ETV Bharat / bharat

ସମର ସ୍ପେଶିଆଲ ଟିପ୍ସ, ସୁନ୍ଦରୀ କରେଇବ ଟମାଟୋ ଫେସ ପ୍ୟାକ୍ - summer-special beauty-tips

ଗ୍ରୀଷ୍ମ ରତୁରେ ଆମ ଚର୍ମ ପ୍ରାୟତଃ ଜଳିଯାଏ, ଏହି କ୍ଷେତ୍ରରେ ଟମାଟୋ ଫେସ୍ ପ୍ୟାକ୍ ଏବଂ ଫେସ୍ ସ୍କ୍ରବ୍ ପ୍ରୟୋଗ କରିବା ଅତ୍ୟନ୍ତ ଲାଭଦାୟକ। ଟମାଟୋ ଫେସ୍ ପ୍ୟାକ୍ ଏବଂ ସ୍କ୍ରବ୍ ଚର୍ମକୁ ସୁସ୍ଥ ଏବଂ ଚମକଦାର କରିବା ପାଇଁ ଚର୍ମର ଡିପ୍ କ୍ଲିଞ୍ଜିଂ କରିବାରେ ସାହାଯ୍ୟ କରିଥାଏ ।

ସମର ସ୍ପେଶିଆଲ ଟିପ୍ସ, ସୁନ୍ଦରୀ କରେଇବ ଟମାଟୋ ଫେସ ପ୍ୟାକ୍

author img

By

Published : May 22, 2020, 2:37 PM IST

ସୁନ୍ଦର ଦିଶିବାକୁ ଓ ସଜେଇ ହେବାକୁ କାହାକୁ ବା ପସନ୍ଦ ନୁହେଁ। ତେଣୁ ବ୍ୟସ୍ତତା ଭିଡରୁ ଟିକିଏ ଫୁରସତ ମିଳିଲେ ସମସ୍ତେ ପ୍ରଥମେ ନିଜ ମୁହଁ ଦେଖନ୍ତି। ଏହାର ଯତ୍ନ ନେବା ପାଇଁ ବିଭିନ୍ନ ପ୍ରକାର କସମେଟିକ ମଧ୍ୟ ବ୍ୟବହାର କରନ୍ତି। ହେଲେ ବାହାର ପ୍ରଡକ୍ଟ ବ୍ୟବହାର କରି ତ୍ବଚାକୁ ଖରାପ କରିବା ଅପେକ୍ଷା ଆପଣ ରୋଷଇ ଘରେ ଥିବା ବିଭିନ୍ ପଦାର୍ଥର ବ୍ୟବହାର କରନ୍ତୁ। ସେଥିମଧ୍ୟରୁ ଖରା ଦିନରେ ତ୍ବଚା ପାଇଁ ଟମାଟୋ ଭାରି ଉପାଦେୟ।

ଗ୍ରୀଷ୍ମ ରତୁରେ ଆମ ଚର୍ମ ପ୍ରାୟତଃ ଜଳିଯାଏ, ଏହି କ୍ଷେତ୍ରରେ ଟମାଟୋ ଫେସ୍ ପ୍ୟାକ୍ ଏବଂ ଫେସ୍ ସ୍କ୍ରବ୍ ପ୍ରୟୋଗ କରିବା ଅତ୍ୟନ୍ତ ଲାଭଦାୟକ। ଟମାଟୋ ଫେସ୍ ପ୍ୟାକ୍ ଏବଂ ସ୍କ୍ରବ୍ ଚର୍ମକୁ ସୁସ୍ଥ ଏବଂ ଚମକଦାର କରିବା ପାଇଁ ଚର୍ମର ଡିପ୍ କ୍ଲିଞ୍ଜିଂ କରିବାରେ ସାହାଯ୍ୟ କରିଥାଏ । ତେବେ ଆସନ୍ତୁ ଜାଣିବା ଏହି ଟମାଟୋ ଫେସ ପ୍ୟାକର ଉପାଦେୟତା ବିଷୟରେ...

ଟମାଟୋ ଏକ ପ୍ରାକୃତିକ କ୍ଲିନର୍ ଏବଂ ଏକ୍ସଫୋଲିଏଟର୍ । ଏଥିରେ ଫ୍ଲାଭୋନାଏଡ୍ ନାମକ ଉପାଦାନ ଥାଏ, ଯାହା ମୃତ କୋଷ ଏବଂ କଳା ହେଡ୍ସ ବାହାର କରିବାରେ ସାହାଯ୍ୟ କରିଥାଏ ।

ଟମାଟୋର ଆଣ୍ଟି-ଏଜିଙ୍ଗ୍ ଗୁଣ ଚର୍ମରେ କୁଞ୍ଚନ ଏବଂ ଫ୍ରେକ୍ଲେସ୍ ଭଳି ବାର୍ଦ୍ଧକ୍ୟର ଲକ୍ଷଣକୁ ରୋକିଥାଏ ।

ଟମାଟୋ ବ୍ୟବହାର କରିବା ଦ୍ବାରା ଚର୍ମ କୋମଳ ହୋଇଯାଏ । ଚର୍ମରୁ ଧୂଳି ସଫା କରି ଟମାଟୋ ବ୍ରଣ ସମସ୍ୟା ଦୂର କରେ । ଟ୍ୟାନିଂ ହଟାଇବାରେ ଟମାଟୋ ବହୁତ ସାହାଯ୍ୟକାରୀ ।

ତେବେ ଆସନ୍ତୁ ଜାଣିବା ଏହାର ଫେସ ପ୍ୟାକ୍ ପ୍ରସ୍ତୁତି ପ୍ରଣାଳୀ ଉପରେ...

ଟମାଟୋ ଫେସ୍ ସ୍କ୍ରବ୍ ତିଆରି କରିବା ଅତି ସହଜ । ଏହାର ବ୍ୟବହାର ତ୍ୱଚାକୁ ସୁନ୍ଦର କରିଥାଏ । ଟମାଟୋ ଫେସ୍ ସ୍କ୍ରବ୍ ପ୍ରସ୍ତୁତ କରିବାକୁ, ଗୋଟିଏ ଟମାଟୋକୁ ଗ୍ରାଇଣ୍ଡ କରନ୍ତୁ। ବର୍ତ୍ତମାନ ଏହି ପେଷ୍ଟରେ 2 ଚାମଚ ଆଲୋ ଭେରା ଜେଲ୍, 1 ଚାମଚ ଚିନି ଏବଂ 1 ଚାମଚ କଫି ପାଉଡର ମିଶାଇ ଭଲ ଭାବରେ ମିଶାନ୍ତୁ ।

ଯଦି ଆପଣ ଚାହାଁନ୍ତି, ଆପଣ ଏଥିରେ ଲେମ୍ବୁ ରସ ମଧ୍ୟ ମିଶାଇ ପାରିବେ । ବର୍ତ୍ତମାନ ଏହାକୁ ଏକ ପାତ୍ରରେ କାଢନ୍ତୁ। ଏହାକୁ ମୁହଁରେ ଲଗାଇବା ପରେ ଏହାକୁ 15-20 ମିନିଟ୍ ପର୍ଯ୍ୟନ୍ତ ଶୁଖିବାକୁ ଛାଡି ଦିଅନ୍ତୁ ଏବଂ ପରେ ଏହାକୁ ପାଣିରେ ଧୋଇ ଦିଅନ୍ତୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.