ETV Bharat / bharat

ଜେଏନୟୁ ହିଂସା: ଆନ୍ଦୋଳନରତ ଛାତ୍ରଙ୍କୁ ଉଠାଇ ନେଲା ପୋଲିସ

author img

By

Published : Jan 9, 2020, 8:50 PM IST

ଜେଏନୟୁ ହିଂସା ବିରୋଧରେ ଏବଂ ଜେଏନୟୁ କୁଳପତି ଏମ ଜଗଦିଶ କୁମାରଙ୍କ ବରଖାସ୍ତ ଦାବିରେ ଗୁରୁବାର ସନ୍ଧ୍ୟାରେ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ମୋର୍ଚ୍ଚା ବାହାର କରିଥିଲେ ଜେଏନୟୁର ଅସନ୍ତୋଷ ଛାତ୍ର । ସେମାନଙ୍କୁ ଅଧା ରାସ୍ତାରୁ ହିଁ ପୋଲିସ ଉଠାଇ ନେଇଛି ।

jnu students detained
ଫାଇଲ ଫଟୋ

ନୂଆଦିଲ୍ଲୀ: ଜେଏନୟୁରେ ହୋଇଥିବା ହିଂସା ବିରୋଧରେ ଛାତ୍ରଙ୍କ ପ୍ରଦର୍ଶନ ଜାରି ରହିଛି । ଏହି ହିଂସା ବିରୋଧରେ ଏବଂ ଜେଏନୟୁ କୁଳପତି ଏମ ଜଗଦିଶ କୁମାରଙ୍କ ବରଖାସ୍ତ ଦାବିରେ ଗୁରୁବାର ସନ୍ଧ୍ୟାରେ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ମୋର୍ଚ୍ଚା ବାହାର କରିଥିଲେ ଜେଏନୟୁର ଅସନ୍ତୋଷ ଛାତ୍ର । ତେବେ ସେମାନଙ୍କୁ ଅଧା ରାସ୍ତାରୁ ହିଁ ଉଠାଇ ନେଇଛି ପୋଲିସ । ଏହି ସମୟରେ ପୋଲିସ ଏବଂ ଛାତ୍ରଙ୍କ ମଧ୍ୟରେ ସଂଘର୍ଷ ମଧ୍ୟ ହୋଇଛି । ଫଳରେ ପୋଲିସକୁ ବାଧ୍ୟ ହୋଇ ଲାଠିଚାର୍ଜ କରିବାକୁ ପଡିଛି ।

ସେପଟେ ଜେଏନୟୁ ଛାତ୍ର ସଂଘ ପୋଲିସର କାର୍ଯ୍ୟପ୍ରଣାଳୀ ଉପରେ ପ୍ରଶ୍ନ କରିଛି । ସନ୍ଧ୍ୟା 6 ଟା ପରେ ବିନା କୌଣସି ମହିଳା ଅଧିକାରୀଙ୍କ ଅନୁପସ୍ଥିତିରେ ମହିଳା ପ୍ରଦର୍ଶନକାରୀଙ୍କୁ ପୋଲିସ କିପରି ଉଠାଇ ନେଲା ବୋଲି ସଂଘ ପକ୍ଷରୁ ପ୍ରଶ୍ନ କରାଯାଇଛି । କିନ୍ତୁ ଏକ ଗଣମାଧ୍ୟମର ଭିଡିଓ ଅନୁଯାୟୀ ଘଟଣାସ୍ଥଳରେ ମହିଳା ପୋଲିସ ଅଧିକାରୀ ଉପସ୍ଥିତ ଥିବା ଦେଖାଯାଉଛି ।

ସୂଚନାଯୋଗ୍ୟ ଯେ, ଜାନୁଆରୀ 5ରେ ଜେଏନୟୁ କ୍ୟାମ୍ପସରେ ହୋଇଥିବା ହିଂସାକାଣ୍ଡ ବିରୋଧରେ ଦେଶବ୍ୟାପି ଛାତ୍ର ପ୍ରଦର୍ଶନ ଜାରି ରହିଛି । ଆଜି ରାଜଧାନୀ ଦିଲ୍ଲୀରେ ଛାତ୍ରଙ୍କ ସହ କିଛି ରାଜନୈତିକ ଦଳ ମଧ୍ୟ ମୋର୍ଚ୍ଚା ବାହାର କରିଥିଲେ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.