ମଥୁରା: ଶୁଣିଲାନି ପୋଲିସ । ନ୍ୟାୟ ପାଇଁ ଗୁହାରି କରି ଶେଷରେ ଆତ୍ମାହୁତି ଉଦ୍ୟମ । ଜନପଦର ଏକ ଥାନାରେ କିରୋସିନ ଢାଳି ଦମ୍ପତ୍ତିଙ୍କ ଆତ୍ମହୁତି ଉଦ୍ୟମ । ପୋଲିସର ଅଣଦେଖା କାରଣରୁ ଏପରି ଚରମ ପଦକ୍ଷେପ ନେଇଛନ୍ତି ଦମ୍ପତ୍ତି ।
ତେବେ ସୁରୀର କସ୍ବାର ବାସିନ୍ଦା ଯୋଗିନ୍ଦରଙ୍କର କୌଣସି କାରଣରୁ ନିଜ ପଡୋଶୀଙ୍କ ସହ ମାରପିଟ୍ ହୋଇଥିଲା । ପଡୋଶୀ ଯୋଗୀନ୍ଦରଙ୍କ ଘରେ ପଶି ତାଙ୍କୁ ମାଡ ମାରିଥିଲେ । ଏନେଇ ଯୋଗୀନ୍ଦର ଏବଂ ତାଙ୍କ ପତ୍ନୀ ସ୍ଥାନୀୟ ପୋଲିସ ପାଖରେ ଅଭିଯୋଗ କରିଥିଲେ । କିନ୍ତୁ ଘଟଣାରେ କୌଣସି ପଦକ୍ଷେପ ନେଇ ନଥିଲା ପୋଲିସ । ଯେଉଁ କାରଣରୁ ଆଜି(ବୁଧବାର) ସକାଳ ସମୟରେ ଉକ୍ତ ଥାନା ପରିସରରେ ଦେହରେ କିରୋସିନ ଢାଳି ଆତ୍ମହୁତି ଉଦ୍ୟମ କରିଛନ୍ତି ।
ଗ୍ରାମବାସୀଙ୍କ କହିବା ଅନୁସାରେ, ଏନେଇ ଅନେକ ଦିନରୁ ଯୋଗିନ୍ଦର ଏବଂ ତାଙ୍କ ସ୍ତ୍ରୀ ଥାନାକୁ ଦୌଡୁଥିଲେ । ମାତ୍ର ପୋଲିସ ଏହାକୁ ସମୂର୍ଣ୍ଣ ରୂପରେ ଅଣଦେଖା କରିଥିଲା । ଯେଉଁ କାରଣରୁ ଏହି ଦମ୍ପତ୍ତି ଏହି ନିଷ୍ପତ୍ତି ନେଇଥିଲେ । ଗୁରୁତର ଦମ୍ପତ୍ତିଙ୍କୁ ବୃନ୍ଦାବନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।