ETV Bharat / bharat

ଗୋ-ହତ୍ୟା ନିବାରଣ ଅଧିନିୟମ ସଂଶୋଧନକୁ ଯୋଗୀ କ୍ୟାବିନେଟର ମଞ୍ଜୁରୀ - ଗୋ-ହତ୍ୟା

ଗୋ-ହତ୍ୟା ନିବାରଣ (ସଂଶୋଧନ) ଅଧିନିୟମ, 2020କୁ ଅନୁମୋଦନ କରିଛନ୍ତି। ଏହି ସଂଶୋଧନଗୁଡ଼ିକ ଗୋ-ସୁରକ୍ଷା ତଥା ଗୋ-ହତ୍ୟା ସହ ଜଡିତ ଅପରାଧକୁ ରୋକିବା ପାଇଁ ଉଦ୍ଦିଷ୍ଟ । ପ୍ରସ୍ତାବିତ ଆଇନରେ ବର୍ତ୍ତମାନ ଗୋ-ମାତାଙ୍କ ଶାରୀରିକ କ୍ଷତି ପାଇଁ ସାତ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଏବଂ ଗୋ-ହତ୍ୟା ମାମଲାରେ ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଅନ୍ତର୍ଭୁକ୍ତ କରାଯାଇଛି ।

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Jun 10, 2020, 3:38 PM IST

ଲକ୍ଷ୍ନୌ: କୋରୋନା କାଳରେ ଯୋଗୀ ଆଦିତ୍ୟନାଥ କ୍ୟାବିନେଟରେ ବଡ ନିଷ୍ପତ୍ତି । ଗୋ-ହତ୍ୟା ନିବାରଣ (ସଂଶୋଧନ) ଅଧିନିୟମ, 2020କୁ ଅନୁମୋଦନ କରିଛନ୍ତି। ଏହି ସଂଶୋଧନଗୁଡ଼ିକ ଗୋ-ସୁରକ୍ଷା ତଥା ଗୋ-ହତ୍ୟା ସହ ଜଡିତ ଅପରାଧକୁ ରୋକିବା ପାଇଁ ଉଦ୍ଦିଷ୍ଟ । ପ୍ରସ୍ତାବିତ ଆଇନରେ ବର୍ତ୍ତମାନ ଗୋ-ମାତାଙ୍କ ଶାରୀରିକ କ୍ଷତି ପାଇଁ ସାତ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଏବଂ ଗୋ-ହତ୍ୟା ମାମଲାରେ ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଅନ୍ତର୍ଭୁକ୍ତ କରାଯାଇଛି ।

ସରକାରୀ ମୁଖପାତ୍ର କହିଛନ୍ତି ଯେ ଗୋ-ହତ୍ୟା କାର୍ଯ୍ୟ ଅଧିକ ଦୃଢ ଏବଂ ପ୍ରଭାବଶାଳୀ ହେବା ଆବଶ୍ୟକ । ଏହି ବିଷୟଗୁଡିକୁ ବିଚାର କରି କ୍ୟାବିନେଟ୍ ଗୋ-ହତ୍ୟା ଆଇନ, 1955 ରେ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଥିଲା ଏବଂ ମଙ୍ଗଳବାର ବିଳମ୍ବିତ ରାତିରେ ଏହି ବୈଠକରେ ଏହାକୁ ଅନୁମୋଦନ ଦିଆଯାଇଥିଲା ।

ଉତ୍ତର ପ୍ରଦେଶର ଗୋ-ହତ୍ୟା ଆଇନ, 1955 ର ଧାରା 5 (ସଂଶୋଧିତ) ବେଆଇନ ଭାବେ ପଶୁ ପରିବହନ ପାଇଁ ଦଣ୍ଡ ବିଧାନ କରାଯାଇଛି । ଶାରୀରିକ କ୍ଷତି କିମ୍ବା ଅନ୍ୟାନ୍ୟ ଉପାୟରେ ଗୋମାତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରନ୍ତି, ତେବେ ସେମାନଙ୍କ ପାଇଁ ମଧ୍ୟ ଦଣ୍ଡ ବିଧାନ କରାଯାଇଛି । ଯଦି କେହି ନିଜ ଜୀବନକୁ ବିପଦରେ ପକାଇ ଖାଦ୍ୟ ଓ ଜଳ ଯୋଗାଇ ନଦେଇ ଗା-ମାତାର ଜୀବନକୁ ବିପଦରେ ପକାନ୍ତି, ତେବେ ଅତି କମରେ ଏକ ବର୍ଷ ପାଇଁ ଜେଲଦଣ୍ଡ ଦିଆଯାଇପାରେ, ଯାହା ସାତ ବର୍ଷ ପର୍ଯ୍ୟନ୍ତ ମଧ୍ୟ ବଢାଯାଇପାରେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.