ନୂଆଦିଲ୍ଲୀ: ଦିଲ୍ଲୀରେ ଥମିଛି ହିଂସା । ହେଲେ ସଂସଦରେ ଏହାର ତାତିକୁ ବେଶ ଅନୁଭବ କରିହେଉଛି । ସଂସଦରେ ଜାରି ରହିଥିବା ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନରେ ଦିଲ୍ଲୀ ହିଂସାର ଝଡ ଦେଖିବାକୁ ମିଳିଛି । ହିଂସାକୁ ନେଇ ବାରମ୍ବାର ସରକାରଙ୍କୁ ଘେରିବାରେ ଲାଗିଛି ବିରୋଧୀ କଂଗ୍ରେସ । ଦିଲ୍ଲୀ ହିଂସା ଉପରେ ରାଜ୍ୟସଭାରେ ଚାଲିଥିବା ଚର୍ଚ୍ଚା ସମୟରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସର ବିରଷ୍ଠ ନେତା କପିଲ ସିବଲ ।
କପିଲ ସିବଲ ଦିଲ୍ଲୀ ହିଂସାକୁ ସାମ୍ପ୍ରଦୟିକ ଭାଇରସର ରୂପ ଦେବା ସହ କିଛି ଲୋକ ଏହାକୁ ବିସ୍ତାର କରିବାରେ ଲାଗିଛନ୍ତି ବୋଲି ବୟାନ ଦେଇଛନ୍ତି । ସିବଲ କହିଛନ୍ତି ଯେ ଆପତ୍ତିଜନକ ଭାଷଣ ଦେଇଥିବା ଲୋକ ହିଁ ଭାଇରସ ବିସ୍ତାର କରିଛନ୍ତି । ସରକାର ଏହାକୁ ରୋକିବାକୁ ଚାହୁଁନାହିଁ । ହିଂସାକୁ ଉସକାଇଥିବା ଲୋକଙ୍କ ବିରୋଧରେ ଏଯାଏଁ ମାମଲା ରୁଜୁ ହୋଇନାହିଁ । ଟ୍ରମ୍ପ ଆସିଥିବାରୁ ଗୃହମନ୍ତ୍ରୀ ବ୍ୟସ୍ତ ଥିଲେ । ଦିଲ୍ଲୀ ଜଳୁଥିବା ବେଳେ ପ୍ରଧାନମନ୍ତ୍ରୀ 70 ଘଣ୍ଟା ପର୍ଯ୍ୟନ୍ତ ନୀରବ ଥିଲେ । ସରକାରଙ୍କ ପାଇଁ ଲୋକଙ୍କ ସୁରକ୍ଷା ଠାରୁ ଗାଈଗୋରୁଙ୍କ ସୁରକ୍ଷା ଅଧିକ ମହତ୍ବ ରଖୁଥିବା ସିବଲ କହିଛନ୍ତି । ସରକାର ନିଜ ଲୋକଙ୍କ ଉପରେ ସର୍ଜିକାଲ ଷ୍ଟ୍ରାଇକ କରୁଥିବା ଅଭିଯୋଗ କରିଛନ୍ତି ସିବଲ ।
ସିବଲ କହିଛନ୍ତି ଯେ ବର୍ତ୍ତମାନ ଦୁଇ ପ୍ରକାରର ଭାଇରସ ଆତଙ୍କ ଖେଳାଇଛି । ଗୋଟିଏ କୋରୋନା ଭାଇରସ ହୋଇଥିବା ବେଳେ ଆଉ ଗୋଟିଏ ଦିଲ୍ଲୀରେ ଚାଲିଛି । ଏହି ଭାଇରସର ଚେର କେଉଁଠି ଆମେ ଜାଣିଛୁ । ଏଲେ ଏହାର ସାଥ କିଏ ଦେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଦିଲ୍ଲୀ ହିଂସା ଉପରେ ରାଜ୍ୟସଭାରେ ଚର୍ଚ୍ଚା ଚାଲିଥିବା ବେଳେ ଗୃହମନ୍ତ୍ରୀ ବି ଏଥିରେ ନିଜର ବୟାନ ରଖିବେ । ବୁଧବାର ହିଂସା ଉପରେ ଲୋକସବାରେ ବିସ୍ତୃତ ଚର୍ଚ୍ଚା ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ