ନୂଆଦିଲ୍ଲୀ: ସୁବାଷ ଚୋପ୍ରାଙ୍କୁ ଦିଲ୍ଲୀ ପ୍ରଦେଶ କଂଗ୍ରେସ କମିଟିର ନୂଆ ଅଧ୍ୟକ୍ଷ ଭାବରେ ନିଯୁକ୍ତି ଦିଆଯାଇଛି । ସେହିପରି କିର୍ତ୍ତି ଆଜାଦଙ୍କୁ ନିର୍ବାଚନ ପ୍ରଚାର ସମିତିର ମୁଖ୍ୟ ଭାବେ ନିଯୁକ୍ତି ମିଳିଛି । କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସେନିଆ ଗାନ୍ଧୀ ଏହି ପଦବୀ ପାଇଁ ଉଭୟଙ୍କୁ ଚୟନ କରିଛନ୍ତି ।
73 ବର୍ଷୀୟ ସୁବାଷ ଚୋପ୍ରା ପୂର୍ବରୁ ମଧ୍ୟ ଦିଲ୍ଲୀ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଛନ୍ତି । ସେ ଦକ୍ଷିଣ କାଲକାଜୀ ବିଧାନସଭା ଆସନରୁ ବିଧାୟକ ମଧ୍ୟ ରହିଛନ୍ତି ।
ସୂଚନାଯୋଗ୍ୟ ଯେ, ଦିଲ୍ଲୀ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଶୀଲା ଦିକ୍ଷିତଙ୍କ ଆକସ୍ମିକ ମୃତ୍ୟୁ ପରେ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ପଦ ଖାଲି ପଡିଥିଲା । ଏହାପରେ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଥିବା କିର୍ତ୍ତି ଆଜାଦଙ୍କୁ ଦିଲ୍ଲୀ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ଭାବରେ ନିୟୁକ୍ତି ଦିଆଯାଇଥିଲା ।