ETV Bharat / bharat

ସଂସଦରେ ଚୀନ ପ୍ରସଙ୍ଗ ସ୍ପଷ୍ଟ କରନ୍ତୁ ପ୍ରଧାନମନ୍ତ୍ରୀ: ସୁବ୍ରମଣ୍ୟମ ସ୍ବାମୀ

author img

By

Published : Sep 14, 2020, 12:39 PM IST

କୋରୋନା ସଙ୍କଟ ଓ ସୀମାରେ ଉତ୍ତେଜନା ମଧ୍ୟରେ ସୋମବାର ସଂସଦ ଅଧିବେଶନ ଆରମ୍ଭ ହୋଇଛି । ଚଳିତ ମୌସୁମୀ ଅଧିବେଶନରେ ବିରୋଧୀ ଅନେକ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛନ୍ତି ।

ଚୀନ ପ୍ରସଙ୍ଗ ସ୍ପଷ୍ଟ କରନ୍ତୁ ପ୍ରଧାନମନ୍ତ୍ରୀ
ଚୀନ ପ୍ରସଙ୍ଗ ସ୍ପଷ୍ଟ କରନ୍ତୁ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କୋରୋନା ସଙ୍କଟ ଓ ସୀମାରେ ଉତ୍ତେଜନା ମଧ୍ୟରେ ସୋମବାର ସଂସଦ ଅଧିବେଶନ ଆରମ୍ଭ ହୋଇଛି । ଚଳିତ ମୌସୁମୀ ଅଧିବେଶନରେ ବିରୋଧୀ ଅନେକ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛନ୍ତି । ଏହି ସମୟରେ ଭାରତୀୟ ଜନତା ପାର୍ଟିର ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ବାମୀ ମଧ୍ୟ ଟ୍ବିଟ୍ କରି ଚୀନ୍ ପ୍ରସଙ୍ଗ ଉଠାଇଛନ୍ତି। ସଂସଦରେ ପ୍ରଧାନମନ୍ତ୍ରୀ ମୋଦି ଚୀନ ପ୍ରସଙ୍ଗ ସ୍ପଷ୍ଟ କରିଦେବା ଉଚିତ୍ ବୋଲି ସେ କହିଛନ୍ତି ।

ସୁବ୍ରମଣ୍ୟମ ସ୍ବାମୀ ଟ୍ବିଟ କରି ଲେଖିଛନ୍ତି, ‘ମୁଁ ଆଶା କରୁଛି ଯେ ପ୍ରଧାନମନ୍ତ୍ରୀ ଆଜି ସଂସଦରେ ସ୍ପଷ୍ଟ କରିଦେବେ ଯେ ଲଦାଖରେ ସରକାର ଏପ୍ରିଲ 18 ପୂର୍ବର ସ୍ଥିତି କାର୍ଯ୍ୟକାରୀ କରିବେ ଓ ଚୀନ ସେନାକୁ ପଛକୁ ପଠାଇଦେବେ’ । ରାଜ୍ୟସଭା ସାଂସଦ ଏହା ମଧ୍ୟ ଲେଖିଛନ୍ତି ଯେ ବୈଦେଶିକ ମନ୍ତ୍ରୀଙ୍କ ଦ୍ବାରା କରାଯାଇଥିବା ପାଞ୍ଚ ପଏଣ୍ଟ ଚୁକ୍ତିନାମାକୁ ମଧ୍ୟ ସେ ସ୍ପଷ୍ଟ କରିବା ଉଚିତ।’

ପ୍ରକାଶଥାଉକି, ସଂସଦ ଅଧିବେଶନର ପ୍ରଥମ ଦିନରେ ଅନେକ ସାଂସଦଙ୍କ ଦ୍ବାରା ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାପୂର୍ବରୁ ମଧ୍ୟ ସୁବ୍ରମଣ୍ୟମ ସ୍ବାମୀ ଚୀନ ପ୍ରସଙ୍ଗରେ ସରକାରଙ୍କୁ ପ୍ରଶ୍ନ ପଚାରୁଛନ୍ତି ଏବଂ ଚୀନ୍ ଉପରେ ବିଶ୍ବାସ ନକରିବାକୁ କହୁଛନ୍ତି। ପ୍ରକାଶଥାଉକି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହକାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଗଣମାଧ୍ୟମ ସହ କଥା ହୋଇଥିଲେ, ଏହି ସମୟରେ ସେ ଚୀନ୍ ପ୍ରସଙ୍ଗରେ ମଧ୍ୟ କହିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.