ନୁଆଦିଲ୍ଲୀ: ଜୟ ସିଂ ମାର୍ଗରେ ଥିବା ଦିଲ୍ଲୀ ପୋଲିସ ମୁଖ୍ୟାଳୟ ସାମ୍ନାରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ । ଏପରି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଦିଲ୍ଲୀରେ । ଜଣେ ଯୁବକ ପୋଲିସ ମୁଖ୍ୟାଳୟର 4 ନଂ ଗେଟ ସମ୍ମୁଖରେ ଦେହରେ କିଛି ଜ୍ବଳନଶୀଳ ପଦାର୍ଥ ଢାଳି ହୋଇ ନିଆଁ ଲଗାଇବା ପାଇଁ ଉଦ୍ୟମ କରୁଥିବାବେଳେ ସେଠାରେ ଉପସ୍ଥିତ ପୋଲିସ କର୍ମଚାରୀମାନେ ତାଙ୍କୁ କାବୁ କରିବାରେ ସଫଳ ହୋଇଛନ୍ତି । ପରେ ସମ୍ପୃକ୍ତ ଯୁବକକୁ ନିକଟସ୍ଥ ସାଂସଦ ମାର୍ଗ ପୋଲିସକୁ ହସ୍ତାନ୍ତର କରାଯାଇଛି ।
ଘଟଣାରୁ ଜଣାପଡିଛି ଯେ 58 ବର୍ଷୀୟ ସମିର ସହିତ ଜ୍ୟୋତି ନଗର ଅଞ୍ଚଳରେ ରହୁଥିଲେ । ତାଙ୍କର 25 ବର୍ଷୀୟ ପୁଅ ଏକ ଫାର୍ମରେ କାମ କରୁଥିବାବେଳେ ତାକୁ ତାର କିଛି ସହଯୋଗୀ ଅପହରଣ କରି ନେଇଯାଇଥିବା ସେ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ସେ ଜ୍ୟୋତିନଗର ପୋଲିସରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୌଣସି କାର୍ଯାନୁଷ୍ଠାନ ନେଇନଥିଲା । ଫଳରେ ସେ ଏମିତି କରିବାକୁ ଉଦ୍ୟମ କରିଥିଲେ ବୋଲି ସେ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ