକ ପାଇଁ ଆସିଥାନ୍ତି । ଜଳାଭିଷେକ ପରେ ରାଜ୍ୟ ଶାସନ ପାଇଁ ଗୌରୀଶଙ୍କର ରାଜଗୃହକୁ ଫେରିଥାନ୍ତି । ସେପଟେ ଗୌରୀଶଙ୍କର ଯେଉଁଠାକୁ ଜଳାଭିଷେକ ପାଇଁ ଯାଇଥାନ୍ତି, ତାହା ଏବେ ଦେବୀଙ୍କର ଆସ୍ଥାନ ଭାବେ ପରିଚିତ ହେଉଛି ।

sun temple
ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଏହି ମନ୍ଦିରର ନିର୍ମାଣ ନେଇ ଅନେକ ଐତିହାସିକ କଥା ଶୁଣିବାକୁ ମିଳିଥାଏ । କିମ୍ବଦନ୍ତୀ ଅନୁଯାୟୀ ଏହି ମନ୍ଦିରକୁ ଜରାସନ୍ଧ ନିର୍ମାଣ କରିଥିବା ଜଣାପଡ଼େ । ସେହି କ୍ଷେତ୍ରରେ ଶ୍ରୀକୃଷ୍ଣଙ୍କ ପୁଅ ସାମ୍ବା ଏହି ମନ୍ଦିରକୁ ନିର୍ମାଣ କରିଥିବା ନେଇ ଶୁଣିବାକୁ ମିଳିଥାଏ । ଶ୍ରୀକୃଷ୍ଣଙ୍କ ପୁଅ ସାମ୍ବାଙ୍କୁ ଗୋପୀମାନେ ଶ୍ରୀକୃଷ୍ଣ ଭାବି ରାସଲୀଳା କରିଥିଲେ । ସାମ୍ବା ମଧ୍ୟ ନିଜ ପରିଚୟକୁ ଲୁଚାଇ ରାସଲୀଳାରେ ସାମିଲ ହୋଇଥିବା ଜଣାପଡ଼େ । ସେପଟେ ଏହା ଦେଖି କ୍ରୋଧିତ ହୋଇ ପଡ଼ିଥିଲେ ଶ୍ରୀକୃଷ୍ଣ ।

ଏଥିରେ ଉତ୍‌କ୍ଷିପ୍ତ ହୋଇ ସାମ୍ବାଙ୍କୁ ଅଭିଶାପ ଦେଇଥିବା ପୁରାଣରୁ ଜଣାପଡ଼େ । ଶ୍ରୀକୃଷ୍ଣଙ୍କ ଅଭିଶାପ ବଳରେ ସାମ୍ବାଙ୍କୁ କୁଷ୍ଠ ହୋଇଯାଇଥିଲା । ଫଳରେ ସାମ୍ବା ଏନେଇ ଶ୍ରୀକୃଷ୍ଣଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ । ସେହି ସମୟରେ ସାମ୍ବାଙ୍କୁ ଶ୍ରୀକୃଷ୍ଣଙ୍କୁ କହିଥିଲେ 12ଟି ସୂର୍ଯ୍ୟମନ୍ଦିର ନିର୍ମାଣ କରିବାକୁ । ଏହି ସୂର୍ଯ୍ୟମନ୍ଦିର ସେଥି ମଧ୍ୟରୁ ଅନ୍ୟତମ ।

ବର୍ତ୍ତମାନ ପବିତ୍ର ଛଠ ଅବସରରେ ଏହି ମନ୍ଦିରକୁ ଶତାଧିକ ଶ୍ରଦ୍ଧାଳୁମାନେ ଆସୁଥିବା ଦେଖିବାକୁ ମିଳିଛି । ଫଳରେ ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେ ସଫାସୁତୁରା କରାଯାଉଛି । ସମାନ୍ତରାଳ ଭାବେ ପ୍ରଶାସନର ଅବହେଳାକୁ ନିନ୍ଦା କରିଛନ୍ତି ଗ୍ରାମବାସୀ । ଗ୍ରାମବାସୀ କହିଛନ୍ତି ଏହି ଐତିହାସିକ ମନ୍ଦିରର ରକ୍ଷଣାବେକ୍ଷଣା ଦାୟିତ୍ବକୁ ଅବହେଳା କରୁଛି ପ୍ରଶାସନ । ଏହାର ସୌନ୍ଦର୍ଯ୍ୟକରଣ ପ୍ରତି ଧ୍ୟାନ ଦେଲେ ଏହା ଏକ ତୀର୍ଥକ୍ଷେତ୍ର ଭାବେ ଖ୍ୟାତି ଲାଭ କରିପାରନ୍ତା ବୋଲି ଗ୍ରାମବାସୀ ସୂଚନା ଦେଇଛନ୍ତି ।

Intro:Body:

National Issue

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.